Indus Valley Times

ଭବାନୀପାଟଣା ବାଇପାସ ରାସ୍ତାରେ ଦୁର୍ଘଟଣା ; ହାଇୱାକୁ ପିଟିଲା ବିଏମଡବ୍ଲୁ କାର,୨ ମୃତ

 Breaking News

ଭବାନୀପାଟଣା ବାଇପାସ ରାସ୍ତାରେ ଦୁର୍ଘଟଣା ; ହାଇୱାକୁ ପିଟିଲା ବିଏମଡବ୍ଲୁ କାର,୨ ମୃତ

ଭବାନୀପାଟଣା ବାଇପାସ ରାସ୍ତାରେ ଦୁର୍ଘଟଣା ; ହାଇୱାକୁ ପିଟିଲା ବିଏମଡବ୍ଲୁ କାର,୨ ମୃତ
June 13
10:57 2026

କଳାହାଣ୍ଡି ୧୩/୬: ଦାମୀ କାରରେ କିଏ ବା ବସିବାକୁ ଭଲନପାଏ। ଅନେକଙ୍କ ସଉକ ବିଳାସପୂର୍ଣ୍ଣ କାର୍। ଏଥିରେ ଥାଏ ଅତ୍ୟାଧୁନିକ ସେଫ୍ଟି ଫିଚର୍ସ। କିନ୍ତୁ ଲକ୍ଜରୁରିୟସ୍ ଗାଡ଼ି ଆପଣ ଜୀବନ ରକ୍ଷା କରିଦେବ ବୋଲି ଭାବୁଛନ୍ତି, ବୋଧହୁଏ ଏହା ଆପଣଙ୍କ ଭୁଲ ଧାରଣା। ବିଏମଡବ୍ଲୁ ଭଳି ଦାମୀ ଗାଡି ବି ଜୀବନ ବଞ୍ଚାଇପାରିଲାନି। ଚାଲିଗଲା ଦୁଇ ଦୁଇଟା ଜୀବନ।
କଳାହାଣ୍ଡି ଜିଲା ଭବାନୀପାଟଣା ବାଇପାସ ରାସ୍ତାରେ ଭୟଙ୍କର ଦୁର୍ଘଟଣା। ବିଳମ୍ବିତ ରାତି ରାସ୍ତାରେ ଠିଆ ହୋଇଥିବା ହାଇଓ୍ବାକୁ ପଛରୁ ପିଟିଲା ଦ୍ରୁତଗାମୀ ବିଏମଡବ୍ଲୁ କାର୍। ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଚାଲିଗଲା ୨ ଜଣଙ୍କ ଜୀବନ। ମୃତ ହରିୟାଣା ବୋଲି ଜଣାପଡିଛି। ତେବେ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ଟିମ ପହଞ୍ଚି ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଭବାନୀପାଟଣା ବାଇପାସରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କ୍ଷ ରାସ୍ତାରେ ଠିଆ ହୋଇଥିବା ହାଇୱାକୁ ପଛକୁ ପିଟିଥିଲା ବିଏମଡବ୍ଲୁ କାର । ଦୁର୍ଘଟଣା ଏତେ ଭୟଙ୍କର ଥିଲା କାରଟିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଥିଲା। ଚାଳକ ଓ ଅନ୍ୟ ଜଣେ କାରରେ ଚାପି ହୋଇ ରହିଯାଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି କାରକୁ କାଟି ମୃତଦେହ ଉଦ୍ଧାର କରିଛନ୍ତି କ୍ଷ ଅନ୍ୟପଟେ ଭବାନୀପାଟଣା ସଦର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ଷ

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930