Indus Valley Times

ଜିଲ୍ଲା ସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

 Breaking News

ଜିଲ୍ଲା ସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

ଜିଲ୍ଲା ସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ
April 14
22:26 2026

ଅକ୍ଷୟ କୁମାର ରାଉତଙ୍କ ରିପୋର୍ଟ
ଯାଜପୁର, ୧୪/୪ : ଜିଲ୍ଲା ପ୍ରଶାସନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଡ. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ସମାରୋହ ପାଳିତ ହୋଇଛି ।
ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜୁଲତା ହୋତା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀ ସୁଧୀର ଚନ୍ଦ୍ର ଜେନା ସଭାରେ ଯୋଗ ଦେଇଥିଲେ।
ପ୍ରଥମେ ଅତିଥିମାନେ ସଂସ୍କୃତି ଭବନ ପରିସରରେ ଥିବା ଆମ୍ବେଦକର ଏବଂ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ଜିଲ୍ଲାପାଳ ଶ୍ରୀ କର ବାବାସାହେବ ଆମ୍ବେଦକରଙ୍କ ଜୀବନୀ ଓ ଦର୍ଶନ ଏବଂ ଦେଶର ସମ୍ବିଧାନ ପ୍ରଣୟନରେ ତାଙ୍କର ଯୋଗଦାନ ସମ୍ବନ୍ଧରେ ପ୍ରେରଣାଦାୟୀ ବକ୍ତବ୍ୟ ଦେଇଥିଲେ।
ସମାଜରୁ ପାତର ଅନ୍ତର, ଭେଦଭାବ ଦୂର ହେଲେ ଯାଇ ଉନ୍ନତି ସମ୍ଭବ ବୋଲି ସେ କହିଥିଲେ। ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜୁଲତା ହୋତା ଆମ୍ବେଦକରଙ୍କ ସଂଘର୍ଷମୟ ଜୀବନରୁ ଆମେ ସମସ୍ତେ ଶିକ୍ଷା ନେବା ଉଚିତ ବୋଲି କହିଥିଲେ।
ମୁଖ୍ୟ ବକ୍ତା ଶ୍ରୀ ସୁଧୀର ଚନ୍ଦ୍ର ଜେନା ଗଣତନ୍ତ୍ର ଏବଂ ସାମାଜିକ ବ୍ୟବସ୍ଥାକୁ ନେଇ ଆମ୍ବେଦକରଙ୍କ ଚିନ୍ତାଧାରା ସମ୍ପର୍କରେ ଏକ ବୌଦ୍ଧିକ ବକ୍ତବ୍ୟ ଦେଇଥିଲେ।
ଏହି ଅବସରରେ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଆୟୋଜିତ ହୋଇଥିବା ଓଡ଼ିଆ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ।
ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସତ୍ୟବ୍ରତ ପାଣିଗ୍ରାହୀ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930