Indus Valley Times

ହଟିଲା ସାମ୍ବାଦିକଙ୍କ ମୋବାଇଲ୍ କଟକଣା, ବାଚସ୍ପତିଙ୍କ ସହ ଆଲୋଚନା ପରେ ବଦଳିଲା ନିଷ୍ପତ୍ତି

 Breaking News

ହଟିଲା ସାମ୍ବାଦିକଙ୍କ ମୋବାଇଲ୍ କଟକଣା, ବାଚସ୍ପତିଙ୍କ ସହ ଆଲୋଚନା ପରେ ବଦଳିଲା ନିଷ୍ପତ୍ତି

ହଟିଲା ସାମ୍ବାଦିକଙ୍କ ମୋବାଇଲ୍ କଟକଣା, ବାଚସ୍ପତିଙ୍କ ସହ ଆଲୋଚନା ପରେ ବଦଳିଲା ନିଷ୍ପତ୍ତି
March 12
18:05 2025

ଭୁବନେଶ୍ୱର, ୧୨/୩ : ଧାରଣାରୁ ଓହରିଲେ ସାମ୍ବାଦିକ । ମନ୍ତ୍ରୀ ସୂର‌୍ୟ୍ୟବଂଶୀ ସୂରଜ ବୁଝାଇବା ପରେ ମାନିଲେ ସାମ୍ବାଦିକ । ବିଧାନସଭାକୁ ସାମ୍ବାଦିକଙ୍କ ମୋବାଇଲ ମନାକୁ ନେଇ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ ସାମ୍ବାଦିକ । ବିଧାନସଭା ପ୍ରେସ ଗ୍ୟାଲେରିକୁ ଆଜି ସାମ୍ବାଦିକମାନଙ୍କୁ ମୋବାଇଲ ନେବାକୁ ବାରଣ କରାଯାଇଥିଲା। ଯାହାକୁ ବିରୋଧ କରିବା ବିଧାସଭାରେ ପ୍ରଶ୍ନକାଳକୁ ବଏକଟ କରିଥିଲେ । ନିଷ୍ପତିକୁ ବିରୋଧ କରି ଗାନ୍ଧୀମୂର୍ତ୍ତି ତଳେ ଧାରଣାରେ ବସିଥିବା ବେଳେ ଧାରଣରତ ସାମ୍ବାଦିକ ମନାଇବାକୁ ମନ୍ତ୍ରୀ ସୂର‌୍ୟ୍ୟବଂଶୀ ସୂରୁଜ ଆସି ପହଞ୍ଚି ସେମାନଙ୍କୁ ପ୍ରଶ୍ନକାଳରେ ସାମିଲ ହେବାକୁ ବୁଝାସୁଜା କରିଛନ୍ତି । ବାଚସ୍ପତିଙ୍କ ସହ ଆଲୋଚନା କରିବାକୁ ମନ୍ତ୍ରୀ ସାମ୍ବାଦିକଙ୍କୁ ବୁଝାଇଛନ୍ତି । ମନ୍ତ୍ରୀ ବୁଝାଇବା ପରେ ଧାରଣାରୁ ଓହରିଛନ୍ତି ସାମ୍ବାଦିକ ।
ମଙ୍ଗଳବାର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ହାତାହାତି ହେଇଥିଲେ । ଏହାପରେ ଗୃହ ପାଲଟିଥିଲା ରଣକ୍ଷେତ୍ର । ଗୃହରେ ହୋ ହଲ୍ଲା କରିଥିଲେ ବିଧାୟକ । ମାରପିଟର ଭିଡିଓ ଭାଇରାଲ ହେବାପରେ ଆଜି ସାମ୍ବାଦିକଙ୍କ ଉପରେ ଏହି କଟକଣା ଲାଗିଛି । ମୋବାଇଲ ବାରଣ ପ୍ରତିବାଦରେ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930