Indus Valley Times

ଆତ୍ମନିର୍ଭର ହେବେ ମହିଳା ଓ ଯୁବ ବର୍ଗ, ତୁରୁମୁଙ୍ଗାରେ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଖୋଲିଲା ଟିପିଏନଓଡିଏଲ ଓ ମାଗଣାରେ ପ୍ରଶିକ୍ଷଣ ନେବେ ସ୍ଥାନୀୟ ଅଧିବାସୀ

 Breaking News

ଆତ୍ମନିର୍ଭର ହେବେ ମହିଳା ଓ ଯୁବ ବର୍ଗ, ତୁରୁମୁଙ୍ଗାରେ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଖୋଲିଲା ଟିପିଏନଓଡିଏଲ ଓ ମାଗଣାରେ ପ୍ରଶିକ୍ଷଣ ନେବେ ସ୍ଥାନୀୟ ଅଧିବାସୀ

December 04
19:34 2024

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର, ୪/୧୨: ମହିଳା ଓ ଯୁବ ବର୍ଗଙ୍କୁ ଆତ୍ମନିର୍ଭର ଓ ସ୍ଵାବଲମ୍ବୀ କରିବା ପାଇଁ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ଅଭିନବ ପଦକ୍ଷେପ ଗ୍ରହଣ କରିଛି। ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଜରିଆରେ ସେମାନଙ୍କୁ ପ୍ରଶିକ୍ଷଣ ଦେବା ସହ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରୁଛି।
ଏହି ପରିପ୍ରେକ୍ଷୀରେ ଟିପିଏନଓଡିଏଲ ପକ୍ଷରୁ କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗାରେ ଏହାର ପଞ୍ଚମ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ରର ଲୋକାର୍ପଣ କରାଯାଇଛି। ଟିପିଏନଓଡିଏଲ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଦ୍ୱିଜଦାସ ବସାକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କମର୍ସିଆଲ ସର୍ଭିସେସ ଓ ସିଏସଆର ମୁଖ୍ୟ ଜୟଦୀପ ରୟ, ସିଏସଆର ମୁଖ୍ୟ ଦିଲ୍ଲୀପ ସାହୁ, କେନ୍ଦୁଝର ଅଧିକ୍ଷଣ ଯନ୍ତ୍ରୀ ରଶ୍ମିକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ସିଇଓ ଶ୍ରୀ ବସାକ ଆଶାୟୀ ପ୍ରଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିବା ସହ ଟିପିଏନଓଡିଏଲ ଜାରି ରଖିଥିବା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଗାଡି, ଦକ୍ଷତା ବିକାଶ କେନ୍ଦ୍ର ଜରିଆରେ ଯୁବପିଢୀଙ୍କୁ ମାଗଣାରେ ଦିଆଯାଉଥିବା ପ୍ରଶିକ୍ଷଣ ଆଦି ପ୍ରସଙ୍ଗରେ ଆଲୋକପାତ କରିଥିଲେ।
ସେ ଆହୁରି ମଧ୍ୟ ଦର୍ଶାଇ ଥିଲେ ଯେ, ଏହି ପ୍ରଶିକ୍ଷଣ କେନ୍ଦ୍ର ସ୍ଥାନୀୟ ଅଞ୍ଚଳର ଅର୍ଥନୀତି ବିକାଶରେ ନିଶ୍ଚୟ ସହାୟକ ହେବ। ବାର୍ଷିକ ୬ଶହରୁ ଅଧିକ ପ୍ରଶିକ୍ଷାର୍ଥୀ ଟେଲରିଂ ଓ ଏମ୍ବ୍ରୋଡରୀ, କମ୍ପ୍ୟୁଟର, ସ୍ପୋକନ ଇଂରାଜୀ, ମାର୍କେଟିଙ୍ଗ, ସିକ୍ୟୁରିଟି ସେବା ଆଦି ବର୍ଗରେ ମାଗଣାରେ ପ୍ରଶିକ୍ଷଣ ନେଇ ଆତ୍ମନିର୍ଭରଶୀଳ ହୋଇ ପାରିବେ। ଉପଭୋକ୍ତାଙ୍କୁ ବିଦ୍ୟୁତ ସେବା ବିତରଣ ସହ ସାମାଜିକ ଦାୟିତ୍ଵବୋଧତାକୁ ମଧ୍ୟ ଟିପିଏନଓଡ଼ିଏଲ ଅଗ୍ରାଧିକାର ଦେଉଥିବା ସେ ଦର୍ଶାଇଥିଲେ।
ସୂଚନାଥାଉକି ଟିପିଏନଓଡିଏଲ ଗୁଣାତ୍ମକ ବିଜୁଳି ସେବା ଯୋଗାଣକୁ ଅଗ୍ରାଧିକାର ଦେବା ସହ ଉପଭୋକ୍ତାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ବହୁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରୁଛି। ଶିକ୍ଷାରୁ ବଞ୍ଚିତ ପିଲାମାନଙ୍କୁ ଶିକ୍ଷାଦାନ, ବିଭିନ୍ନ ଦକ୍ଷତା ବିକାଶ କାର‌୍ୟ୍ୟକ୍ରମ ଜରିଆରେ ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରଶିକ୍ଷଣ, ନିରକ୍ଷର ମହିଳାମାନଙ୍କୁ ଶିକ୍ଷାଦାନ ଓ ଦକ୍ଷତା ବିକାଶ ଆଦି କାର‌୍ୟ୍ୟକ୍ରମ ଆୟୋଜନ କରିବା ସହ ଗ୍ରାମାଞ୍ଚଳରେ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଗାଡିର ବ୍ୟବସ୍ଥା କରିଛି। ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକରୁ ପ୍ରଶିକ୍ଷଣ ନେଇ ଯୁବବର୍ଗ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀରେ ନିଯୁକ୍ତି ପାଇବାର ସୁଯୋଗ ପାଇଛନ୍ତି। ସେହିଭଳି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟମାନଙ୍କୁ ଟେଲରିଂ, ବ୍ୟୁଟିସିଆନ ଆଦି ପ୍ରଶିକ୍ଷଣ ଦିଆଯିବା ସହ ଆତ୍ମନିର୍ଭରଶୀଳ କରାଇବା ଦିଗରେ ମଧ୍ୟ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31