Indus Valley Times

ସ୍ବାସ୍ଥ୍ୟ ବିଭାଗ ଶାସନ ସଚିବଙ୍କ ଯାଜପୁର ଗସ୍ତ ଡାଇରିଆ ରୋଗୀଙ୍କ ଚିକିତ୍ସା ସମ୍ପର୍କୀୟ ସମୀକ୍ଷା ବୈଠକ

 Breaking News

ସ୍ବାସ୍ଥ୍ୟ ବିଭାଗ ଶାସନ ସଚିବଙ୍କ ଯାଜପୁର ଗସ୍ତ ଡାଇରିଆ ରୋଗୀଙ୍କ ଚିକିତ୍ସା ସମ୍ପର୍କୀୟ ସମୀକ୍ଷା ବୈଠକ

ସ୍ବାସ୍ଥ୍ୟ ବିଭାଗ ଶାସନ ସଚିବଙ୍କ ଯାଜପୁର ଗସ୍ତ ଡାଇରିଆ ରୋଗୀଙ୍କ ଚିକିତ୍ସା ସମ୍ପର୍କୀୟ ସମୀକ୍ଷା ବୈଠକ
June 13
09:14 2025

ଅକ୍ଷୟ ରାଉତଙ୍କ ରିପୋର୍ଟ

ଯାଜପୁର, ୧୩./ ୬ : ଗୁରୁବାର ଅପରାହ୍ନରେ ସ୍ବାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଆଶ୍ଵଥି ଏସ୍ ଯାଜପୁର ଜିଲ୍ଲା ଗସ୍ତରେ ଆସି ହଠାତ୍ ଦେଖା ଦେଇଥିବା ଡାଇରିଆ ରୋଗ ଏବଂ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ଏବଂ କେଉଁ କାରଣରୁ ଡାଇରିଆ ବ୍ୟାପିଛି ସେ ସମ୍ପର୍କରେ ପ୍ରଶାସନର ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ।
ଏହି ବୈଠକରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଅଶୋକ କୁମାର ବେହୁରିଆ, ଉପ ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ପ୍ରକାଶ ଚନ୍ଦ୍ର ବଳ, ଅଧ୍ୟକ୍ଷ ତଥା ଡିନ୍ ମହାରାଜା ଯଜାତି କେଶରୀ ମେଡିକାଲ କଲେଜ୍ ଡ଼ା. ସୀତାରାମ ମହାପାତ୍ର ସୁପରିଣ୍ଟେଡେଣ୍ଟ ମନୋରମା ସ୍ବାଇଁ, ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କର୍ମକର୍ତ୍ତା, ପାନୀୟ ଜଳ ଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ଏହି ବୈଠକରେ ସ୍ବାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଆଶ୍ଵଥି ଏସ କହିଲେ ଯାଜପୁର ଜିଲ୍ଲାରେ ଡାଇରିଆ ବ୍ୟାପୁଥିବାରୁ ଆମେ ରାଜ୍ୟସ୍ତରୀୟ ଟିମ୍ ନିୟୋଜିତ କରିଥିଲୁ।
ରାଜ୍ୟସ୍ତରୀୟ ଟିମ୍ ରେ ଏସ.ସି.ବି ର ଡାକ୍ତର ଏବଂ ଅନ୍ୟ କର୍ମଚାରୀ ମାନଙ୍କୁ ପଠା ଯାଇଥିଲା। ତାହା ସହିତ ଡାଇରିଆ ବ୍ୟାପୁଥିବାର କାରଣ ଭଲ ଭାବରେ ଜାଣିବା ପାଇଁ ଆଉ ଗୋଟେ ବିଶେଷଜ୍ଞ ଦଳ ପଠା ଯାଇଥିଲା।
ଯେଉଁଥିରେ ଆଇ.ଡି.ଏସ.ପି ର ଜଏଣ୍ଟ ଡାଇରେକ୍ଟର, WHOର ରିପ୍ରେଜେଣ୍ଟେଟିଭ, ICMR ର ରିପ୍ରେଜେଣ୍ଟେଟିଭ ଏବଂ ଭାରତ ସରକାରଙ୍କ ରିଜିଅନାଲ ଡିରେକ୍ଟରେଟର ରିପ୍ରେଜେଣ୍ଟେଟିଭ ଆସି ସକାଳ ଠାରୁ ଯାଜପୁର ଜିଲ୍ଲାର କିଛି ଗ୍ରାମ ଏବଂ ପଞ୍ଚାୟତ ପରିଦର୍ଶନ କରି ସେଠାକାର ସ୍ବାସ୍ଥ୍ୟ ସୁବିଧା ବିଷୟରେ ପଚାରି ବୁଝିଛନ୍ତି। ଏହି ଟିମ୍ କାଲି ମଧ୍ୟ ଯାଇ ସେଠାକାର ସ୍ବାସ୍ଥ୍ୟ ସୁବିଧା ବିଷୟରେ ତଦନ୍ତ କରିବେ ।
