ସିଏମସି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଦିନକ ପାଇଁ ବଢିଲା ଐତିହାସିକ ବାଲିଯାତ୍ରା
November 15
16:06
2022
କଟକ, ୧୫/୧୧: ବଢ଼ିଲା ବାଲିଯାତ୍ରା ଅବଧି। ଆସନ୍ତାକାଲି ଶେଷ ହୋଇଥାଆନ୍ତା କଟକର ଐତିହାସିକ ବାଲିଯାତ୍ରା । କିନ୍ତୁ ଦର୍ଶକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ଅର୍ଥାତ ୧୬ ବଦଳରେ ୧୭ ତାରିଖ ଦିନ ଶେଷ ହେବ ବାଲିଯାତ୍ରା। ଏନେଇ ବ୍ୟବସାୟୀମାନଙ୍କୁ କୌଣସି ଦେୟ ଦେବାକୁ ପଡିବନିବୋଲି ସୂଚନା ଦେଇଛନ୍ତି କଟକ ମେୟର ଓ ଜିଲ୍ଲାପାଳ ।
ଗୋଟିଏ ଦିନ ପାଇଁ ବଢିଲା କଟକର ଐତିହାସିକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବଢିଛି ଅବଧି । ଆସନ୍ତାକାଲି ଅର୍ଥାତ୍ ବୁଧାବର ସରିଥାନ୍ତା ବାଲିଯାତ୍ରା । ଆସନ୍ତା ଗୁରୁବାର ପର୍ୟ୍ୟନ୍ତ ଚାଲିବ ଏହି ଯାତ୍ରା । ଏନେଇ ସୂଚନା ଦେଇଛନ୍ତି ସିଏମ୍ସି ମେୟର ସୁବାସ ସିଂହ ।