Indus Valley Times

ପାହାଡ଼ରୁ ନିଖୋଜ ହୋଇଥିବା ୨ ଯୁବକ ୨୦ ଘଣ୍ଟା ପରେ ଉଦ୍ଧାର

 Breaking News

ପାହାଡ଼ରୁ ନିଖୋଜ ହୋଇଥିବା ୨ ଯୁବକ ୨୦ ଘଣ୍ଟା ପରେ ଉଦ୍ଧାର

ପାହାଡ଼ରୁ ନିଖୋଜ ହୋଇଥିବା ୨ ଯୁବକ ୨୦ ଘଣ୍ଟା ପରେ ଉଦ୍ଧାର
July 08
18:44 2026

ବରଗଡ଼,୮/୭ : ପଦ୍ମପୁର ଉପଖଣ୍ଡର ବରିହାପାଲି ପଞ୍ଚାୟତ ଅନ୍ତର୍ଗତ ଝାଞ୍ଜ ପାହାଡରେ ଦୁଇ ଜଣ ଯୁବକ ନିଖୋଜ ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ନିଖୋଜ ଯୁବକମାନେ ହେଲେ କନସିଂହା ଗ୍ରାମର ରାଜ ମଲ୍ଲିକ ଓ ଗଣେଶ ଡୁଡୁକା। ଉଭୟଙ୍କ ସନ୍ଧାନ ପାଇଁ ବନ ବିଭାଗ, ସ୍ଥାନୀୟ ଲୋକ ଓ ପ୍ରଶାସନ ପକ୍ଷରୁ ଜୋରଦାର ଖୋଜାଖୋଜି ଅଭିଯାନ ଜାରି ରହିଛି।
ସୂଚନା ଅନୁଯାୟୀ, ମଙ୍ଗଳବାର କନସିଂହା ଗ୍ରାମର ମୋଟ ୯ ଜଣ ଯୁବକ ବରିହାପାଲି ପଞ୍ଚାୟତ ଅନ୍ତର୍ଗତ ଝାଞ୍ଜ ପାହାଡ ପାଦଦେଶରେ ଥିବା କୁଠିଖୋଳକୁ ବୁଲିବା ଓ ଗାଧୋଇବା ପାଇଁ ଯାଇଥିଲେ।
ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବା ପରେ ସମସ୍ତେ ପାହାଡ ଉପରକୁ ଚଢ଼ିଥିଲେ। କିନ୍ତୁ କିଛି ସମୟ ପରେ ରାଜ ଓ ଗଣେଶ ଅନ୍ୟ ସାଙ୍ଗମାନଙ୍କଠାରୁ ଅଲଗା ହୋଇଯାଇଥିଲେ। ବହୁ ସମୟ ଧରି ଖୋଜାଖୋଜି କରିବା ସତ୍ତ୍ୱେ ସେମାନଙ୍କ କୌଣସି ସନ୍ଧାନ ମିଳିନଥିଲା।
ଏହାପରେ ସ୍ଥାନୀୟ ଲୋକ ତୁରନ୍ତ ବନ ବିଭାଗ ଓ ପ୍ରଶାସନକୁ ଖବର ଦେଇଥିଲେ। ରାତିରୁ ହିଁ ବନ କର୍ମଚାରୀ, ଗ୍ରାମବାସୀ ଏବଂ ଅନ୍ୟ ସହଯୋଗୀମାନେ ପାହାଡ ଓ ଜଙ୍ଗଲ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବିଭିନ୍ନ ସମସ୍ୟା ଦେଖାଦେଉଥିବା ସୂଚନା ମିଳିଛି।
ଶେଷ ଖବର ସୁଦ୍ଧା ନିଖୋଜ ଦୁଇ ଯୁବକଙ୍କ କୌଣସି ପତ୍ତା ମିଳିନାହିଁ। ଏହି ଘଟଣା ପରେ କନସିଂହା ସମେତ ଆଖପାଖ ଅଞ୍ଚଳରେ ଚିନ୍ତା ଓ ଉତ୍କଣ୍ଠାର ପରିବେଶ ସୃଷ୍ଟି ହୋଇଛି।
ପରିବାର ଲୋକ ଦୁଇ ଯୁବକଙ୍କୁ ଶୀଘ୍ର ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ପ୍ରଶାସନ ଓ ବନ ବିଭାଗ ନିକଟରେ ନିବେଦନ କରିଛନ୍ତି। ସ୍ଥାନୀୟ ଲୋକମାନେ ମଧ୍ୟ ଖୋଜାଖୋଜିରେ ସାମିଲ ହୋଇଥିବା ବେଳେ ସମସ୍ତଙ୍କ ନଜର ଏବେ ଚାଲିଥିବା ସର୍ଚ୍ଚ ଅପରେସନ ଉପରେ ରହିଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031