ମଟନକୁ ନେଇ ଝଗଡ଼ା, ନାବାଳକଙ୍କ ବେକ କାଟି ଦେଲେ ୪ ନାବାଳକ
ବାଲେଶ୍ୱର, ୨୮/୬: ବିବାହ ଭୋଜିରେ ସାଂଘାତିକ କାଣ୍ଡ । ମଟନ ମାଂସ ଦେବାରୁ କ୍ୟାଟେରିଂ ଯୁବକଙ୍କ ବେକ କାଟିଦେଲେ ୪ ନାବାଳକ । ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଠାନ୍ତର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଫକୀରମୋହନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଗତ ୨୪ ତାରିଖ ଦିନ ରାତି ପ୍ରାୟ ୧୦ଟା ସମୟରେ ବାଲେଶ୍ୱର ରେମୁଣା ଅଠାନ୍ତର ଅଞ୍ଚଳରୁ ଆସିଛି ଏହି ଘଟଣା । ବିବାହ ଭୋଜିରେ ଛେଳି ମାଂସ ବଦଳରେ କୁକୁଡ଼ା ମାଂସ ପରଷିବାରୁ ଜଣେ କ୍ୟାଟରିଂ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛନ୍ତି ।
ଭୋଜିରୁ ବାହାରକୁ ଆସିଥିବା ବେଳେ ୪ ଜଣ ନାବାଳକ ରାଗି ଯାଇ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ । ପଛରୁ ତେଲେଙ୍ଗା କଟୁରୀରେ ବେକ କାଟି ଦେଇଥିବାର ଅଭିଯୋଗ ହୋଇଛି ।
ଏହି ଆକ୍ରମଣରେ ଯୁବକ ଜଣଙ୍କୁ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଫକୀରମୋହନ ମେଡିକାଲରେ କଲେଜରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ଅନ୍ୟପଟେ ରେମୁଣା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହାସହ ୪ ନାବାଳକଙ୍କୁ ଗିରଫ କରି ସୁଧାର ଗୃହକୁ ପଠାଇଛି । ଏହାସହ ଘଟଣାର ଅଧିକ ଛାନ୍ଭିନ୍ ଜାରି ରଖିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ମଧ୍ୟ ନେଇପାରେ ପୋଲିସ ।






