Indus Valley Times

୨୦୨୭ ଶେଷ ସୁଦ୍ଧା ସରିବ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କାମ, ଚାଲିଛି ମାଟି ପରୀକ୍ଷା

 Breaking News

୨୦୨୭ ଶେଷ ସୁଦ୍ଧା ସରିବ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କାମ, ଚାଲିଛି ମାଟି ପରୀକ୍ଷା

November 06
18:59 2024

ଓଡ଼ିଶା, ୬/୧୧ : ରାଜଧାନୀ ଭୁବନେଶ୍ୱରରେ ଗଡ଼ବ ମେଟ୍ରୋ ଟ୍ରେନ୍‌। ୨୦୨୭ ସୁଦ୍ଧା ସରିବ ମେଟ୍ରୋ ପ୍ରକଳ୍ପ କାମ ସରିବ। ପ୍ରତି ୧୦ ମିନିଟ୍ ବ୍ୟବଧାନରେ ଗଡ଼ିବ ମେଟ୍ରୋ। ଆଜି ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷ।
ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷ କହିଛନ୍ତି, ୨୦୨୭ ଡିସେମ୍ବର ସୁଦ୍ଧା ସରିବ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କାମ। ଭୂମିଠାରୁ ୧୩ ମିଟର ଉପରେ ଚାଲିବ ମେଟ୍ରୋ ଟ୍ରେନ୍‌। ତେବେ ରାଜମହଲ, ଜୟଦେବ ବିହାର ଓଭରବ୍ରିଜ ତଥା ବାରଙ୍ଗ ରେଲୱେ ଲାଇନ୍ ଉପରେ ଏହାର ଉଚ୍ଚତା ଅଧିକ ରହିବ। ପ୍ରତି ୧୦ ମିନିଟ ବ୍ୟବଧାନରେ ଚାଲିବ ମେଟ୍ରୋ। ସେଥିପାଇଁ ୩ କୋଚ୍ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍ କିଣିବାକୁ ଯୋଜନା ହୋଇଛି ବୋଲି ପ୍ରକଳ୍ପ କର୍ତ୍ତୃପକ୍ଷ କହିଛନ୍ତି।
ପ୍ରକଳ୍ପ କର୍ତ୍ତୃପକ୍ଷ ଆହୁରି ମଧ୍ୟ କହିଛନ୍ତି, ଏବେ ମେଟ୍ରୋ ପ୍ରକଳ୍ପ ପାଇଁ ଚାଲିଛି ମାଟି ପରୀକ୍ଷା। ବିଭିନ୍ନ ସ୍ଥାନରୁ ୫୦-୬୦ ମିଟର ତଳୁ ମାଟି ନେଇ ଦିଲ୍ଲୀ ଓ କଟକ ଲାବୋରେଟରୀରେ କରାଯାଉଛି ମାଟି ପରୀକ୍ଷା। ୨ ମାସ ମଧ୍ୟରେ ମାଟି ପରୀକ୍ଷା ସରିବ। ସେହିପରି ସଡ଼କ ଯାତ୍ରୀଙ୍କ ଯାତାୟତ ସୁବିଧା ଲାଗି ଏବେ ଶିଶୁ ଭବନ ଛକଠାରୁ ରଘୁନାଥପୁର ଜାଲି ପର‌୍ୟ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାମ ମଧ୍ୟ ଚାଲିଛି। ୨ ମାସ ମଧ୍ୟରେ ରାସ୍ତା ପ୍ରଶସ୍ତିକରଣ କାମ ସରିବ। ମାଟି ପରୀକ୍ଷା ରିପୋର୍ଟ ସରିବା ପରେ ଆରମ୍ଭ ହେବ ଫାଉଣ୍ଡେସନ ଡିଜାଇନ।
ମେଟ୍ରୋ ପ୍ରକଳ୍ପ ଲାଗି ଭୁବନେଶ୍ୱର ଘାଟିକିଆଠାରେ କାଷ୍ଟିଂ ୟାର୍ଡ ତିଆରି ଚାଲିଛି। ଏଠାରେ ମେଟ୍ରୋ ରେଳ ଲାଇନ୍ ପାଇଁ ତିଆରି ହେବ କାଷ୍ଟିଂ ଉପକରଣ। ସେହିପରି ତ୍ରିଶୁଳିଆ ଫୁଲପୋଖରୀ ରତାଗଡ଼ଠାରେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ମେଣ୍ଟେନାନ୍ସ ଡିପୋ ତିଆରି କାମ ମଧ୍ୟ ଚାଲୁ ରହିଛି ବୋଲି ମେଟ୍ରୋ ପ୍ରକଳ୍ପ କର୍ତ୍ତୃପକ୍ଷ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930