Indus Valley Times

୨୪ ଓ ୨୫ରେ ପୁଣି ଓଡ଼ିଶାରେ ବର୍ଷା, ସତର୍କ କରାଇଲା ପାଣିପାଗ ବିଭାଗ

 Breaking News

୨୪ ଓ ୨୫ରେ ପୁଣି ଓଡ଼ିଶାରେ ବର୍ଷା, ସତର୍କ କରାଇଲା ପାଣିପାଗ ବିଭାଗ

December 23
17:36 2024

ଭୁବନେଶ୍ୱର, ୨୩/୧୨ : ଆସନ୍ତା ୨୪ ତାରିଖରୁ ପୁଣି ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ ଗତ ଦୁଇ ଦିନ ପୂର୍ବରୁ ବର୍ଷା ହୋଇଥିଲା । ଯାହା ଫଳରେ ଚାଷୀମାନଙ୍କର ଅମଳ ଫସଲ ନଷ୍ଟ ମଧ୍ୟ ହୋଇଥିଲା ।
ଆସନ୍ତା ୨୪ରେ ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ନୟାଗଡ଼, କୋରାପୁଟ, ମାଲକାନଗିରି ଓ କନ୍ଧମାଳରେ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ଆସନ୍ତା ୨୫ ତାରିଖରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930