Indus Valley Times

କୋଟଗଡ଼ ଅଭୟାରଣ୍ୟରେ ହାତୀ ଆତଙ୍କ: କପା,ମୁଗ,ବିରି ଫସଲ ନଷ୍ଟ

 Breaking News

କୋଟଗଡ଼ ଅଭୟାରଣ୍ୟରେ ହାତୀ ଆତଙ୍କ: କପା,ମୁଗ,ବିରି ଫସଲ ନଷ୍ଟ

December 14
22:33 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୪/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ ଓ ଦୁର୍ଗାପାଙ୍ଗା ସେକ୍ସନର କିଛି ଅଞ୍ଚଳରେ ଉତ୍ପାତ କରୁଛନ୍ତି ୮ଟିକିଆ ହାତୀ ପଲ ।
ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଅଞ୍ଚଳରୁ ୮ଟିକିଆ ହାତୀପଲ ଲାସେରୀ ଓ ଦୁର୍ଗାପାଙ୍ଗା ଅଞ୍ଚଳକୁ ପଶି ଆସିଥିବା ବେଳେ ଅଞ୍ଚଳର କିଛି ଚାଷୀଙ୍କ କପା, ବିରି,ମୁଗ ଆଦି ଫସଲ ହାତୀପଲ ନଷ୍ଟ କରିଥିବା ସୂଚନା ମିଳିଛି ।
ସେପଟେ ହାତୀର ଗତିପଥ ଉପରେ ତୀକ୍ଷ୍ଣ ନଜର ରଖିବା ସହ ହାତୀ ଘଉଡ଼ାଇବାକୁ ବନ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି । ଅନ୍ୟପଟେ ଅଞ୍ଚଳବାସୀଙ୍କୁ ସଚେତନ କରାଇବା ସହ କ୍ଷୟକ୍ଷତିର ଆକଳନ କରୁଛି ବନବିଭାଗ ।
ବାଲିଗୁଡାରେ ଚତୁର୍ଥ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ
ବାଲିଗୁଡା, ୧୪/୧୨: ତାଲୁକ ଆଇନ ସେବା କମିଟି, ବାଲିଗୁଡ଼ା ଦ୍ୱାରା ଆୟୋଜିତ ଚତୁର୍ଥ ଜାତୀୟ ଲୋକ ଅଦାଲତ ବାଲିଗୁଡ଼ାର ସିଭିଲ୍ ଏବଂ ଫୌଜଦାରୀ କୋର୍ଟ ପରିସରରେ ଅତିରିକ୍ତ ଜିଲ୍ଲା ଜଜ୍ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଙ୍କ ଅଧ୍ୟକ୍ଷତାରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।
ବାଲିଗୁଡ଼ାରେ କାର୍ଯ୍ୟ କରୁଥିବା ତିନୋଟି କୋର୍ଟ ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ୍, ସିଭିଲ୍ ଜଜ୍ (ବରିଷ୍ଠ ବିଭାଗ), ସବ-ଡିଭିଜନାଲ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତରେ କୋର୍ଟ ଆଧାରିତ ବିଚାରାଧୀନ ମାମଲା ୪୭ ଟା ଥିବା ବେଳେ ସେଥି ମଧ୍ୟରୁ ୨୬ ଟି ମାମଲା ର ସମାଧାନ କରାଯାଇ ୨୧ ଲକ୍ଷ ୯୧ ହଜାର ୮୯୦ ଟଙ୍କା ଆଦାୟ ହୋଇପାରିଥିଲା ।
ସେହିପରି ସରକାରୀ ଏବଂ ସରକାରୀ ଅନୁଷ୍ଠାନର ଅଂଶଗ୍ରହଣ ଲୋକ ଅଦାଲତରେ ବିଭିନ୍ନ ସରକାରୀ ଏବଂ ସରକାରୀ କ୍ଷେତ୍ରର ପ୍ରତିଷ୍ଠାନରୁ ସକ୍ରିୟ ଏବଂ ଅର୍ଥପୂର୍ଣ୍ଣ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।
ଉଲ୍ଲେଖନୀୟ ଯେ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଚାରୋଟି ଶାଖା, ଯଥା ବାଲିଗୁଡ଼ା, କ.ନୂଆଗାଁ, ସାରଙ୍ଗଡ଼ ଏବଂ ବାରଖାମା, ଏବଂ ଟିପିଏସଓଡିଏଲ (ଦକ୍ଷିଣ ଓଡ଼ିଶା ବିଦ୍ୟୁତ ବଣ୍ଟନ ଲିମିଟେଡ୍), ଭଞ୍ଜନଗର ସର୍କଲ୍ ସହିତ, କାର୍ଯ୍ୟରେ ଅଂଶଗ୍ରହଣ କରି ସେମାନଙ୍କ ର ୬୨୩ ଟି ମାମଲା ମଧ୍ୟରୁ ମାତ୍ର ୨୫ ଟି ମାମଲା ସମାଧାନ କରାଯାଇ ୧୧ ଲକ୍ଷ ୭୭ ହଜାର ୧୪୩ ଟଙ୍କା ଆଦାୟ କରାଯାଇଥିଲା ।
ସେମାନଙ୍କର ସମ୍ପୃକ୍ତି ବ୍ୟାଙ୍କ ଋଣ ଆଦାୟ ମାମଲା ଏବଂ ବିଦ୍ୟୁତ୍ ବିଲ୍-ସମ୍ବନ୍ଧୀୟ ଦେୟ ସମାଧାନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲା, ଯାହାଦ୍ୱାରା ବିବାଦର ସୌହାର୍ଦ୍ଦପୂର୍ଣ୍ଣ ସମାଧାନ ଏବଂ ମାମଲା ହ୍ରାସ କରାଯାଇଥିଲା। ଏଥିରେ ସମସ୍ତ ଓକିଲ, କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031