Indus Valley Times

ବି ଏନ୍ ଏସ୍ ସମ୍ପର୍କିତ ଆଲୋଚନାଚକ୍ର ,ପ୍ରତିଯୋଗିତାରେ ଭାଗନେଲେ ବିଦ୍ୟାଳୟର ଛାତ୍ରଛାତ୍ରୀ।

 Breaking News

ବି ଏନ୍ ଏସ୍ ସମ୍ପର୍କିତ ଆଲୋଚନାଚକ୍ର ,ପ୍ରତିଯୋଗିତାରେ ଭାଗନେଲେ ବିଦ୍ୟାଳୟର ଛାତ୍ରଛାତ୍ରୀ।

April 26
20:36 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୬/୪: ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍) ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି।
ଏହି ପରିପ୍ରେକ୍ଷୀରେ ଖୋରଧା ଆଦର୍ଶ ଥାନା ଏବଂ ସିଗ୍‌ମା ପବ୍ଲିକ ସ୍କୁଲର ମିଳିତ ସହଯୋଗରେ ସ୍କୁଲରେ ଛାତ୍ରୀଛାତ୍ର, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକଙ୍କୁ ନେଇ ଭାରତୀୟ ନ୍ୟାୟ ସଂହିତା ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।
ଅନୁଷ୍ଠାନର ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଦର୍ଶ ଥାନ ଅଧିକାରୀ ସଞ୍ଜୟ କୁମାର ନାୟକ, ସବ୍‌ଇନ୍ସପେକ୍ଟର ସସ୍ମିତା ବେହେରା, ଏଏସ୍ଆଇ ସୁଶାନ୍ତ ମଲ୍ଲିକ, କୁଳମଣି ହେମ୍ବ୍ରମ ପ୍ରମୁଖ ଯୋଗଦେଇ ନୂତନ ନ୍ୟାୟ ସଂହିତା ସମ୍ପର୍କରେ ପ୍ରତିପାଦନ କରିଥିଲେ।
ଛାତ୍ରୀଛାତ୍ରଙ୍କ ମଧ୍ୟରେ ଭାରତୀୟ ନ୍ୟାୟ ସଂହିତା ସମ୍ପର୍କିତ ବକ୍ତୃତା ଏବଂ ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା । ଶିକ୍ଷୟିତ୍ରୀ ସୁମିତା ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ଏହି ପ୍ରତିଯୋଗିତାକୁ ବିରଞ୍ଚି ନାରାୟଣ ପଣ୍ଡା, ବସନ୍ତ କୁମାର ଖୁଣ୍ଟିଆ, ଦୀପ୍ତି ରଞ୍ଜନ ରଣା ପ୍ରମୁଖ ପରିଚାଳନା କରିଥିଲେ।
ବକ୍ତୃତାରେ ବିଷ୍ଣୁ ପ୍ରସାଦ ସେଠୀ ଏବଂ ପ୍ରବନ୍ଧରେ ତୃପ୍ତିମୟୀ ସ୍ବାଇଁ ପ୍ରଥମ ସ୍ଥାନ ଅଧିକାର କରି ଅତିଥିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ।ଶେଷରେ ସ୍କୁଲର ଉପାଧ୍ୟକ୍ଷ ତୁଷାରୁ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930