Indus Valley Times

ସି.ଏମ୍‌.ପି.ଡି.ଆଈ ଆନ୍ତ ମଣ୍ଡଳ ଚେସ ପ୍ରତିଯୋଗୀତାରେ ଧାନବାଦ ଦଳଗତ ଓ ଚନ୍ଦ୍ରଶେଖର ବ୍ୟକ୍ତିଗତ ଚମ୍ପିୟନ

 Breaking News

ସି.ଏମ୍‌.ପି.ଡି.ଆଈ ଆନ୍ତ ମଣ୍ଡଳ ଚେସ ପ୍ରତିଯୋଗୀତାରେ ଧାନବାଦ ଦଳଗତ ଓ ଚନ୍ଦ୍ରଶେଖର ବ୍ୟକ୍ତିଗତ ଚମ୍ପିୟନ

ସି.ଏମ୍‌.ପି.ଡି.ଆଈ ଆନ୍ତ ମଣ୍ଡଳ ଚେସ ପ୍ରତିଯୋଗୀତାରେ ଧାନବାଦ ଦଳଗତ ଓ ଚନ୍ଦ୍ରଶେଖର ବ୍ୟକ୍ତିଗତ ଚମ୍ପିୟନ
August 08
11:28 2022

ସ୍ୱାଗତିକା ଭୂତିଆଙ୍କ ରିପୋର୍ଟ
ଭୁବନେଶ୍ବର,୮/୮: ଶନିବାର ଦିନ ଭୁବନେଶ୍ବର ସେଣ୍ଟ୍ରାଲ ମାଇନ ପ୍ଲାନିଂ ଏବଂ ଡିଜାଇନ ଇନ୍ସିଟିଟିଉଟ (ସି.ଏମ୍‌.ପି.ଡି.ଆଈ) ଠାରେ ଆନ୍ତ ମଣ୍ଡଳ ଚେସ ପ୍ରତିଯୋଗୀତା ଅନୁଷ୍ଟିତ ହୋଇଥିଲା । ଏଥିରେ ଦଳଗତ ଭାବେ ୩ ରାଉଣ୍ଡରୁ ପୂର୍ଣ ଅପରାଜିତ ୬ ପଏଣ୍ଟ ହାସଲ କରି ଧାନବାଦ ( ଆର. ଆଈ-୨ ) ଚମ୍ପିୟନ ହୋଇଥିବାବେଳେ ନାଗପୁର, କ୍ଷେତ୍ରୀୟ ସଂସ୍ଥା- ୪ ପଏଣ୍ଟ ସହ ରନର୍ସପ ଆଖ୍ୟା ଅର୍ଜନ କରିଛନ୍ତି ।
ସେହିପରି ୬ ରାଉଣ୍ଡ ଭିତିକ ବ୍ୟକ୍ତିଗତ ବିଭାଗରେ ନାଗପୁରର ଚନ୍ଦ୍ରଶେଖର ସବଲେ ପୂର୍ଣ ୬ ପଏଣ୍ଟ ହାସଲ କରି ଅପରାଜିତ ଚମ୍ପିୟନ ହୋଇଥିଲେ । ସେହିଭଳି ରାଞ୍ଚି ମୁଖ୍ୟାଳୟ ମଲମହ ଆଶଫାକ ୫ ପଏଣ୍ଟ ସହ ରନର୍ସପ ଓ ଧାନବାଦର ମୁକେଶ କୁମାର ସହ ସମାନ ପଏଣ୍ଟ ସହ ୩ୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଛନ୍ତି ।
୮ଟି ମଣ୍ଡଳରୁ ମୋଟ ୪୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି ତିନି ଦିନିଆ ପ୍ରତିଯୋଗୀତାକୁ ସିଏମପିଡ଼ିଆଇର କ୍ଷେତ୍ରୀୟ ନିର୍ଦେଶକ, ସଞ୍ଜୟ କୁମାର ଭରଙ୍କ ସ୍ଵତନ୍ତ୍ର ନିର୍ଦେଶରେ କ୍ରିଡା ସଚିବ ଅଲେଖ ନାୟକ, କ୍ରିଡା ପରିଷଦ ଉପସଭାପତି ବି. ଶ୍ରୀନିବାସ ଓ ସହ ସଂପାଦକ ପି. ସବାପତି ସୂଚାରୁ ରୂପେ ପରିଚାଳନା କରିଥିଲେ ।
ପୁରସ୍କାର ବିତରଣ ସମାରୋହରେ ଭାରପ୍ରାପ୍ତ କ୍ଷେତ୍ରୀୟ ନିର୍ଦେଶକ, ରମେଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ଟ୍ରଫି, ମେଡାଲ ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଟି. କେ. ଦାସ, ଏଚଓଡି (ସିଭିଲ) ଓ ଏସ୍‌.ଆର.ଚେସର ସଂପାଦକ ସତ୍ୟ ରଞ୍ଜନ ପଟ୍ଟନାୟକ ଯୋଗଦେଇଥିଲେ ।
ପ୍ରତିଯୋଗୀତାକୁ ଏସ.ଆର. ଚେସ ସେଣ୍ଟର ପକ୍ଷରୁ ପୀଡେ ଆର୍ବିଟର ଭବେଶ ମହାନ୍ତି, ଜ୍ୟୋତି ପ୍ରକାଶ ନନ୍ଦ ଓ ଅବିନାଶ ଦାସ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031