Indus Valley Times

ବୌଦ୍ଧରେ ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ.ଆଇ ଆର ) କାର୍ଯ୍ୟକ୍ରମ ପାଇଁ ବିଏଲଓ ଓ ବିଏଲଓ ସୁପରଭାଇଜର ମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

 Breaking News

ବୌଦ୍ଧରେ ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ.ଆଇ ଆର ) କାର୍ଯ୍ୟକ୍ରମ ପାଇଁ ବିଏଲଓ ଓ ବିଏଲଓ ସୁପରଭାଇଜର ମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

May 27
19:39 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୭/୫: ନିର୍ବାଚନ ଆୟୋଗଙ୍କ ଦ୍ୱାରା ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ.ଆଇ.ଆର )SIR କାର୍ଯ୍ୟକ୍ରମ ଅନ୍ତର୍ଗତ ବିଏଲଓ ଓ ବିଏଲଓ ସୁପରଭାଇଜରମାନଙ୍କ ପାଇଁ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଶେଷ ହୋଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୫ ଓ ୨୬ ତାରିଖରେ ଆୟୋଜିତ ହୋଇଥିଲା ।
୮୫- କଣ୍ଟାମାଳ ବିଧାନସଭା କ୍ଷେତ୍ର ଓ ୮୬-ବୌଦ୍ଧ ବିଧାନସଭା କ୍ଷେତ୍ର ଅଧୀନସ୍ଥ ସମସ୍ତ ବିଏଲଓ ଏବଂ ବିଏଲଓ ସୁପରଭାଇଜରମାନେ ଏହି ପ୍ରଶିକ୍ଷଣରେ ଯୋଗଦେଇଥିଲେ।
କଣ୍ଟାମାଳ ଏସି ପାଇଁ ଇଆରଓ-କମ-ଏଡିଏମ ଅନିରୁଦ୍ଧ ପ୍ରଧାନ ଏବଂ ବୌଦ୍ଧ ଏସି ପାଇଁ ଇଆରଓ-କମ- ସବ-କଲେକ୍ଟର ବିନୟ କୁମାର ଭୋଇ ସମ୍ପୃକ୍ତ ଏଇଆରଓ ମାନଙ୍କ ସହଯୋଗରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ବୌଦ୍ଧ ଅଞ୍ଚଳ ପାଇଁ AERO ଭାବେ ତହସିଲଦାର, ବିଡିଓ, ଇଓ ମ୍ୟୁନିସିପାଲିଟି ଓ ଏବିଡିଓ ଦାୟିତ୍ୱ ନିର୍ବାହ କରୁଥିବା ବେଳେ, ହରଭଙ୍ଗା ଅଞ୍ଚଳ ପାଇଁ ତହସିଲଦାର, ବିଡିଓ ଓ ଏବିଡିଓ ଏବଂ କଣ୍ଟାମାଳ ଅଞ୍ଚଳ ପାଇଁ ତହସିଲଦାର ବିଡିଓ ଓ ଅତିରିକ୍ତ ତହସିଲଦାରମାନେ AERO ଭାବେ ପ୍ରଶିକ୍ଷଣରେ ସହଯୋଗ କରିଥିଲେ।କଣ୍ଟାମାଳ ପାଇଁ କଣ୍ଟାମାଳ ବ୍ଲକ ସମ୍ମିଳନୀ କକ୍ଷ, ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ବୌଦ୍ଧ ବ୍ଲକ ସମ୍ମିଳନୀ କକ୍ଷ ଓ ପଞ୍ଚାୟତ କଲେଜ, କଣ୍ଟାମାଳରେ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା। ସେହିପରି ବୌଦ୍ଧ ଏସି ପାଇଁ କଲେକ୍ଟରେଟ ସ୍ଥିତ ସଦ୍ଭାବନା ସଭାଗୃହ, ବୌଦ୍ଧ ବ୍ଲକ ସମ୍ମିଳନୀ କକ୍ଷ ଓ ହରଭଙ୍ଗା ବ୍ଲକ ସମ୍ମିଳନୀ କକ୍ଷରେ ପ୍ରଶିକ୍ଷଣ ଦିଆଯାଇଥିଲା।
ଏହି ଦୁଇଦିନିଆ ପ୍ରଶିକ୍ଷଣରେ ମୋଟ ୪୧୫ ଜଣ ବିଏଲଓ ଓ ୪୨ ଜଣ ବିଏଲଓ ସୁପରଭାଇଜର ଙ୍କୁ SIR ଓ ଏନ୍ୟୁମେରେସନ ଫର୍ମ (EF) ସମ୍ବନ୍ଧରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।
ପ୍ରଶିକ୍ଷଣ ଶେଷ ହେବା ପରେ ସମ୍ପୃକ୍ତ ବୁଥ ଅନୁଯାୟୀ ବିଏଲଓମାନଙ୍କୁ ଏନ୍ୟୁମେରେସନ ଫର୍ମ (EF) ବଣ୍ଟନ କରାଯାଇଥିଲା।
ଜିଲ୍ଲାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଏବଂ ଶତ ପ୍ରତିଶତ ସଫଳତା ସହିତ ଏସ ଆଇ ଆର୍ କାର୍ଯ୍ୟକ୍ରମ ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୁତି ଭୂଷଣ ନାୟକ ସମସ୍ତ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930