Indus Valley Times

୧୪ ତମ ଆଦିବାସୀ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳର ଇନ୍ଦୋର ଅଭିମୁଖେ ଯାତ୍ରା

 Breaking News

୧୪ ତମ ଆଦିବାସୀ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳର ଇନ୍ଦୋର ଅଭିମୁଖେ ଯାତ୍ରା

୧୪ ତମ ଆଦିବାସୀ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳର ଇନ୍ଦୋର ଅଭିମୁଖେ ଯାତ୍ରା
March 18
23:09 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୮/୩:କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ନେହେରୁ ଯୁବ କେନ୍ଦ୍ର ତରଫରୁ ୧୪ ତମ ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ପାଇଁ କନ୍ଧମାଳରୁ ଏକ ୨୦ ଜଣିଆ ଦଳ ମଧ୍ୟପ୍ରଦେଶର ଇନ୍ଦୋର ଅଭିମୁଖେ ଯାତ୍ରା କରିଛନ୍ତି । ଏହି ଅବସର ରେ ବାଲିଗୁଡା ଟାଉନ ହଲ୍ ସଭାଗୃହ ଠାରେ ଏକ ଆଦିବାସୀ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ମୂଖ୍ୟ ଅତିଥି ଭାବରେ ସ୍ଥାନୀୟ ଉପ ଜିଲ୍ଲାପାଳ ଏମ.ଏସ. ମଧୁମିତା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବାଲିଗୁଡା ରେ ଅବସ୍ଥାପିତ ୧୨୭ ସିଆରପିଏଫର କମାଡେଣ୍ଟ ଆନନ୍ଦ ଝା , ଦ୍ୱିତୀୟ କମାଣ୍ଡ ଅଧିକାରୀ ମାଉଲି ମୋହନ କୁମାର, ଅଜିତ ବାବୁ ସି, ବିପିନ କୁମାର୍, କୁମାର୍ ରାଘଭେନ୍ଦ୍ର, ଡ. ରାହୁଲ ଏବଂ ଫୁଲବାଣୀ ନେହେରୁ ଯୁବ କେନ୍ଦ୍ରର ଜିଲା ଯୁବ ଅଧିକାରୀ ନଭନିତ କୁମାର, ସହକର୍ମୀ ସତ୍ୟବାନ୍ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ ପଞ୍ଚାୟତ ସେଶ୍ରାଗାଁ ଓ ଚଙ୍ଗା ପଦର ଗ୍ରାମର ଶ୍ରେଷ୍ଠ ୨୦ ଜଣ ଆଦିବାସୀ ଭାଇ ଭଉଣୀ ମାନେ ଇନ୍ଦୋର ଯାତ୍ରା କରିଛନ୍ତି । ତାଙ୍କ ସହ ଏସକଟ ଭାବରେ ବାଲିଗୁଡା ସିଆରପିଏଫରୁ ଲିଲି ଭୋଇ ଓ ସମିରନ୍ ପୋଠକ ଯାଉଛନ୍ତି । ଏହି କାର‌୍ୟ୍ୟକ୍ରମ ଚଳିତ ମାସ ୨୦ ତାରିଖରୁ ୨୬ ତାରିଖ ଦୀର୍ଘ ୬ଦିନ ପର‌୍ୟ୍ୟନ୍ତ ଅନୁଷ୍ଠିତ ହେବ । ଫୁଲବାଣୀ ନେହେରୁ ଯୁବ କେନ୍ଦ୍ର ର ସହକର୍ମୀ ସତ୍ୟବାନ ଦଳବେହେରା ଅତିଥି ମାନଙ୍କର ପରିଚୟ ସହ ସ୍ଵାଗତ ପ୍ରଦାନ କରିଥିବା ବେଳେ ବାଲିଗୁଡା ସିଆରପିଏଫ ର ଦ୍ୱିତୀୟ କମାଡେଣ୍ଟ ମାଉଲି ମୋହନ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।
