Indus Valley Times

କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ଆୟୁବ ଖାନ୍‌ଙ୍କ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

 Breaking News

କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ଆୟୁବ ଖାନ୍‌ଙ୍କ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ଆୟୁବ ଖାନ୍‌ଙ୍କ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
May 13
17:22 2026

ବଲାଙ୍ଗୀର, ୧୩/୫ : ବଲାଙ୍ଗୀର କଣ୍ଟାବାଞ୍ଜି ପୁର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ ଘଟିଛି। କଣ୍ଟାବାଞ୍ଜି ସ୍ଥିତ ନିଜ ବାସ ଭବନ ଠାରେ ତାଙ୍କର ମୃତ୍ୟ ହୋଇଛି । ମୃତ୍ୟୁ ସମୟରେ ତାଙ୍କୁ ୭୮ବୟସ ହୋଇଥିଲା। ଅନେକ ଦିନ ହେଲା ସେ ଅସୁସ୍ଥ ରହିଥିଲେ । ଆୟୁବ ଖାଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଥରେ ଏବଂ ବିଜେଡି ପ୍ରାର୍ଥୀ ଭାବେ ଦୁଇ-ଦୁଇ ଥର ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ। ତାଙ୍କ ଦେହାନ୍ତ ଖବର ଶୁଣିବା ପରେ ବିଭିନ୍ନ ରାଜନୈତିକ ମହଳରେ ଶୋକପ୍ରକାଶ ପାଇଛି।
ରାଜନୀତିରେ ଜନସେବାକୁ ମୂଳ ମନ୍ତ୍ର କରି ଆଗକୁ ବଢ଼ିଥିବା ଆୟୁବ ଖାନ କାଉନସିଲର ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପରେ ସେ କଣ୍ଟାବାଞ୍ଜି ଏନଏସି ଚେୟାରମ୍ୟାନ ଭାବେ କାର‌୍ୟ୍ୟ କରି ଲୋକଙ୍କ ମନ ଜିତିଥିଲେ। ୨୦୦୪ ମସିହାରେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ ଲଢ଼ି ୨୦୧୪ରେ ପୁଣିଥରେ ବିଧାୟକ ଭାବେ ବିଜୟୀ ହୋଇଥିଲେ।
କେବଳ ରାଜନୀତି ନୁହେଁ, ସାମାଜିକ ଓ ଧାର୍ମିକ କ୍ଷେତ୍ରରେ ମଧ୍ୟ ତାଙ୍କ ଅବଦାନ ଅତ୍ୟନ୍ତ ସ୍ମରଣୀୟ। ସେ ଓଡ଼ିଶା ହଜ କମିଟି ଅଧ୍ୟକ୍ଷ ଓ ୱାକଫ ବୋର୍ଡ ଅଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ସଫଳତାର ସହ କାମ କରିଥିଲେ। କଣ୍ଟାବାଞ୍ଜିର ଉନ୍ନତି ପାଇଁ ତାଙ୍କ ଅନେକ ପଦକ୍ଷେପ ଲୋକମାନଙ୍କ ମନରେ ଆଜିବି ଅମର ହୋଇ ରହିଛି। ସେଥିପାଇଁ ଅଞ୍ଚଳବାସୀ ସ୍ନେହରେ ତାଙ୍କୁ “ବିକାଶ ପୁରୁଷ” ବୋଲି ଡାକୁଥିଲେ।
ତାଙ୍କ ଦେହାନ୍ତ ଖବର ପରେ ବିଭିନ୍ନ ରାଜନୈତିକ ଦଳର ନେତା, ସମାଜସେବୀ ଓ ସାଧାରଣ ଲୋକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆୟୁବ ଖାନଙ୍କ ବିୟୋଗ ସହ କଣ୍ଟାବାଞ୍ଜି ହରାଇଲା ଜଣେ ଜନପ୍ରିୟ ନେତାଙ୍କୁ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31