Indus Valley Times

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର

 Breaking News

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର
May 27
21:00 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା,୨୭/୫ : ଆଜି ଖୋରଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ପରିସରରେ ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଇପ୍ସିତା ପ୍ରିୟା ଏକ୍କା, ଏବିଡ଼ିଓ ଯୋଗେନ୍ଦ୍ର କୁମାର ମହାକୁଡ଼, ସିଡ଼ିପିଓ ଏ.ବାସନ୍ତୀ ଏବଂ ବ୍ଲକର ସମସ୍ତ ଅଙ୍ଗନବାଡି କର୍ମୀମାନେ ଯୋଗଦେଇଥିଲେ ।
ଉକ୍ତ ଆଇନ ସଚେତନତା କାର୍ଯ୍ୟକ୍ରମରେ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା), ଆଇନ ସହାୟତା ଏବଂ ଡ଼ିକେ ବାସୁ ବନାମ ପଶ୍ଚିମବଙ୍ଗ ରାଜ୍ୟ ମାମଲାରେ ପ୍ରକାଶିତ ରାୟ ଅନୁଯାୟୀ ବନ୍ଦୀଙ୍କ ଅଧିକାର ଓ ଗିରଫଦାରୀ ସମୟରେ ପୋଲିସର କର୍ତ୍ତବ୍ୟ ଆଦି ବିଷୟରେ ଆଲୋକପାତ କରାଯାଇଥିଲା ।
ବିଚାରପତି ଶ୍ରୀ ମହାପାତ୍ର ଉକ୍ତ ସମସ୍ତ ଆଇନ ବାବଦରେ ଉପସ୍ଥିତି ବ୍ୟକ୍ତି ବିଶେଷଙ୍କୁ ସଚେତନ କରାଇଥିଲେ ।
ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା) ଓ ଆଇନ ସହାୟତାର ସୁଫଳ ବିଷୟରେ ଆଲୋଚନା କରିବା ସହ ଉକ୍ତ ଆଇନ ସେବା ଦ୍ୱାରା ନାଗରିକ ମାନେ ଅଯଥା କୋର୍ଟ କଚେରୀର ଦ୍ୱାରସ୍ତ ନ ହୋଇ ଏବଂ ଖର୍ଚ୍ଚାନ୍ତ ନ ହୋଇ ନିଃଶୁଳ୍କରେ ନିଜର ଆଇନଗତ ସମସ୍ୟାର ସମାଧାନର ବାଟ ପାଇପାରିବେ ବୋଲି ବିଚାରପତି ଶ୍ରୀ ମହାପାତ୍ର କହିଥିଲେ।
ଉକ୍ତ ସେବା ଦ୍ୱାରା ନାଗରିକ ମାନଙ୍କ ଦୀର୍ଘ ଦିନର ବିବାଦ ଗୁଡିକ ମଧ୍ୟ ଆଇନ ଅନୁଯାୟୀ ସମାଧାନ ହୋଇପାରିବ ବୋଲି ଅନ୍ୟ ଅତିଥିମାନେ ମତାମତ ରଖିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031