କନ୍ଧମାଳରେ ମାଆ ପାଟ୍ଟଖଣ୍ଡାଙ୍କ ପ୍ରସିଦ୍ଧ କାନ୍ଦୁଲ ଭଜା ଯାତ୍ରା ଅନୁଷ୍ଠିତ
ବାଲିଗୁଡା,୧୮/୩: କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ରେ କୃଷି ଭିତ୍ତିକ ପ୍ରସିଦ୍ଧ କାନ୍ଦୁଲଭଜା ଯାତ୍ରା ଯଥା ରୀତିନୀତି ଅନୁଯାଇ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବାଲିଗୁଡା ର ଆରାଧ୍ୟ୍ୟଦେବୀ ମା\’ପାଟଖଣ୍ଡା ଓ ବରାଳଦେବୀ ଙ୍କ ମୁଖ୍ୟ ପର୍ବହେଉଛି କାନ୍ଦୁଲଭଜା ଯାତ୍ରା ।ପଶ୍ଚିମ ଓଡିଶା ର ନୂଆଖାଇ ଭଳି ଏହି କାନ୍ଦୁଲ ଭଜା ଯାତ୍ରା ଗଣପର୍ବ ଭାବେ ବିଦିତ ।
ଏହି ପାରମ୍ପରିକ ଯାତ୍ରା ଫଗୁଣ ମାସରେ ହୋଇଥାଏ । ନୂଆ କାନ୍ଦୁଲ ଶିମ୍ବ, ମହୁଲ ଫୁଲ,ପଳାସ ଫୁଲ, ମୁଆଁ ଇତ୍ୟାଦି କୁ ମାଆ ପାଟ୍ଟଖଣ୍ଡା ଏବଂ ବରାଳ ଦେବୀ ଙ୍କ ନିକଟରେ ପୂଜାର୍ଚ୍ଚନା କରି ଲାଗି କଲାପରେ ପରିବାର ସମସ୍ତେ ସାମୁହିକ ପ୍ରସାଦ ସେବନ କରନ୍ତି ।
ମାନସିକଧାରୀ ଭକ୍ତ ଶ୍ରଦ୍ଧାଳୁ ବୋଦା କୁକୁଡ଼ା ବଳୀଦେବା ପ୍ରଥା ମଧ୍ୟ ରହିଛି । ଏହି ଯାତ୍ରା ବାଲିଗୁଡା ଉପଖଣ୍ଡର ବାଲିଗୁଡା, କୋଟଗଡ, ତୁମୁଡିବନ୍ଧ, କ.ନୂଆଗାଁ, ଦାରିଙ୍ଗବାଡି ଭଳି ବିଭିନ୍ନ ଗାଁ ରେ ପାଳିତ ହେଉଅଛି । ମାଆ ପାଟ୍ଟଖଣ୍ଡା ଙ୍କୁ ପୂର୍ବେ ଆଦିବାସୀ ସମ୍ପ୍ରଦାୟର ଲୋକେ ପୂଜାର୍ଚ୍ଚନା କରିଆସୁଥିବା ବେଳେ କାଳକ୍ରମେ କ୍ଷତ୍ରିୟ, ପାଇକ, ଖଣ୍ଡାୟତ, ବଂଶଧର ମାଆ ଙ୍କୁ ପୂଜାର୍ଚନା କରି ଆସୁଛନ୍ତି । ପରମ୍ପରା ଅନୁଯାୟୀ ମାଆ ପାଟ୍ଟଖଣ୍ଡା ଙ୍କ ପ୍ରତୀକ ଟାମୁକ ଓ ଖଣ୍ଡା ରଜାପାତ୍ର ଙ୍କ ଘରୁ ବାହାରିବା ପରେ ସମସ୍ତ ଶ୍ରଦ୍ଧାଳୁ ନିର୍ଜଳା ଉପବାସ ରହି ନୂଆବସ୍ତ୍ର ପରିଧାନ କରି ମାଆ ପାଟ୍ଟଖଣ୍ଡା ଏବଂ ବରାଳ ଦେବୀ ଙ୍କ ମନ୍ଦିର ରେ ପୂଜାର୍ଚ୍ଚନା କରି ନୂଆଖାଇ ଥିଲେ । ଏହି କୃଷି ଭିତ୍ତିକ କାନ୍ଦୁଲ ଭଜା ପର୍ବ କେଉଁ ଆବାହନ କାଳରୁ ଅଦ୍ୟାବଧି ରହି ଜାକ ଜକମ ରେ ପାଳିତ ହୋଇ ଆସୁଛି ।
କନ୍ଧମାଳରେ ମାଆ ପାଟ୍ଟଖଣ୍ଡାଙ୍କ ପ୍ରସିଦ୍ଧ କାନ୍ଦୁଲ ଭଜା ଯାତ୍ରା ଅନୁଷ୍ଠିତ
ବାଲିଗୁଡା,୧୮/୩: କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ରେ କୃଷି ଭିତ୍ତିକ ପ୍ରସିଦ୍ଧ କାନ୍ଦୁଲଭଜା ଯାତ୍ରା ଯଥା ରୀତିନୀତି ଅନୁଯାଇ ଆୟୋଜିତ ହୋଇଯାଇଛି ।
ଏହି ଅବସରରେ ବାଲିଗୁଡା ର ଆରାଧ୍ୟ୍ୟଦେବୀ ମା\’ପାଟଖଣ୍ଡା ଓ ବରାଳଦେବୀ ଙ୍କ ମୁଖ୍ୟ ପର୍ବହେଉଛି କାନ୍ଦୁଲଭଜା ଯାତ୍ରା । ପଶ୍ଚିମ ଓଡିଶା ର ନୂଆଖାଇ ଭଳି ଏହି କାନ୍ଦୁଲ ଭଜା ଯାତ୍ରା ଗଣପର୍ବ ଭାବେ ବିଦିତ । ଏହି ପାରମ୍ପରିକ ଯାତ୍ରା ଫଗୁଣ ମାସରେ ହୋଇଥାଏ ।
