Indus Valley Times

୧୨ ଦିନ ଧରି ଚାଲିଥିବା ବାଲିଯାତ୍ରା ଉଦଯାପିତ : ଶେଷ ଦିନରେ ଭକ୍ତଙ୍କ ପ୍ରବଳ ଭିଡ଼

 Breaking News

୧୨ ଦିନ ଧରି ଚାଲିଥିବା ବାଲିଯାତ୍ରା ଉଦଯାପିତ : ଶେଷ ଦିନରେ ଭକ୍ତଙ୍କ ପ୍ରବଳ ଭିଡ଼

September 24
20:55 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୪/୯ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଗଦାପୁର ଅଞ୍ଚଳରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବାଲିଯାତ୍ରା ୧୨ ଦିନ ଧରି ଅନୁଷ୍ଠିତ ହେବା ପରେ ମଙ୍ଗଳବାର ପୂର୍ଣ୍ଣାହୁତି ହୋଇଛି।
ଏହି ଯାତ୍ରାରେ ମା’ ମାଣିକେଶ୍ବରୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ପୂର୍ଣ୍ଣାହୁତି ଦିନରେ ଶହ ଶହ ଶ୍ରଦ୍ଧାଳୁ ଏହି ଯାତ୍ରାରେ ଯୋଗଦେଇ ଅଗ୍ନି ଉପରେ ଖାଲି ପାଦରେ ଚାଲି ନିଜ ମାନସିକ ପୂରଣ କରିଥାନ୍ତି। ଅଗ୍ନିରେ ଚାଲିବା ସମୟ ରେ ମା’ ମାଣିକେଶ୍ବରୀଙ୍କ ଆର୍ଶିବାଦ ମିଳିବା ସହ ଭୟ ନ ଥାଏ ବୋଲି ଶ୍ରଦ୍ଧାଳୁ କୁହନ୍ତି। ପ୍ରବଳ ବର୍ଷାରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା।
ବର୍ଷା ଯେତେ ପ୍ରବଳ ହେଉଥିଲା ଭକ୍ତଙ୍କ ସଂଖ୍ୟା ସେଭଳି ବୃଦ୍ଧି ପାଉଥିଲା ସମସ୍ତଙ୍କ ମନରେ ଆନନ୍ଦ ଦେଖାଯାଇଥିଲା। ପ୍ରତିବର୍ଷ ନୁଆଁଖାଇ ସରିବା ପରେ ଏହି ଯାତ୍ରା ଆରମ୍ଭ ହୋଇଥାଏ।
ବର୍ଷ ବର୍ଷ ଧରି ପରମ୍ପରା ରହିଆସିଛି ଯେ, ଏଠାରୁ ବାଲି ଯିବା ପରେ କଳାହାଣ୍ଡି ଜିଲା ଭବାନୀପାଟଣାରେ ଦଶହରା ପର୍ବ ପାଳନ ହୋଇଥାଏ।
ଏହି ଅବସରରେ ମୁଖ୍ୟ ଆକର୍ଷଣ ଠାକୁରଙ୍କୁ ନେଇ ଭକ୍ତ କଣ୍ଟା ପିଢାରେ ଝୁଲିବା ସହ ଅଗ୍ନିରେ ଶ୍ରଦ୍ଧାଳୁ ମାନେ ଚାଲିଥାନ୍ତି। ଏହାକୁ ଦେଖିବାକୁ ଜିଲା ତଥା ଜିଲା ବାହାରୁ ଶ୍ରଦ୍ଧାଳୁ ଭିଡ଼ ଜମାଇଥାନ୍ତି।
କାର୍ଯ୍ୟକ୍ରମରେ ମୁଖ୍ୟ ପୂଜକ ଭାବେ ମାଧବ ପୂଜାରୀ ପୂଜାର୍ଚ୍ଚନା କରିଥିବା ବେଳେ ତାଙ୍କର କହିବାନୁଯାୟୀ, ବିଶ୍ୱାସ ଅଛି ବାଲିଯାତ୍ରା ହେଲେ ଶୀତ ଆସେ। ଆଉ ବାଲିଯାତ୍ରା ସମୟରେ ପ୍ରବଳ ବର୍ଷା ହେବାର ନଜିର ରହିଛି।
ଏହା ଆଜି କି କାଲି ନୁହେଁ, ପିଢ଼ି ପିଢ଼ି ଧରି ବିଶ୍ୱାସ ରହିଆସିଛି। ଆତ୍ମ ବିଶ୍ୱାସ ଓ ଆସ୍ଥା ପ୍ରକଟ ଅଞ୍ଚଳବାସୀଙ୍କ ମଧ୍ୟରେ ରହିଛି।
ଫୁଲବାଣୀ ପୌରାଅଧ୍ୟକ୍ଷା ଦାୟିତ୍ବ ନେଲେ ଉପାଧ୍ୟକ୍ଷା ପାୟଲ ବେହେରା
