ମାରଡା ନିକଟରେ କୁମ୍ଭୀର ଆକ୍ରମଣରେ ଗୁରୁତର ଯୁବକଙ୍କୁ ଅଣାଗଲା ବୌଦ୍ଧ ଡାକ୍ତର ଖାନା
October 05
10:55
2026
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୫/୧୦ : ରବିବାର ରାତି ୯ ଘଣ୍ଟା ସମୟରେ କୁସଂଗ ବନ୍ୟ ପ୍ରାଣୀ ରେଞ୍ଜ ଅନ୍ତର୍ଗତ ମାରଡା ନିକଟରେ କୁମ୍ଭୀର ଆକ୍ରମଣରେ ଗୁଋତର ଯୁବକଙ୍କୁ ବୌଦ୍ଧ ଡାକ୍ତର ଖାନାରେ ଭର୍ତ୍ତି କରା ଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହ୍ ୪ ଘଣ୍ଟା ସମୟରେ ମାରଡା ଗ୍ରାମର ସୁଧୀର ବେହେରା ଗ୍ରାମ ନିକଟ ମହାନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ଏକ କୁମ୍ଭୀର ତାଙ୍କ ଆଣ୍ଠୁକୁ କାମୁଡ଼ି ନଦୀ ମଧ୍ୟକୁ ଟାଣି ନେଇଥିଲ ।
ତାଙ୍କ ଚିତ୍କାର ଶୁଣି ନିକଟରେ ଥିବା ଲଞ୍ଚ ଡ୍ରାଇଭର ଛବିନ୍ଦ୍ର ବେହେରା ଓ ମାରଡା ଗ୍ରାମର ପ୍ରମୋଦ ପ୍ରଧାନ ତାଙ୍କୁ କୁମ୍ଭୀର ମୁହଁରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ।
କୁସଂଗ ବନ୍ୟ ପ୍ରାଣୀ ରେଞ୍ଜ କାର୍ଯ୍ୟ।।ୟର ଗାଡି ଯୋଗେ ତାଙ୍କୁ ପୁରୁଣା କଟକ ଡାକ୍ତର ଖାନା ଅଣା ଯାଇଥିଲା ଓ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ୍ ଯୋଗେ ବୌଦ୍ଧ ଡାକ୍ତର ଖାନା ଅଣା ଯାଉଥିବା ସୂଚନା ମିଳିଛି ।






