Indus Valley Times

ବିଜେଡ଼ିର ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ

 Breaking News

ବିଜେଡ଼ିର ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ

ବିଜେଡ଼ିର ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ
April 17
12:51 2025

ଭୁବନେଶ୍ବର, ୧୭/୪ : ଶଙ୍ଖ ଭବନରେ ବିଜେଡ଼ି ସଭାପତି ପଦ ପାଇଁ ଗୁରୁବାର ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିର୍ବାଚନ ଅଧିକାରୀଙ୍କ ନିକଟରେ ନବମ ଥର ପାଇଁ ଦଳୀୟ ସଭାପତି ପାଇଁ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୧୯ ତାରିଖ ଶନିବାର ବିଧିବଦ୍ଧ ଭାବେ ଦଳୀୟ ସଭାପତିଙ୍କ ନାମ ଘୋଷଣା ହେବ।
ଏହି ଅବସରରେ ନବୀନ କହିଛନ୍ତି, ଆଜି ମହାନ ଜନନାୟକ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ। ମୋର ତାଙ୍କୁ ଶ୍ରଦ୍ଧାଞ୍ଜଳି। ଓଡ଼ିଶାକୁ ଏକ ନମ୍ବର କରିବା ତାଙ୍କ ସ୍ବପ୍ନ ଥିଲା। ତାଙ୍କ ସ୍ବପ୍ନକୁ ସାକାର କରିବାକୁ ୨୦୦୦ ରୁ ୨୦୨୪ ଯାଏଁ ଆମେ ଭଲ କାମ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ୱୀକୃତି ପାଇଥିଲୁ। ଆମ ମହାନ ଲୋକଙ୍କୁ ହଟାଇବାକୁ ଚେଷ୍ଟା ଚଳାଇ ଇତିହାସ ବଦଳାଇବାକୁ ଚେଷ୍ଟା ଚାଲିଛି। ହେଲେ ଏହା କେହି କରି ପାରିବେ ନାହିଁ । ତେଣୁ ସମୟର ନଷ୍ଟ ନ କରି ବିକାଶର ନୂଆ ଅଧ୍ୟାୟ ସୃଷ୍ଟି କଲେ ଓଡ଼ିଶାର ମଙ୍ଗଳ ହେବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।
ସୂଚନାଯୋଗ୍ୟ, ବିଜେଡି ସଭାପତି ଦୌଡ଼ରେ ଆଉ କେହି ନଥିବାରୁ ନବୀନ ପଟ୍ଟନାୟକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ନିଶ୍ଚିତ ହୋଇଯାଇଛି। ଆସନ୍ତା ଦୁଇ ଦିନ ଭିତରେ ବିଜେଡି ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ଗଠନ ହେବ।
ଆସନ୍ତା ୧୯ ତାରିଖରେ ନୂଆ ସଭାପତିଙ୍କ ନାମ ଘୋଷଣା ହେବ। ଅନ୍ୟପଟେ ବିଜେଡି ସାଂଗଠନିକ ନିର୍ବାଚନରେ ୩୩ ସାଂଗଠନିକ ଜିଲ୍ଲାରୁ ୧୮ଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930