Indus Valley Times

ଅନ୍ତର୍ଜାତୀୟ ଗୁରୁ ଦିବସ ପାଳନ

 Breaking News

ଅନ୍ତର୍ଜାତୀୟ ଗୁରୁ ଦିବସ ପାଳନ

ଅନ୍ତର୍ଜାତୀୟ ଗୁରୁ ଦିବସ ପାଳନ
October 06
20:21 2026

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର/ ଓଡ଼ିଶା, ୬/୧୦: ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ,ବଲାଂଗୀର ତରଫରୁ,ସମ୍ପାଦକ ହରେକୃଷ୍ଣ ରଥ ଙ୍କ ଆବାହନ କ୍ରମେ,ସ୍ଥାନୀୟ ମିଶନ ବାଳକ ଉଚ୍ଚ ପ୍ରାଥମିକ,ବିଦ୍ୟାଳୟରେ ଦୁର୍ଯ୍ୟୋଧନ ପସାୟତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।
ଆଚାର୍ଯ୍ୟ ସୁଚିତ୍ର ସୁନା ଓ ଧ୍ରୁବରାଜ ଚୋପଦାର ମଞ୍ଚାସୀନ ଥାଇ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।
ଆନ୍ତର୍ଜାତୀୟ ଗୁରୁ ଦିବସ ଉପଲକ୍ଷେ ଆଚାର୍ଯ୍ୟ ସୁନା ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଦିବସର ଶୁଭେଚ୍ଛା ସହ ସମସ୍ତେ ଖୁସିରେ ରହିବା ପାଇଁ ପ୍ରେରଣା ଦେଇଥିଲେ।
ସୁଧାଂଶୁ ପଟେଲ ଶିକ୍ଷକ ଏବଂ ଶିକ୍ଷା ଉପରେ ଏକ ସୁନ୍ଦର ବକ୍ତବ୍ୟ ଉପସ୍ଥାପନ କରିଥିଲେ।ମିଶନ ବାଳକ ଉପ୍ରା ସ୍କୁଲ ପ୍ରଧାନ ଶିକ୍ଷକ ମନ ମୋହନ ଲିମ୍ମା ସଂଗଠନ ର ଆଭିମୁଖ୍ୟ ଓ ଏହାର ନବ ନିର୍ମାଣ ପାଇଁ ଆହ୍ୱାନ ଦେଇଥିଲେ।ଲୋଇସିଂହା ବ୍ଲକ ର ବରିଷ୍ଠ ଶିକ୍ଷକ ମୁରା ସିଂ,ଙ୍କ ବ୍ୟଙ୍ଗାତ୍ମକ ଅଭିନୟ ଚିତ୍ତାକର୍ଷକ ହୋଇଥିଲା।
କୋଶଳୀ କବି ତଥା ବିଶିଷ୍ଟ ସାଧନ କର୍ମୀ ସଂକୀର୍ତ୍ତନ ମହାଳିଙ୍ଗ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକ ବିଷୟରେ ଏକ ସୁନ୍ଦର କବିତା ପାଠ କରିଥିଲେ।ମହିଳା ପ୍ରକୋଷ୍ଠ ର ଅଧକ୍ଷ୍ୟ। ଲକ୍ଷ୍ମୀପ୍ରିୟା ପଟେଲ ସଂଘ ତରଫରୁ ଉପସ୍ଥିତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇଥିଲେ।
ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ଜୟଦେବ ବିଶି,ଭୀମସେନ ଦଣ୍ଡସେନା,ସଂଜୀତ ଦୋରା,ସ୍ମିତା ହନୁମାନ,ବିଭୁସ୍ମିତା ଦାସ ଓ ଅନ୍ନପୂର୍ଣ୍ଣା ନନ୍ଦ ଏହି କାର‌୍ୟ୍ୟକ୍ରମ ରେ ସକ୍ରିୟ ଯୋଗଦାନ କରିଥିଲେ।ରାଜ୍ୟ ସ୍ତରୀୟ ନିଶାମୁକ୍ତ ଆଲୋଚନା ଚକ୍ର କରିବାକୁ ଶିକ୍ଷୟତ୍ରୀ ଅନୁପମା ଶିକ୍ଷକ ସଂଘ କୁ ପ୍ରସ୍ତାବ ଦେଇଥିବା ବେଳେ
ସଭାପତି ଦୁର‌୍ୟୋଧନ ପସାୟତ ଦିବସ ଉପଲକ୍ଷେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ।ପରେ ଲୋଇସିଂହା ବ୍ଲକ ର ପୂର୍ବତନ ସଭାପତି ତଥା ଶିକ୍ଷକ ନେତା ସ୍ବର୍ଗତ ଦୁର୍ଗା ଚରଣ ପାଢ଼ୀ ଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା ସହ ଏକ ସ୍ମୃତି ସଭା ଆୟୋଜନ ହୋଇଥିଲା।
ଶେଷରେ ସଭାପତି ଉପସ୍ଥିତ ସମସ୍ତ ସଭ୍ୟ,ସଭ୍ୟାଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031