ସ୍ବାସ୍ଥ୍ୟ ସଚିବ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀ ମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ତଥ୍ୟ ଅନୁଯାୟୀ ଆରମ୍ଭରୁ ଆଜି ସନ୍ଧ୍ୟା ସୁଦ୍ଧା ୫ ଜଣ ମୃତ୍ୟୁ ବରଣ କରିଛନ୍ତି। ଆରମ୍ଭରୁ ୬୨୨ ଜଣ ଡାଇରିଆ ରୋଗୀ ବିଭିନ୍ନ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।
ଏହା ପରେ ୩୦୩ ଜଣ ରୋଗୀ ନୂଆ ଭର୍ତ୍ତି ହୋଇଥିଲେ। କିନ୍ତୁ ଆଜି ୩୭ ଜଣ ଡାଇରିଆ ରୋଗୀ ଭର୍ତ୍ତି ହୋଇଛନ୍ତି ଯାହାକି ସଂକ୍ରମିତଙ୍କ ସଂଖ୍ୟା କମିଥିବାର ସୂଚାଉଛି। ବର୍ତ୍ତମାନ ୨୮୫ ଜଣ ଡାଇରିଆ ରୋଗୀ ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।
ଯାଜପୁର ଜିଲ୍ଲାର ଯେଉଁ ସମ୍ବେଦନଶୀଳ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଚିକିତ୍ସାଳୟରେ ପହଞ୍ଚି ପାରୁ ନାହାନ୍ତି ସେମାନଙ୍କ ପାଖକୁ ମୋବାଇଲ ହେଲଥ ୟୁନିଟ କୁ ପଠାଇବାର ବ୍ୟବସ୍ଥା କରାଯାଇଛି ଏବଂ ମୋବାଇଲ ହେଲଥ ୟୁନିଟ କାଲି ସକାଳ ଠାରୁ ସମ୍ବେଦନଶୀଳ ଅଞ୍ଚଳରେ ଥିବା ରୋଗୀଙ୍କୁ ଚିହ୍ନଟ କରି କାର୍ଯ୍ୟ ଆରମ୍ଭ କରିବେ।
ଅଧିକ ମାତ୍ରାରେ ରୋଗୀ ଚିହ୍ନଟ ହେଲେ ଜିଲ୍ଲା ବାହାରୁ ମଧ୍ୟ ଟିମ୍ ନିୟୋଜିତ କରାଯିବ। ପ୍ରତିସଂକ୍ରମଣ (ଡିସ୍ ଇନ୍ଫେକ୍ସନ) ପ୍ରକ୍ରିୟା କାଲି ଠାରୁ ଆରମ୍ଭ ହୋଇ ଜାରୀ ରହିଛି ଯେଉଁଥିରେ ପଂଚାୟତରାଜ ବିଭାଗ ଏବଂ ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ମିଶ୍ରିତ ପଞ୍ଚାୟତ ସ୍ତରୀୟ ଟିମ୍ କରାଯାଉଛି ଯାହାକୁ ତଦାରଖ କରିବାକୁ ପ୍ରତି ପଞ୍ଚାୟତରୁ ଜଣେ ସୁପରଭାଇଜର ଙ୍କୁ ନିୟୋଜିତ କରିବା ଲାଗି ନିଷ୍ପତି ନିଆ ଯାଇଛି। ଜିଲ୍ଲାପାଳ ନିଜେ ଏହାକୁ ତଦାରଖ କରିବେ।
ଆସନ୍ତା ସପ୍ତାହରୁ ବିଦ୍ୟାଳୟ ଗୁଡ଼ିକ ଖୋଲୁଥିବାରୁ ଏହାର ଜଳଉତ୍ସ ଗୁଡ଼ିକୁ ପ୍ରତିସଂକ୍ରମଣ କରାଯିବ। ନିୟୋଜିତ ଟିମ୍ ଙ୍କ ଦ୍ଵାରା ପାଣି, ଖାଦ୍ୟ ଓ ମଳର ନମୁନା ନିଆଯାଇଛି ଫଳାଫଳ ଏ ଯାଏ ଆସି ନାହିଁ ଆସିଲା ପରେ ଏହାର ପ୍ରକୃତ କାରଣ ଜଣା ପଡ଼ିବ ବୋଲି କହିଥିଲେ।
ପାଣି ପିଇଲା ବେଳେ ବିଶୁଦ୍ଧିକରଣ କରି ପିଇବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।ଆଶାକର୍ମୀ, ଆଶା କର୍ମୀ ଓ ହେଲଥ ୱାରକର, ଏ ଏନ ଏମ ମାନେ ଗ୍ରାମାଞ୍ଚଳରେ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସଚେତନ କରିବେ।ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଲା ପ୍ରଶାସନକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930