Indus Valley Times

ହୋଲି ପାଇଁ କଟକରେ ଲାଗିଲା କଟକଣା

 Breaking News

ହୋଲି ପାଇଁ କଟକରେ ଲାଗିଲା କଟକଣା

ହୋଲି ପାଇଁ କଟକରେ ଲାଗିଲା କଟକଣା
March 14
16:07 2025

କଟକ,୧୪/୫: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଶନିବାର ହୋଲି। ଏଥିପାଇଁ ଗାଁରୁ ସହର ସବୁଠି ଉତ୍ସବର ପରିବେଶ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ସାଂସ୍କୃତିକ ସହର କଟକରେ ଦୋଳ ପୂର୍ଣ୍ଣିମାରେ ପରମ୍ପରା ଅନୁଯାୟୀ ଠାକୁର ବିମାନରେ ବସି ନଗର କୀର୍ତ୍ତନ କରିବା ସହ ସହର ପରିକ୍ରମା କରୁଛନ୍ତି। ଏନେଇ ଉତ୍ସବମୁଖର ହୋଇ ଉଠିଛି ଭାରଚାରାର ସହର କଟକ। ଉଡୁଛି ନାଲି ଗୋଲାପି ଅବିର। ଘଣ୍ଟ ଘଣ୍ଟାରେ କମ୍ପୁଛି ମେଳଣ ପଡ଼ିଆ।
ହୋଲି ପାଇଁ କଟକ ସହରରେ ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ। ଏପରିକି ମଦ ପିଇ ହୋଲି ଖେଳିଲେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ମଧ୍ୟରେ ହୋଲି ଖେଳ ସାରିବାକୁ ଡିସିପି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।
ଏପରିକି ହୋଲିରେ ମଦ ଦୋକାନ ବନ୍ଦ ରହିବ ବୋଲି ଡିସିପି ସୂଚନା ଦେଇଛନ୍ତି। ଏପରିକି ବେଆଇନ ଭାବେ ମଦ ବିକିଲେ ଦୃଢ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ନଦୀରେ ନ ଗାଧୋଇ ଘରେ ଗାଧୋଇବାକୁ ପରାମର୍ଶ ଦେଇଛନ୍ତି।
ଅନ୍ୟପକ୍ଷେ ହୋଲି ବେଳେ ସମ୍ଭାବ୍ୟ ଅଘଟଣକୁ ରୋକିବା ଲାଗି ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଛନ୍ତି। ରାଜଧାନୀର ବିଭିନ୍ନ ଗାଧୁଆ ତୁଠ, ନଦୀ ଓ ନାଳରେ ଫାୟାର ଟିମ୍ ମୁତୟନ ରହିବେ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930