ନୂଆ କାନ୍ଦୁଲ ଶିମ୍ବ, ମହୁଲ ଫୁଲ,ପଳାସ ଫୁଲ, ମୁଆଁ ଇତ୍ୟାଦି କୁ ମାଆ ପାଟ୍ଟଖଣ୍ଡା ଏବଂ ବରାଳ ଦେବୀ ଙ୍କ ନିକଟରେ ପୂଜାର୍ଚ୍ଚନା କରି ଲାଗି କଲାପରେ ପରିବାର ସମସ୍ତେ ସାମୁହିକ ପ୍ରସାଦ ସେବନ କରନ୍ତି । ମାନସିକଧାରୀ ଭକ୍ତ ଶ୍ରଦ୍ଧାଳୁ ବୋଦା କୁକୁଡ଼ା ବଳୀଦେବା ପ୍ରଥା ମଧ୍ୟ ରହିଛି ।
ଏହି ଯାତ୍ରା ବାଲିଗୁଡା ଉପଖଣ୍ଡର ବାଲିଗୁଡା, କୋଟଗଡ, ତୁମୁଡିବନ୍ଧ, କ.ନୂଆଗାଁ, ଦାରିଙ୍ଗବାଡି ଭଳି ବିଭିନ୍ନ ଗାଁ ରେ ପାଳିତ ହେଉଅଛି ।
ମାଆ ପାଟ୍ଟଖଣ୍ଡା ଙ୍କୁ ପୂର୍ବେ ଆଦିବାସୀ ସମ୍ପ୍ରଦାୟର ଲୋକେ ପୂଜାର୍ଚ୍ଚନା କରିଆସୁଥିବା ବେଳେ କାଳକ୍ରମେ କ୍ଷତ୍ରିୟ, ପାଇକ, ଖଣ୍ଡାୟତ, ବଂଶଧର ମାଆ ଙ୍କୁ ପୂଜାର୍ଚନା କରି ଆସୁଛନ୍ତି ।
ପରମ୍ପରା ଅନୁଯାୟୀ ମାଆ ପାଟ୍ଟଖଣ୍ଡା ଙ୍କ ପ୍ରତୀକ ଟାମୁକ ଓ ଖଣ୍ଡା ରଜାପାତ୍ର ଙ୍କ ଘରୁ ବାହାରିବା ପରେ ସମସ୍ତ ଶ୍ରଦ୍ଧାଳୁ ନିର୍ଜଳା ଉପବାସ ରହି ନୂଆବସ୍ତ୍ର ପରିଧାନ କରି ମାଆ ପାଟ୍ଟଖଣ୍ଡା ଏବଂ ବରାଳ ଦେବୀ ଙ୍କ ମନ୍ଦିର ରେ ପୂଜାର୍ଚ୍ଚନା କରି ନୂଆଖାଇ ଥିଲେ । ଏହି କୃଷି ଭିତ୍ତିକ କାନ୍ଦୁଲ ଭଜା ପର୍ବ କେଉଁ ଆବାହନ କାଳରୁ ଅଦ୍ୟାବଧି ରହି ଜାକ ଜକମ ରେ ପାଳିତ ହୋଇ ଆସୁଛି ।
ବାଲିଗୁଡା : ବ୍ୟାପକ ଗଂଜେଇ ଜବତ ଜଣେ ଗିରଫ
ବାଲିଗୁଡା,୧୮/୩: ଗଂଜେଇ ଚାଲାଣ ବେଳେ ବାଲିଗୁଡା ପୋଲିସ ଚଢଉ କରି ଗଂଜେଇ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରିଛନ୍ତି ।
ସୁଚନାରୁ ପ୍ରକାଶ ଯେ ବାଲିଗୁଡା ଥାନା ଅନ୍ତର୍ଗତ କାମ୍ବେରିକିଆ ଠାରେଗଂଜେଇ ଚାଲାଣ କରିବା ନିମନ୍ତେ ସଜବାଜ ହେଉଥିବା ବେଳେ ଏହିଖବର ପାଇ ପୋଲିସ ଚଢାଉ କରିଥିଲେ । ଏହି ସମୟରେ ସେଠାରୁ ୨୦୭ କେଜି ୮୮୦ ଗ୍ରାମ ଗଂଜେଇ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରିଛନ୍ତି ଓ ଆଉ ଦୁଇଜଣ ପୋଲିସକୁ ଦେଖି ଡେଇଁ ପଳାଇଛନ୍ତି ।
ଗଂଜେଇ ଓ ଗିରଫ ବ୍ୟକ୍ତି ଦିଲିପ କୁମାର ଚନ୍ଦନ ଗାଁ ଖପ୍ରାଖୋଲ ଜିଲ୍ଲା ବଲାଙ୍ଗିର କେଶ ନମ୍ବର ୭୨/୨୩ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଯାଇଛି ବୋଲି ଆଇଆଇସି ବାବାଶଙ୍କର ସରାଫ ସୁଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031