Indus Valley Times

ଓଡିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ନଭେମ୍ବର ୧୫ ରୁ ଖୋଲିବ ଇକୋ ରିଟ୍ରିଟ୍ : ପର୍ଯ୍ୟଟକଙ୍କ ଭିଡ଼ ଆରମ୍ଭ

 Breaking News

ଓଡିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ନଭେମ୍ବର ୧୫ ରୁ ଖୋଲିବ ଇକୋ ରିଟ୍ରିଟ୍ : ପର୍ଯ୍ୟଟକଙ୍କ ଭିଡ଼ ଆରମ୍ଭ

October 26
20:43 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୬/୧୦ : ବର୍ତ୍ତମାନ କନ୍ଧମାଳିଆ ଶୀତ ଓ କୁହୁଡି ଆରମ୍ଭ ହୋଇଗଲାଣି, ତେବେ ମଝିରେ ମଝିରେ ଲଘୁଚାପ ଜନିତ ବର୍ଷା ଯୋଗୁ କୁହୁଡି ଓ ଶୀତ ଛୁଇଁବାରେ ବିଳମ୍ବ ହୋଇଛି। ଶୀତର ମଜା ନେବାକୁ ଆସୁଥିବା ପର୍ଯ୍ୟଟକ ମାନେ ପ୍ରକୃତ ଶୀତକୁ ଅନୁଭବ କରି ନ ପାରି ନିରାଶ ହେଉଥିବା ଦେଖିବାକୁ ମିଳୁଛି ।
କିନ୍ତୁ ଆଗାମୀ ଦିନରେ ପ୍ରବଳ ଶୀତ ସହ ଘନ କୁହୁଡି ହେବାର ଆଶା କରାଯାଉଛି ।
ଓଡିଶାର କାଶ୍ମୀର ଓ କନ୍ଧମାଳ ପର‌୍ୟ୍ୟଟନ ର କେନ୍ଦ୍ରସ୍ଥଳୀ କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଆକର୍ଷଣ କରୁଥିବା ଇକୋ ରିଟ୍ରିଟ୍ ଆସନ୍ତା ନଭେମ୍ବର ୧୫ ତାରିଖରେ ଖୋଲିବାକୁ ନିଷ୍ପତ୍ତି ହୋଇଛି ।
ଏଥିପାଇଁ ହିଲ ଭିୟୁ ଛକ ନିକଟରେ ଚତୁର୍ପାଶ୍ଵ ପ୍ରସ୍ତୁତି କାର‌୍ୟ୍ୟ ଜୋରସୋର ରେ ଚାଲିଛି ।
ଗତ ୪ ବର୍ଷ ହେଲା ଆରମ୍ଭ ହୋଇଥିବା ଏହି ଇକୋ ରିଟ୍ରିଟ୍ ଜରିଆରେ ଚଳିତ ବର୍ଷ ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପଞ୍ଚ ତାରକା ହୋଟେଲର ବ୍ୟବସ୍ଥା କରାଯିବା ସହ ପ୍ରତିଦିନ ସନ୍ଧ୍ୟା ରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ମଞ୍ଚ ବ୍ୟବସ୍ଥା, ଭିୟୁ ଦେଖିବା ପାଇଁ ଓ୍ବାଚ୍ ଟାଓ୍ବାର, ଡାଇନିଂ ହଲ୍‌, ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ସହ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ବୁଲାଇବା ବ୍ୟବସ୍ଥା ଆଦି ପ୍ରସ୍ତୁତି ଚାଲିଛି । ଯୁଦ୍ଧକାଳୀନ ଭିତ୍ତିରେ ଇକୋ ରିଟ୍ରିଟ୍‌ରେ ତମ୍ବୁ ପକାଯିବା ସହ ସଜାସଜ୍ଜା କାର୍ଯ୍ୟ ଜୋରସୋରରେ ଚାଲିଛି। ଚଳିତ ବର୍ଷ ୨୫ଟି ବିଶାଳ ପୂର୍ଣ୍ଣ ତମ୍ବୁ କରାଯାଇ ଥିବା ବେଳେ ପ୍ରତି ତମ୍ବୁ ର ମୂଲ୍ୟ ୫ ହଜାର ୯୮୬ ଟଙ୍କା ରହିଥିବା ଜଣାପଡିଛି ।
ଇକୋ ରିଟ୍ରିଟ୍‌ର ଅଧ୍ୟକ୍ଷ ତଥା ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି ଯେ, ଚଳିତ ଥର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଇକୋ ରିଟ୍ରିଟ୍‌କୁ ଆହୁରି ଆକର୍ଷିତ କରାଯିବ।
ଏଥିସହ ପର୍ଯ୍ୟଟନ କ୍ଷେତ୍ର କଫି ବଗିଚା, ଲଭର୍ସ ପଏଣ୍ଟ, ମିଡିୟୁବାନ୍ଦା ଜଳପ୍ରପାତ, ଡୁଲୁରୀ ପାଇନ ବଣ, ଆଦି ରୂପାନ୍ତର କାର୍ଯ୍ୟ ହାତକୁ ନିଆଯାଇଥିବା ସେ କହିଛନ୍ତି। ଇକୋ ରିଟ୍ରିଟ୍ ଖୋଲିବା ପରେ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।
ଏ ନେଇ କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଆଇଟିଡ଼ିଏ କନ୍‌ଫରେନ୍ସ ହଲରେ ଜିଲ୍ଲାପାଳ ବେଦ ଭୂଷଣଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବାଲିଗୁଡ଼ା ଉପ ଜିଲ୍ଲାପାଳ ପ୍ରଣୀତା ଦାସ, ବାଲିଗୁଡା ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା , ଦାରିଙ୍ଗବାଡ଼ି ବିଡିଓ ପ୍ରୀତି ରଞ୍ଜନ ରଥ, ଜିଲ୍ଲା ପର୍ଯ୍ୟଟକ ଅଧିକାରୀ କୁମୁଦିନୀ ମଲିକଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଇକୋ ରିଟ୍ରିଟ୍ ସମ୍ପର୍କିତ ବିଭିନ୍ନ ମତାମତ ପ୍ରଦାନ କରିବା ସହ ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କିପରି ସଫଳତାର ସହ ସମ୍ପନ୍ନ ହେବ ସେନେଇ ଆଲୋଚନା ହୋଇଥିଲା।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930