Indus Valley Times

ସୁଭଦ୍ରାରେ ବାଦ ପଡ଼ିଛନ୍ତି ୨ ଲକ୍ଷରୁ ଅଧିକ ହିତାଧିକାରୀ, ଖୋଲିଲା ସୁଭଦ୍ରା ଅଭିଯୋଗ ପୋର୍ଟାଲ

 Breaking News

ସୁଭଦ୍ରାରେ ବାଦ ପଡ଼ିଛନ୍ତି ୨ ଲକ୍ଷରୁ ଅଧିକ ହିତାଧିକାରୀ, ଖୋଲିଲା ସୁଭଦ୍ରା ଅଭିଯୋଗ ପୋର୍ଟାଲ

ସୁଭଦ୍ରାରେ ବାଦ ପଡ଼ିଛନ୍ତି ୨ ଲକ୍ଷରୁ ଅଧିକ ହିତାଧିକାରୀ, ଖୋଲିଲା ସୁଭଦ୍ରା ଅଭିଯୋଗ ପୋର୍ଟାଲ
September 15
17:03 2025

ଭୁବନେଶ୍ୱର, ୧୫/୯ : ଖୋଲିଲା ସୁଭଦ୍ରା ଯୋଜନା ଅଭିଯୋଗ ପୋର୍ଟାଲ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। ବାଦ୍ ପଡ଼ିଥିବା ହିତାଧିକାରୀ ପୋର୍ଟାଲରେ ଅଭିଯୋଗ କରି ଆଉ ଥରେ ସାମିଲ ପାଇଁ ଆବେଦନ କରିପାରିବେ।
ପୋର୍ଟାଲ ମାଧ୍ୟମରେ ଅଭିଯୋଗ କଲେ ସଙ୍ଗେ ସଙ୍ଗେ ସମାଦାନ ହେବ ବୋଲି କୁହାଯାଉଛି। ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ହେବ ସୁଭଦ୍ରା ଯୋଜନାର ବର୍ଷ ପୂରଣ ହେବ। ବର୍ଷ ପୂର୍ତ୍ତି ଅବସରରେ ୩୪୮ ସୁଭଦ୍ରା CDPO ୟୁନିଟରେ ଧନ୍ୟବାଦ ମୋଦୀ କାର‌୍ୟ୍ୟକ୍ରମ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧୫ ତାରିଖ ଯାଏଁ ଚାଲିବ। ପ୍ରତିଟି ଅଙ୍ଗନବାଡି କେନ୍ଦ୍ରରେ ଏହି କାର‌୍ୟ୍ୟକ୍ରମ ଚାଲିବ।
ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲର ପୋର୍ଟାଲ ଜରିଆରେ ହିତାଧିକାରୀ ବିଭାଗ ସହିତ ଯୋଗାଯୋଗ କରିପାରିବେ। ସେମାନଙ୍କ ସମସ୍ତ ଅଭିଯୋଗର ଜବାବ ରଖିବ ବିଭାଗ। ଲୋକେ ଅନେକ ଅଭିଯୋଗ କରୁଥିଲେ ବି ଏହାର ଉତ୍ତର ପାଇ ପାରୁନଥିଲେ ।
ଏବେ ସବୁ ଅଭିଯୋଗର ଉତ୍ତର ରଖିବେ ବିଭାଗୀୟ ଅଧିକାରୀ। ଲୋକଙ୍କ ଅଭିଯୋଗ ଗୁଡ଼ିକ ବ୍ଲକ କମିଟି ଯାଞ୍ଚ କରିବ ଏବଂ ପରେ ଜିଲ୍ଲା ସ୍ତରକୁ ଯାଞ୍ଚ ପାଇଁ ଯିବ। ଜିଲ୍ଲା କମିଟି ନେବ ହିତାଧିକାରୀଙ୍କୁ ନେଇ ନିଷ୍ପତ୍ତି ନେବ। ଏହାର ଷ୍ଟାଟସ୍ ସବୁ ତଥ୍ୟ ପୋର୍ଟାଲରେ ଉପଲବ୍ଧ ରହିବ ।
ସୁଭଦ୍ରା ଯୋଜନାରୁ ହିତାଧିକାରୀ କାହିଁକି ବାଦ ପଡିଲେ ? କାରଣ କଣ ? ଆଗକୁ ସେମାନେ କଣ କଲେ ସାମିଲ ହୋଇପାରିବେ? ଏ ସବୁ ପ୍ରଶ୍ନର ଉତ୍ତର ପୋର୍ଟାଲରେ ପାଇପାରିବେ ହିତାଧିକାରୀ।
ବର୍ତ୍ତମାନ ସୁଭଦ୍ରାରେ ୧ କୋଟି ୯ ଲକ୍ଷ ହିତାଧୀକାରୀ ଥିବା ବେଳେ ୨ ଲକ୍ଷ ୮୫ ହଜାର ହିତାଧିକାରୀ ବାଦ ପଡ଼ିଛନ୍ତି। ବାଦ ପଡ଼ିଥିବା ହିତାଧିକାରୀଙ୍କ ସମାଧାନର ରାସ୍ତା ବାହାରିବ। ଆଉ ସମସ୍ତ ହିତାଧିକାରୀ ନିଜର ଅଭିଯୋଗ ଜଣାଇ ଏଥିରେ ଉପକୃତ ହୋଇପାରିବେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031