Indus Valley Times

କୋଶଳ କଳମଣ୍ଡଲ୍ରେ ଜାନୁଆରୀ ୨୦ ରୁ ଲୋକ ଉତ୍ସବ ଆରମ୍ଭ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 Breaking News

କୋଶଳ କଳମଣ୍ଡଲ୍ରେ ଜାନୁଆରୀ ୨୦ ରୁ ଲୋକ ଉତ୍ସବ ଆରମ୍ଭ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

December 12
13:44 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର,୧୨/୧୨ : ଦ୍ଵାବିଂଶତମ ବଲାଙ୍ଗିର ଲୋକ ଉତ୍ସବ ପାଇଁ ଆଜି ପ୍ରସ୍ତୁତି ବୈଠକ ସଦର ମହକୁମା ସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଜାନୁଆରୀ ୨୦ ରୁ ୨୨ ଯାଏଁ ମହୋତ୍ସବ ଅନୁଷ୍ଠିତ ହେବ।
ଜିଲ୍ଲାପାଳ ଶ୍ରୀ ଗୌରୱ ଶୀୱାଜୀ ଇସଲୱାର ଙ୍କ ଅଧ୍ୟକ୍ଷତାରେ ହେଇଥିବା ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର ସମସ୍ତ ଉପସ୍ଥିତ ଅଧିକାରୀ ତଥା ବ୍ୟକ୍ତି ବିଶେଷଙ୍କୁ ସ୍ୱାଗତ କରିଥିଲେ।ଜିଲ୍ଲାପାଳ ସ୍ଥାନୀୟ କଳାକାର ଏବଂ ଲୋକ ସଂସ୍କୃତି କୁ ନେଇ ଲୋକ ଉତ୍ସବ ପାଳନ ହେବାକୁ ପ୍ରତିଶୃତି ଦେଇଥିଲେ।
ଲୋକ ଉତ୍ସବ ନିମନ୍ତେ ଏକ କୋର କମିଟି ଗଢିବା ସହ ବିଭିନ୍ନ ସବ କମିଟି ଗଠନ ହେଇଥିଲା।ସମସ୍ତ ସବ କମିଟି ର ସଭାପତି ସରକାରୀ ଅଧିକାରୀ ମନେ ରହିବା ସହ ବୁଦ୍ଧିଜୀବୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ମାନେ ସହ ସଭାପତି ଭାବେ ମନୋନୀତ ହୋଇଥିଲେ।
ପୂର୍ବ ବର୍ଷ ଗୁଡିକରେ ରହିଥିବା ବ୍ୟକ୍ତି ଙ୍କ ବଦଳରେ ନୂତନ କମିଟି ସହସଭାପତି ବଛା ଯାଇଥିଲା।ଫାଇନାନ୍ସ ସବ କମିଟି ର ସହସଭାପତି ଦେବଦତ୍ତ ବେହେରା,ମନୋନୀତ ହେଇଥିବା ବେଳେ,ସ୍ମରଣିକା କମିଟି ସହସଭାପତି ରୂପେ ସନ୍ଦୀପ କୁଅଁର , ପବ୍ଲିସିଟି କମିଟି ସହସଭାପତି ଶରତ ଚନ୍ଦ୍ର ମିଶ୍ର,ପଡିଆ ମ୍ୟାନେଜମେଣ୍ଟ ର ସହସଭାପତି ବିକାଶ ସା,ଖାଦ୍ୟ କମିଟି ସହସଭାପତି ଘନଶ୍ୟାମ ପଶାୟତ,ସେମିନାର ର ସହସଭାପତି ସନାତନ ଠାକୁର,ସାଂସ୍କୃତିକ କମିଟି ସହସଭାପତି ବିନୋଦ କାଳସାଇ,ଶ୍ରୀପଦା ଷଡଙ୍ଗୀ,ଷ୍ଟେଜ କମିଟି ର ପ୍ରହଲାଦ ଦର୍ଜି ଏବଂ ରିସେପସନ କମିଟି ର ଗୋପାଲଜି ପାଣିଗ୍ରାହୀ ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା।
ପଲ୍ଲିଶ୍ରୀ ମେଳା ଏବଂ ବିଭିନ୍ନ ବିଭାଗ ଦ୍ବାରା ପ୍ରଦର୍ଶିତ ଷ୍ଟଲରେ ଲୋକଭିମୁଖୀ ଯୋଜନା ପ୍ରଦର୍ଶିତ କରାଯିବ ।ପାର୍କିଂ ଏବଂ ଟ୍ରାଫିକ ବ୍ୟବସ୍ଥା ପୋଲିସ ତରଫରୁ କରାଯିବ।ଲୋକ ଉତ୍ସବ ର ପ୍ରସ୍ତୁତି ବୈଠକ ରେ ଆରକ୍ଷୀ ଅଧିକ୍ଷକ ଖିଲାରୀ ରିଷିକେଶ ଦ୍ୟାନଦେଓ,ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନୟନ ଅଧିକାରୀ ପ୍ରଭାତ ମହାପାତ୍ର,ଡୁଡା ପ୍ରକଳ୍ପ ନିର୍ଦେଶକ ପ୍ରଫୁଲ୍ଲ କୁଜୂର,ଟିଟିଲାଗଡ ଉପ ଜିଲ୍ଲାପାଳ ରେହାନ ଖେତ୍ରୀ,ପାଟଣାଗଡ଼ ଉପଜିଲ୍ଲାପାଳ ସୁନିଲ ମେହେର,ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ ପଟେଲ,ଏସଡିପିଓ ପ୍ରଦୀପ ସାହୁ,ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲା ସଂସ୍କୃତି ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930