Indus Valley Times

”ନବ ଦାସ ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର”, ଏକସ୍ୱରରେ କହିଲେ ପଶ୍ଚିମ ଓଡ଼ିଶାର ଛାମୁଆ ନେତା

 Breaking News

”ନବ ଦାସ ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର”, ଏକସ୍ୱରରେ କହିଲେ ପଶ୍ଚିମ ଓଡ଼ିଶାର ଛାମୁଆ ନେତା

”ନବ ଦାସ ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର”, ଏକସ୍ୱରରେ କହିଲେ ପଶ୍ଚିମ ଓଡ଼ିଶାର ଛାମୁଆ ନେତା
January 19
20:05 2025

ଭୁବନେଶ୍ୱର,୧୯/୧: ଏବେ ବି ରହସ୍ୟଘେରରେ ରହିଛି ନବଦାସ ହତ୍ୟା ମାମଲା । ଏହାରି ଭିତରେ ଆଜି ଝିଅ ଦୀପାଲି ଦାସ ବଡ଼ ବୟାନ୍ ଦେଇଛନ୍ତି । ସିବିଆଇ ତଦନ୍ତ ପାଇଁ ସେ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇବେ ବୋଲି କହିଛନ୍ତି ।
ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିବା ନବଦାସ ହତ୍ୟା ଘଟଣାରୁ କେବେ ପରଦା ହଟିବ ସେନେଇ ଅପେକ୍ଷା କରି ରହିଛନ୍ତି ରାଜ୍ୟବାସୀ । ୨୯ ଜାନୁଆରୀ ୨୦୨୩ରେ ତତ୍କାଳୀନ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗର ଗାନ୍ଧିଛକରେ, ସ୍ପଷ୍ଟ ଦିବାଲୋକରେ, ପୋଲିସ ସୁରକ୍ଷା ବଳୟ ଭିତରେ ହୋଇଥିଲା ଗୁଳିମାଡ଼।
ଝାରସୁଗୁଡ଼ା ରୁ ଭୁବନେଶ୍ବର। ନବଙ୍କ ମୃତ୍ୟୁର ସମୟକୁ ନେଇ ସନ୍ଦେହ ସେତେବେଳେ ଥିଲା, ଗୁଳିମାଡ଼ ପରେ ତୁରନ୍ତ ନିକଟସ୍ଥ ବୁର୍ଲା ମେଡିକାଲକୁ ନିଆ ନଯାଇ କାହିଁକି ଭୁବନେଶ୍ବର ଏୟାରଲିଫ୍ଟିଂ କରାଗଲା ସେନେଇ ପ୍ରଶ୍ନ ମଧ୍ୟ ଉଠିଥିଲା।
ତେବେ ହତ୍ୟା ପଛରେ ଥିବା ଷଡ଼ଯନ୍ତ୍ର ଥିଓରୀକୁ ସାମ୍ନାକୁ ଆଣିବାକୁ ବିଧାନସଭାରେ ଦାବି ବି ଉଠିଥିଲା। ହେଲେ ଏତେ ସବୁ ସତ୍ତ୍ବେ ବି ନବଙ୍କ ପରିବାର ସଦସ୍ୟ ଜଳ ଜଳ ଦିଶୁଥିବା ଏସବୁ ସନ୍ଦେହକୁ ଦେଖି ନପାରିବା ଘଟଣା ଆହୁରି ରହସ୍ୟକୁ ବଢାଇଥିଲା । ତେବେ କ୍ରାଇମ୍ ବ୍ରାଞ୍ଚ ତଦନ୍ତରେ ସେବେ ସନ୍ତୁଷ୍ଟ ରହି ଏଇ ମାତ୍ର କିଛି ଦିନ ତଳେ ହତ୍ୟା ରହସ୍ୟର ଉନ୍ମୋଚନ ପାଇଁ ସିବିଆଇ ତଦନ୍ତ ଦାବି କରିଛନ୍ତି ନବ ଦାସଙ୍କ ଝିଅ ଦୀପାଲି ଦାସ ।
କିଛି ଦିନ ତଳେ ବାପାଙ୍କ ମୃତ୍ୟୁର ରହସ୍ୟ ଫିଟାଇବା ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇ ତଦନ୍ତ ଦାବି କରିଥିଲେ । ନିକଟରେ ଦୀପାଳି ବି ପୋଲିସ୍ ଲଗାଇ ତାଙ୍କ ବାପାଙ୍କୁ ହତ୍ୟା ହୋଇଥିବା କହିଥିଲେ। ଏଠି ପ୍ରଶ୍ନ ଉଠୁଛି କାହିଁକି ଏତେ ଦିନ ଧରି ଚୁପ୍ ଥିଲେ ଦୀପାଳି ? ବାଧ୍ୟବାଧ୍ୟକତା ରହିଥିଲା ନା ଥିଲା କିଛି ଚାପ ?
ଗଣମାଧ୍ୟମ ଆଗରେ ଦୀପାଳି ସିବିଆଇ ତଦନ୍ତ କଥା କହିବା ପରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଜବାବ ରଖି କହିଥିଲେ ଲିଖିତ ଆକାରରେ ଦେବା ପାଇଁ । ଯଦି ପୂର୍ବ ସରକାର ତଦନ୍ତରେ ସେମାନେ ସନ୍ତୁଷ୍ଟ ନୁହଁନ୍ତି, ତାହେଲେ ତାଙ୍କ ପରିବାର ଲିଖିତ ଭାବେ ଜଣାଇଲେ ସରକାର ନିଷ୍ପତ୍ତି ନେବେ ବୋଲି କହିଥିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ଅନ୍ୟପଟେ ଏହି ହାଇପ୍ରୋଫାଇଲ୍ ମର୍ଡର ଘଟଣା ନେଇ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି, ସେତେବେଳେ ରାଜନୈତିକ ଏବଂ ବ୍ୟବସାୟିକ ମୋହ ପାଇଁ ପିତୃହତ୍ୟାକୁ ଭୁଲିଗଲେ ଦୀପାଲି । କ୍ରାଇମବ୍ରାଞ୍ଚ ତଦନ୍ତରେ ଅସନ୍ତୁଷ୍ଟ ବୋଲି କୋର୍ଟକୁ ଲେଖିକି ଦେଲେ, ସିବିଆଇ ତଦନ୍ତ କରାଯିବ ବୋଲି କହିଥିଲେ ଜୟ ନାରାୟଣ ମିଶ୍ର ।
ବିଜେପିର ଆହ୍ୱାନ ପରେ ଏବେ ସିବିଆଇ ତଦନ୍ତ ପାଇଁ ସରକାରଙ୍କୁ ଲେଖିକି ଦେବେ ବୋଲି ଜଣାଇଛନ୍ତି ଦୀପାଲି । ଏଥିପାଇଁ ସରକାରଙ୍କୁ ଅନୁରୋଧ କରି କହିଛନ୍ତି, ‘ପରିବାର ସହ ଆଲୋଚନା ଚାଲିଛି ନିଶ୍ଚିନ୍ତ ଭାବେ ଲେଖିକି ଦେବୁ’ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930