Indus Valley Times

ହୃଦଘାତର ଶିକାର ହେଲେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍

 Breaking News

ହୃଦଘାତର ଶିକାର ହେଲେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍

ହୃଦଘାତର ଶିକାର ହେଲେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍
March 02
17:36 2023

ମୁମ୍ବାଇ,୨/୩: ହୃଦଘାତର ଶିକାର ହେଲେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍। କିଛି ଦିନ ତଳେ ସେ ହୃଦଘାତର ଶିକାର ହୋଇଥିବା ବେଳେ ଏବେ ସେ ଏହି ଖବର ନିଜ ପ୍ରଶଂସକଙ୍କୁ ଜଣାଇଛନ୍ତି। ହୃଦଘାତ ପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା ଏବଂ ଏହା ପରେ ସେ ଧୀରେ ଧୀରେ ସୁସ୍ଥ ହେଉଥିବା କହିଛନ୍ତି। ଏହା ସହ ତାଙ୍କର ବଡ଼ ହୃଦୟ ଥିବା ନେଇ ଡାକ୍ତର ତାଙ୍କୁ କହିଥିବା ସୁସ୍ମିତା ଜଣାଇଛନ୍ତି।
ସୁସ୍ମିତା ସେନ୍ ତାଙ୍କ ବାପାଙ୍କ ସହ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ହୃଦଘାତ ବିଷୟରେ ସୂଚନା ଦେଇଛନ୍ତି। ଏହି ପୋଷ୍ଟରେ, ୪୭ବର୍ଷ ବୟସ୍କା ଅଭିନେତ୍ରୀ ଉଲ୍ଲେଖ କରିଛନ୍ତି ଯେ ହୃଦଘାତ ପରେ ହୃଦ୍ରୋଗ ବିଶେଷଜ୍ଞ ମୋର ଆଞ୍ଜିଓପ୍ଲାଷ୍ଟି କରିଥିଲେ ଏବଂ ସଠିକ୍ ଭାବରେ ଏକ ଷ୍ଟେଣ୍ଟ୍ ଲଗାଇଥିଲେ। ମୁଁ ଏବେ ମୋ ଜୀବନକୁ ଆହୁରି ଆନନ୍ଦ ଏବଂ ଖୁସିରେ ବଞ୍ଚିବାକୁ ପ୍ରସ୍ତୁତ ଅଛି।
ସୁସ୍ମିତା ହୃଦଘାତର ଖବର ଦେବା ପରେ ଏବେ ତାଙ୍କ ପ୍ରଶଂସକ ଓ ବଲିଉଡ କଳାକାରମାନେ ତାଙ୍କର ଆରୋଗ୍ୟ କାମନା କରୁଥିବା ଦେଖାଯାଇଛି। ନିଜ ପୋଷ୍ଟରେ ସୁସ୍ମିତା ସମସ୍ତଙ୍କୁ ନିଜ ନିଜର ହୃଦୟକୁ ଖୁସିରେ ରଖିବାକୁ କହିଛନ୍ତି। ସୁସ୍ମିତା ସବୁବେଳେ ନିଜକୁ ଫିଟ ରଖିବା ପାଇଁ ବ୍ୟାୟାମ କରୁଥିବାର ନଜର ଆସୁଥିବା ବେଳେ ତାଙ୍କର ଏଭଳି ହୃଦଘାତ ହେବାଟା ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛି।

 

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930