Indus Valley Times

ପୁଣି ଖସିଲା ପାରଦ : କଲବଲ କରିବ ଶୀତ

 Breaking News

ପୁଣି ଖସିଲା ପାରଦ : କଲବଲ କରିବ ଶୀତ

ପୁଣି ଖସିଲା ପାରଦ : କଲବଲ କରିବ ଶୀତ
January 13
12:50 2026

ଭୁବନେଶ୍ୱର,୧୩/୧ : ଦିନକ ପରେ ପୁଣି ଲେଉଟିଛି ଶୀତ। ରାଜ୍ୟର ବିଭିନ୍ନ ସହରରେ ପାରଦ ୩ରୁ ୪ ଡିଗ୍ରୀ ପର‌୍ୟ୍ୟନ୍ତ ହ୍ରାସ ପାଇଥିବାବେଳେ ଆଗାମୀ ଦିନରେ ତାପମାତ୍ରା ଆହୁରି ନିମ୍ନଗାମୀ ହେବ। ଫଳରେ ଶୀତ ଆହୁରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। କେନ୍ଦ୍ରର ସୂଚନାନୁସାରେ, ଆଗାମୀ ୩ଦିନ ସାରା ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ନେଇ ବିଭିନ୍ନ ଜିଲାକୁ ସତର୍କ କରାଯାଇଛି।
ମଙ୍ଗଳବାର ଓ ବୁଧବାର ଝାରସୁଗୁଡା, ଅନୁଗୋଳ ଏବଂ ବୌଦ୍ଧ ଜିଲାକୁ ଥଣ୍ଡା ପାଇଁ ୟେଲୋ ଓ୍ବାର୍ନିଂ ଦିଆଯାଇଥିବାବେଳେ ଗୁରୁବାର ସୁନ୍ଦରଗଡ଼, ଝାରସୁଗୁଡା, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଏବଂ ଜଗତ୍‌ସିଂହପୁର ଜିଲାକୁ ଆଲର୍ଟ ଜାରି ହୋଇଛି।
ବିଭାଗର ତଥ୍ୟ ଅନୁଯାୟୀ, ରବିବାର ଦାରିଙ୍ଗବାଡିରେ ସର୍ବନିମ୍ନ ରାତି ତାପମାତ୍ରା ୬.୫ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ୧୦ ଡିଗ୍ରୀ ତଳେ ୬ ସହର ରହିଥିଲା।
ହେଲେ ଗତ ୨୪ ଘଣ୍ଟାରେ ୧୦ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲାବେଳେ ଜି.ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ରାଉରକେଲାରେ ୬.୭ ଡିଗ୍ରୀ, ଫୁଲବାଣୀ ୬.୮, ଝାରସୁଗୁଡା ୭, ଦାରିଙ୍ଗବାଡି ୭, କିରେଇ ୮.୮, ସୁନ୍ଦରଗଡ଼ ୯, ନବରଙ୍ଗପୁର ୯, ଅନୁଗୋଳ ୯.୬ ଏବଂ ବୌଦ୍ଧରେ ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930