କନ୍ଧମାଳ, ୨୪/୯ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦ ରେ ଦିର୍ଘ ଦିନର ଅସ୍ଥିରତା ପରେ ପୌରଉପାଧ୍ୟକ୍ଷା ଶ୍ରୀମତୀ ପାୟଲ ବେହେରା ଆନୁଷ୍ଠାନିକ ଭାବରେ ପୌରାଧ୍ୟକ୍ଷା ଦାୟୀତ୍ବ ଗ୍ରହଣ କରିଛନ୍ତି ।
ଗତ ଜୁଲାଇ ମାସ ୨୩ ତାରିଖଠାରୁ ଅନାସ୍ଥା ପ୍ରସ୍ତାବ ବୈଠକରେ ଅନାସ୍ଥା ପ୍ରସ୍ତାବ କାୟମ ରହିବା ଯୋଗୁଁ ପୁର୍ବତନ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ତାଙ୍କ ପଦବୀ ହରାଇଛନ୍ତି । ଫଳରେ ପୌରପରିଷଦର ନିୟମ ଅନୁସାରେ ଉପାଧ୍ୟକ୍ଷା ଅଧ୍ୟକ୍ଷା ହୋଇଛନ୍ତି ।
ଗତ ୨୧ ତାରିଖରେ କନ୍ଧମାଳ ଜିଲ୍ଲାପାଳ ତାଙ୍କୁ ଓଡିଶା ମୁନିସିପାଲିଟି ଆକ୍ଟ-୮୯ (ଏ) ୧୯୫୦ ଅନୁସାରେ ଆନୁଷ୍ଠାନିକ ଭାବରେ ପୌରାଧ୍ୟକ୍ଷା ଭାବରେ ସମସ୍ତ ଆନୁଷ୍ଠାନିକ ସୁବିଧା ଏବଂ ଅଧିକାର ପ୍ରଦାନ କରିବାକୁ ଏକ ଚିଠି ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଆଜି ତାଙ୍କୁ ପୌରପରିଷଦ ପକ୍ଷରୁ ଆନୁଷ୍ଠାନିକ ଭାବରେ ପୌରାଧ୍ୟକ୍ଷା ଦାୟିତ୍ୱ ପ୍ରଦାନ କରାଯାଇଛି ।
ଏଥିପାଇଁ ତାଙ୍କ ନିକଟକୁ ପୌରାଂଚଳର ସମସ୍ତ କାଉନସିଲର ମାନଙ୍କ ନିକଟରୁ ଓ ଶୁଭେଛୁ ମାନଙ୍କ ନିକଟରୁ ଶୁଭେଛାର ସୁଅ ଛୁଟିଛି । ସୁଚନାଯୋଗ୍ୟ ପୁର୍ବତନ ପୌରାଧ୍ୟକ୍ଷାଙ୍କ ବିପକ୍ଷରେ ଫୁଲବାଣୀ ପୌରାଂଚଳର ସମସ୍ତ ୧୩ଟି ୱାର୍ଡର କାଉନସିଲର ମାନଙ୍କ ମଧ୍ୟରୁ ୧୧ ଜଣ ଅନାସ୍ଥା ପ୍ରସ୍ତାବ ଆଣି ଜିଲ୍ଲାପାଳଙ୍କୁ ଚିଠି ଜରିଆରେ ଜଣାଇଥିଲେ ।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଫୁଲବାଣୀ ଉପଜିଲ୍ଲାପାଳ
ଚିତ୍ତରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ
ଆଲୋଚନା କରାଯିବା ସହିତ ଆନାସ୍ଥା ଭୋଟ ଗ୍ରହଣ
କରାଯାଇଥିଲା । ଭୋଟରେ ସମୁଦାୟ ୧୧ ଜଣ ଅଂଶ
ଗ୍ରହଣ କରଥିବା ବେଳେ ସେଥୂରୁ ଗୋଟିଏ ଭୋଟ
ନାକଚ ହୋଇ ଅନ୍ୟ ୧୦ ଟି ଭୋଟ ଅନାସ୍ଥା ପ୍ରସ୍ଥାବ
ସପକ୍ଷରେ ଯାଇଥିଲା ।
ଫଳରେ ପୁର୍ବତନ ପୌରାଧ୍ୟକ୍ଷା
ତାଙ୍କର ପଦବୀ ହରାଇବା ସହିତ ଉପାଧ୍ୟକ୍ଷା ଶ୍ରୀମତୀ
ପାୟଲ ବେହେରା ମୁନିସିପାଲିଟିର ଆଇନ ଅନୁଯାଇୟୀ
ଅଧ୍ୟକ୍ଷା ପଦବୀ ପାଇଁ ଯୋଗ୍ୟ ହୋଇଯାଇଥିଲେ ।
ଜିଲ୍ଲାପାଳଙ୍କ ଚିଠି ମିଳିବା ପରେ ସେ ଆନୁଷ୍ଠାନିକ ଭାବରେ ଏହି ଦାୟୀତ୍ୱରେ ଅଧିଷ୍ଠିତ ହୋଇଛନ୍ତି ।
ତେବେ ଏହି ଅବଧି ର ଅସ୍ଥିରତା ମଧ୍ୟରେ ଫୁଲବାଣୀ ପୌରାଂଚଳରେ ହୋଇଥିବା ଉନ୍ନୟନର ସ୍ଥିରାବସ୍ଥାକୁ ତୁରନ୍ତ ଗତିଶୀଳ କରିବେ ବୋଲି ପାୟଲ ବେହେରା ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930