Indus Valley Times

ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଷ ପୂଜା ଭସାଣି

 Breaking News

ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଷ ପୂଜା ଭସାଣି

ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଷ ପୂଜା ଭସାଣି
September 08
09:34 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୮/୯ : ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଷ ପୂଜା ଆଜି ଅନ୍ତିମ ଦିବସ । ଦୀର୍ଘ ୧୧ ଦିନ ଧରି ସହରର ୪୦ ଉର୍ଦ୍ଧ୍ବ ସ୍ଥାନରେ ବିଘ୍ନ ରାଜଙ୍କର ପୂଜା ଧୁମଧାମରେ ପାଳିତ ହୋଇଥିଲା ।
ସହରରେ ଥିବା ୧୮ ଗୋଟି ବ୍ୟବସାୟ କମିଟି ସହ ବିଭିନ୍ନ କ୍ଳବ ,ସାହି ବସ୍ତିରେ ଗଜାନନଙ୍କ ପୂଜା ପାଉଥିବା ମୃଣ୍ମୟୀ ମୂର୍ତ୍ତି ଆଜି ଭସାଣି ଉତ୍ସବ ଅନୁଷ୍ଠିତ ହେଉଛି। ଜଟଣୀ ଗଣେଷ ମହୋତ୍ସବ ଭସାଣି ଦେଖିବା ପାଇଁ ସହରର ବିଭିନ୍ନ ଛକ ମାନଙ୍କରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା।
ସମସ୍ତ ବଜାର ପୂଜା କମିଟି ପକ୍ଷରୁ ବାଜା ବାଣ, ରୋଷଣୀ ସହିତ ସ୍ଥାନୀୟ ସୀତାରାମ ଛକ ଠାରେ ଏକତ୍ରିତ ହୋଇ ସେହିଠାରୁ ଶୋଭାଯାତ୍ରାରେ ସହର ପରିକ୍ରମା କରି ପୌର ପରିଷଦ ପକ୍ଷରୁ ଅନୁଷ୍ଠିତ ଅସ୍ଥାୟୀ ପୋଖରୀ ଅଭିମୁଖେ ଯାତ୍ରା କରିଥାନ୍ତି । ପୂଜା ମଣ୍ଡପ ପକ୍ଷରୁ ପାରମ୍ପରିକ ଘୋଡ଼ା ନାଚ, ବୁଢ଼ା ବୁଢ଼ୀ କଣ୍ଡେଇ ନାଚ , ସହ ପାଇକ ଆଖଡ଼ା , ବିଭିନ୍ନ ବାଦ୍ୟ ନାଚରେ ସହର ଉଠୁଛି ପଡୁଛି। ବର୍ଷା ଝିପିଝିପି ସତ୍ତ୍ୱେ ଭସାଣି ଉତ୍ସବ ଦେଖିବାକୁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ବିଘ୍ନରାଜ ଗଜାନନଙ୍କୁ ସହର ବାସି ଅଶ୍ରୁଳ ନୟନରେ ବିଦାୟ ଦେଇଛନ୍ତି ।
କମିଶନରେଟ ପୁଲିସ ପକ୍ଷରୁ ଗଣେଷ ଭସାଣି ଉତ୍ସବରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ୧୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଏଡିସିପି ଙ୍କ ସମେତ ୫ ଜଣ ଏସିପି ,୧୨ ଜଣ ଇନ୍ସପେକ୍ଟର,୪୨ ଜଣ ଏସଆଇ ,ସମେତ ୬୦ ଜଣ ହୋମଗାର୍ଡ ,୬ ଜଣ ଟ୍ରାଫିକ ପୁଲିସ ଭସାଣି ଉତ୍ସବରେ ନିୟୋଜିତ ହୋଇଥିବା ଜଟଣୀ ଥାନା ପକ୍ଷରୁ ସୂଚନା ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31