Indus Valley Times

ମହାନଦୀ ବ୍ରିଜ୍‌ରୁ ନଦୀକୁ ଡେଇଁଲେ ୨ ନାବାଳିକା, ମାଛ ଧରାଳି କଲେ ଉଦ୍ଧାର

 Breaking News

ମହାନଦୀ ବ୍ରିଜ୍‌ରୁ ନଦୀକୁ ଡେଇଁଲେ ୨ ନାବାଳିକା, ମାଛ ଧରାଳି କଲେ ଉଦ୍ଧାର

ମହାନଦୀ ବ୍ରିଜ୍‌ରୁ ନଦୀକୁ ଡେଇଁଲେ ୨ ନାବାଳିକା, ମାଛ ଧରାଳି କଲେ ଉଦ୍ଧାର
August 22
18:59 2026

ସୁବର୍ଣ୍ଣପୁର, ୨୨/୮: ମହାନଦୀରୁ ଦୁଇ ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଚଢେଇପାଙ୍କ ଗାଁ ନିକଟରେ ଯାଉଥିବା ମହାନଦୀ କୁ ଡେଇଁ ୨ ନାବାଳିକା ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ସୌଭାଗ୍ୟ ବଶତଃ ମତ୍ସ୍ୟଜୀବୀ ମାନେ ଏହା ଦେଖି ଅଗ୍ନିଶମ ବାହିନୀଙ୍କ ସହାୟତାରେ ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।
ଉଦ୍ଧାର ପରେ ଉଭୟ ନାବାଳିକାଙ୍କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣରୁ ଦୁଇ ନାବାଳିକା ମହାନଦୀକୁ ଡେଇଁ ପଡ଼ିଥିଲେ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31