Indus Valley Times

ସାରା ରାଜ୍ୟରେ ବେଶ୍ ଧୁମଧାମରେ ପାଳନ କଲେ ହୋଲି ପର୍ବ

 Breaking News

ସାରା ରାଜ୍ୟରେ ବେଶ୍ ଧୁମଧାମରେ ପାଳନ କଲେ ହୋଲି ପର୍ବ

ସାରା ରାଜ୍ୟରେ ବେଶ୍ ଧୁମଧାମରେ ପାଳନ କଲେ ହୋଲି ପର୍ବ
March 15
17:47 2025

ଭୁବନେଶ୍ୱର, ୧୫/୩: ସାରା ରାଜ୍ୟରେ ବେଶ୍ ଧୁମଧାମରେ ଚାଲିଛି ହୋଲି ପାଳନ । ଗାଁ ଠୁ ସହର ସବୁଠି ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି । ନେତା ଠୁ ଆରମ୍ଭ କରି ଜନତା ଯାଏଁ ସମସ୍ତେ ପରସ୍ପରକୁ ରଙ୍ଗ ବୋଳି ହୋଲିର ଶୁଭେଚ୍ଛା ଜଣାଉଛନ୍ତି । ପିଲା ହେଉ କି ବୁଢା, ନେତା ହୁଅନ୍ତୁ ଅବା ଅଭିନେତା ସମେସ୍ତ ଆଜି ହୋଲିରେ ମସଗୁଲ ହୋଇଛନ୍ତି ।
ଭୁବନେଶ୍ୱର, କଟକ, ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ ହୋଇଛି। କିଏ କାହାକୁ ପିଚକାରୀ ଧରି ରଙ୍ଗ ମାରୁଛି ତ ପୁଣି କିଏ ଅବିରରେ ଖେଳୁଛନ୍ତି ହୋଲି । ଛୋଟଠାରୁ ଆରମ୍ଭ କରି ବଡ ପର‌୍ୟ୍ୟନ୍ତ ସମସ୍ତେ ସମସ୍ତଙ୍କୁ ରଙ୍ଗବୋଳି ହୋଲିରେ ଶୁଭେଚ୍ଛା ଜଣାଉଛନ୍ତି । ଚଳିତ ଥର ରସାୟନିକ ରଙ୍ଗ ଠାରୁ ଦୂରରେ ରହି ହର୍ବାଲ ରଙ୍ଗର ବ୍ୟବହାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ଅନ୍ୟପଟେ ମଦ ପିଇ ହୋଲି ଖେଳିଲେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି। ଅପରାହ୍ନ ୧ଟା ମଧ୍ୟରେ ହୋଲି ଖେଳ ସାରିବାକୁ ଡିସିପି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଏପରିକି ହୋଲିରେ ମଦ ଦୋକାନ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଡିସିପି । ବେଆଇନ ଭାବେ ମଦ ବିକିଲେ ମଧ୍ୟ ଦୃଢ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ନଦୀରେ ନ ଗାଧୋଇ ଘରେ ଗାଧୋଇବାକୁ ପରାମର୍ଶ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031