Indus Valley Times

୧୫ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ଆଦିବାସୀ ଡାକୁଲ ନୃତ୍ୟ ଓ ଅଘୋରୀ ନୃତ୍ୟ ରେ ବିଭୋର ଭକ୍ତ

 Breaking News

୧୫ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ଆଦିବାସୀ ଡାକୁଲ ନୃତ୍ୟ ଓ ଅଘୋରୀ ନୃତ୍ୟ ରେ ବିଭୋର ଭକ୍ତ

୧୫ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ଆଦିବାସୀ ଡାକୁଲ ନୃତ୍ୟ ଓ ଅଘୋରୀ ନୃତ୍ୟ ରେ ବିଭୋର ଭକ୍ତ
May 20
20:50 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୦/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଦିନକୁ ଦିନ ଭକ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ଅସ୍ଥାୟୀ ପୀଠ ରେ ମା ‘ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, ମା’ ବରାଳଦେବୀ, ମା’ ମହାମାୟୀ ଓ ମା’ ଦକ୍ଷିଣ କାଳୀ ବିରାଜ ମାନ ଅଛନ୍ତି । ପ୍ରତିଦିନ ସକାଳ ଓ ସନ୍ଧ୍ୟା କାଳୀନ ଆଳତୀ ସମୟରେ ଶହ ଶହ ଭକ୍ତଙ୍କ ସମାଗମ ହେଉଛି ।
ମଙ୍ଗଳବାର ୧୫ ଦିନରେ ବନ୍ଧସାହି ପୂଜା କମିଟି ଅଞ୍ଚଳ କୁ ପରିଭ୍ରମଣ କରି ଆସିଥିଲେ କ୍ଷ ଏହି ଅବସରରେ ସନ୍ଧ୍ୟା ଆଳତୀ ପରେ ପରେ ଏକ ବିରାଟ ପଟୁଆରରେ ଆଦିବାସୀ ଡାକୁଲ ନୃତ୍ୟ, ଦୁଲଦୁଲି, ସାହିଯାତ ମେଢ଼, ଅଘୋରୀ ନୃତ୍ୟ, ଓ ସଂକୀର୍ତ୍ତନ ଦଳର ବାଜା ବାଜଣା ରେ ଅସ୍ଥାୟୀ ପୀଠ ଠାରୁ ବାହାରି ଗାନ୍ଧୀ ଛକ, ହାଇସ୍କୁଲ ଛକ, ବନ୍ଧସାହି ଛକ ରାସ୍ତାରେ ପ୍ରବେଶ କରି ସାହି ସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ପହଞ୍ଚି ଥିଲେ ।
ଉକ୍ତ ପୂଜା ମଣ୍ଡପ ରେ ପହଞ୍ଚିବା ପରେ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ପରେ ସାହି ର ସମସ୍ତ ଭକ୍ତ ବିଶେଷ କରି ମହିଳା ଭକ୍ତ ମାନେ ଉପସ୍ଥିତ ରହି ମା’ ଙ୍କ ଶୁଭାଶ୍ରିବାଦ ଭିକ୍ଷା କରିଥିଲେ ।
ଶେଷରେ ଅନ୍ନ ପ୍ରସାଦ ବଣ୍ଟନ ର ବ୍ୟବସ୍ଥା କରାଯାଇଥିଲା । ଏଥିରେ ସାହି ପୂଜା କମିଟି ର କର୍ତ୍ତା ଭାବେ ଶରତ ଚନ୍ଦ୍ର ପାଢ଼ୀ ଦାୟିତ୍ୱ ତୁଲାଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଜୟାନନ୍ଦ ପ୍ରଧାନ, ମନୋରଞ୍ଜନ ରାୟ, ଗୋପାଳ ଚନ୍ଦ୍ର ବେହେରା, ସାଗର ବେହେରା, ମାନସ ଦଳପତି, ପ୍ରଫୁଲ୍ଲ କୁମାର ଗୌଡ଼, ଶିବ ଶଙ୍କର ପାତ୍ର ପ୍ରମୁଖ ଉପସ୍ଥିତ ରହି ପରିଚାଳନରେ ସହଯୋଗ କରିଥିଲେ ।
ଏକ ମାସ ଧରି ଚାଲିବାକୁ ଥିବା ଏହି ଯାତ୍ରା ଟାଉନର ଭିନ୍ନ ଭିନ୍ନ ସାହିରେ ପର୍ଦାର୍ପଣ କରିବେ ।
ବୁଧବାର ଦିନ ମା ‘ମାନଙ୍କ ଘଟ ନୂଆସାହି ସ୍ଥିତ ଭାର୍ଟିପଦା ଅଞ୍ଚଳ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଗୁରୁବାର ଦିନ ମା’ମାନେ ଅସ୍ଥାୟୀ ମଣ୍ଡପ ରେ ସମ୍ପୂର୍ଣ୍ଣ ବିଶ୍ରାମ ନେଇ ଭକ୍ତ ମାନଙ୍କୁ ଦର୍ଶନ ଦେବେ ।
ଆଗାମୀ ଦିନରେ ହେବାକୁ ଥିବା ପ୍ରତ୍ୟେକ ସାହିରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ।
ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର‌୍ୟ୍ୟ ଭକ୍ତଙ୍କୁ ବେଶ ଖୋରାକ ଯୋଗାଉଛି ।
ଠାକୁରାଣୀ ଯାତ୍ରା ଉପଲକ୍ଷେ ସ୍ଥାନୀୟ ସି.ଟି.କଲେଜ ରୋଡ଼ ରେ ଥିବା ନୀଳଗିରି ଫାର୍ମ ନିକଟ ଯାତ୍ରା ପଡିଆ ରେ ମୀନାବଜାର, ଖାଦ୍ୟ ପସରା ଭଳି ବିଭିନ୍ନ ଆକର୍ଷଣୀୟ କାର‌୍ୟ୍ୟକ୍ରମ ମନ ମୋହିବା ସୁନିଶ୍ଚିତ ଥିବା ବେଳେ ମା’ଙ୍କ କୃପା ଭିକ୍ଷା ପାଇଁ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହ ଅସ୍ଥାୟୀ ମଣ୍ଡପ କୁ ଆସି ଦର୍ଶନ କରୁଥିବା ଦେଖିବାକୁ ମିଳୁଛି ।
ଏହି ଯାତ୍ରା ମଇ ୬ ତାରିଖରୁ ଆରମ୍ଭ ହୋଇ ମଙ୍ଗଳବାର ୧୫ ଦିନରେ ପହଞ୍ଚି ଥିବା ବେଳେ ମଙ୍ଗଳବାର ନଗର ଭ୍ରମଣ କାର୍ଯ୍ୟକ୍ରମ ଏକାଦଶ ଦିନରେ ପହଞ୍ଚିଛି ।
ଏହା ଜୁନ ୫ ତାରିଖ ରେ ଶେଷ ହେବ । ଏକ ମାସ ବ୍ୟାପୀ ମା’ ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ। ଏ ନେଇ ସମଗ୍ର ବାଲିଗୁଡା ସହର ଦିନକୁ ଦିନ ଉତ୍ସବମୁଖର ହେବାରେ ଲାଗିଛି।
ଦାରିଙ୍ଗବାଡିରେ ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ: ବ୍ୟକ୍ତିଗତ ୭୧ଟି ଏବଂ ସାମୁହିକ ୬୨ଟି ଅଭିଯୋଗ
ବାଲିଗୁଡା, ୨୦/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ଠାରେ ସୋମବାର ଲୋକଙ୍କ ବିଭିନ୍ନ ଅଭିଯୋଗକୁ କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ଏବଂ ଏସ୍‌ପିଙ୍କ ହରିଶ ବି.ଶି ମିଳିତ ଅଭିଯୋଗ ଶୁଣିଛନ୍ତି।
ଏହି ପ୍ରରିପ୍ରେକ୍ଷୀରେ ମୋଟ୍ ୧୩୩ଟି ଅଭିଯୋଗର ଶୁଣାଣି କରାଯାଇଥିବା ବେଳେ ବ୍ୟକ୍ତିଗତ ୭୧ଟି ଏବଂ ସାମୁହିକ ୬୨ଟି ଅଭିଯୋଗ ରହିଥିଲା ।
ବୁଡ଼ାଗଡ଼ାଠାରେ ଶୀଘ୍ର ଫାଣ୍ଡିକୁ କାର‌୍ୟ୍ୟକ୍ଷମ କରାଯିବା ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ କରାଯିବାକୁ ସରପଞ୍ଚ ତାତୁରା ପ୍ରଧାନ, ସମିତିସଭ୍ୟ ଶ୍ରୀକାନ୍ତ ପ୍ରଧାନ, ବୁଲୁ ସାହୁ, କୁଳମଣି ପାତ୍ର ପ୍ରମୁଖ ଲିଖିତ ଅଭିଯୋଗ କରିଥିଲେ ଜୁନ୍ ସୁଦ୍ଧା ଏହାର ଶୁଭାରମ୍ଭ କରାଯିବାକୁ ଯୋଜନା କରାଯାଇଥିବା ଏସ୍‌ପି ବୁଡ଼ାଗୁଡ଼ା ବାସୀଙ୍କୁ କହିଥିଲେ।
ସେହିପରି ଦାରିଙ୍ଗବାଡ଼ିରେ ମୋବାଇଲ ସେବା ବାରମ୍ବାର ଅଚଳ ହେଉଛି। ତେଣୁ ଘରୋଇ ୪-ଜି କିମ୍ବା ୫-ଜି ସେବା ଯୋଗାଇଦେବା ସହ ମେଗା ଜଳ ପ୍ରକଳ୍ପ କାର‌୍ୟ୍ୟ ଚାଲିଥିବା କୁହାଯାଉଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଜଳ ଯୋଗାଣ ହୋଇପାରୁ ନ ଥିବା ନେଇ ଦାସିଙ୍ଗବାଡ଼ିର ରାଜୀବ ମଲିକ ଅଭିଯୋଗ କରିଛନ୍ତି।
ସେହିପରି ସିର୍କାବର୍ଗ ପଞ୍ଚାୟତର ଏକାଧିକ ଗ୍ରାମରେ ଜଳ ସଙ୍କଟ ସହ ମୋବାଇଲ ସେବା ବିପର୍ଯ୍ୟୟ ରହିଥିବା ଅଭିଯୋଗ ହୋଇଥିଲା। ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ଲୋକଙ୍କ କାର୍ଯ୍ୟ ବିଶେଷ କରି ବିଭିନ୍ନ ପ୍ରମାଣ ପତ୍ର ପାଇଁ ତହସିଲ କାର୍ଯ୍ୟାଳୟ ଯାଇ ହଇରାଣ ଭୋଗୁଥିବା ଅଭିଯୋଗ କରିଛନ୍ତି ନାରୀନେତ୍ରୀ ବିଳାସିନୀ ନାୟକଙ୍କ ସମେତ ଗ୍ରାମବାସୀ ଅଭିଯୋଗ କରିଥିଲେ।
ସେହିପରି ପାଡାନକେତା ଗ୍ରାମର ରଞ୍ଜିତ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାରେ ପ୍ରକଳ୍ପ କରିବା ପାଇଁ ଅନୁମତି ମିଳିଥିବାବେଳେ ସେ କାର୍ଯ୍ୟ ଶେଷ କରିଥିଲେ ମଧ୍ୟ ତାଙ୍କ ପ୍ରାପ୍ୟ ମିଳି ନ ଥିବା ସେ ଅଭିଯୋଗ କରିଛନ୍ତି।
ମୋଟ୍ ୧୧ ଲକ୍ଷ ୬୬ ହଜାର ଗୃହ ନିର୍ମାଣ ଓ ଗୋପାଳନ ପାଇଁ ରହିଛି କିନ୍ତୁ ପ୍ରାପ୍ୟ ଦିଆଯାଉ ନ ଥିବା ସେ ଅଭିଯୋଗ କରିଛନ୍ତି।
ସେହିପରି ଦାରିଙ୍ଗବାଡ଼ିକୁ ପ୍ଲାଷ୍ଟିକ ଫ୍ରି ପାଇଁ ପଦକ୍ଷେପ ନେବା ସହ ଦାରିଙ୍ଗବାଡ଼ିକୁ ଏନ୍‌ଏସି ଘୋଷଣା ପାଇଁ ପଦକ୍ଷେପ ନେବା ଆଦି ଦାବି ରହିଛି।
ସେହିପରି ସରାମୁଳି ପଞ୍ଚାୟତର ପୂର୍ବତନ ସରପଞ୍ଚ ଚନ୍ଦ୍ର ଶେଖର ମୁଠାମାଝି ବାରମ୍ବାର ପୂର୍ବ ସରକାର ଏବଂ ଏବେ ନୂତନ ସରକାର ଆସିବା ପରେ ମଧ୍ୟ ଅଭିଯୋଗ କରି ଆସୁଥିଲେ ମଧ୍ୟ ତାଙ୍କ ଅଭିଯୋଗର କୌଣସି ପ୍ରଭାବ ନ ପଡ଼ିବା ନେଇ ଉଦବେଗ ପ୍ରକାଶ କରିଛନ୍ତି।
ସେ କହିଛନ୍ତି, ସରାମୁଳିରେ ଏକ ବସ୍‌ଷ୍ଟାଣ୍ଡ ଏବଂ ସାପ୍ତାହିକ ହାଟ ପାଇଁ ଜମି ଚି଼ହ୍ନଟ କରିବାକୁ ବାରମ୍ବାର ଦୌଡୁଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗ ଶୁଣାଣିକୁ ଗୁରୁତ୍ୱ ଦେବାକୁ କହିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି।
ସେହିପରି ବସୁନ୍ଧରା ଯୋଜନାରେ ତାମାଙ୍ଗି ଅଞ୍ଚଳବାସୀଙ୍କୁ ମୋଟ ୩୭ଜଣଙ୍କୁ ଘରବାରୀ ପଟ୍ଟାକୁ ଜିଲାପାଳ ଅମ୍ରିତ ଋତୁରାଜ ବଣ୍ଟନ କରିଥିଲେ।
ଏହି ଅଭିଯୋଗ ଶୁଣାଣିକୁ ସ୍ଥାନୀୟ ବିଡିଓ ପ୍ରୀତିରଞ୍ଜନ ରଥ ପରିଚାଳନା କରିଥିବା ବେଳେ ଜିଲାପାଳ ଏବଂ ଏସ୍‌ପିଙ୍କ ସମେତ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ବାଲିଗୁଡ଼ା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରାଙ୍କ ସମେତ ଜିଲାର ବିଭିନ୍ନ ବିଭାଗର ପଦାଧିକାରୀ, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031