Indus Valley Times

ମୋ ସ୍ବପ୍ନର ଓଡ଼ିଶା ୨୦୩୬ ପ୍ରସଙ୍ଗ କୁ ନେଇ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଅନୁଷ୍ଠିତ

 Breaking News

ମୋ ସ୍ବପ୍ନର ଓଡ଼ିଶା ୨୦୩୬ ପ୍ରସଙ୍ଗ କୁ ନେଇ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଅନୁଷ୍ଠିତ

November 08
11:10 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୮/୧୧ : ଆଜିର ଶିଶୁ ଆଗାମୀ କାଲିର ରାଷ୍ଟ୍ର ନିର୍ମାତାର ସୂତ୍ରଧର। ସୁରଭି ଛାତ୍ରଛାତ୍ରୀ ପିଲାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଶକ୍ତି ଓ ଗୁଣକୁ ପରିଚିତ ଓ ପ୍ରସ୍ଫୁଟିତ କରିବାର ରାଜ୍ୟ ସରକାର, ଶିକ୍ଷ୍ୟା ବିଭାଗର ଏକ ପ୍ରେରଣାଦାୟୀ ଯୋଜନା । ସୁରଭି କାର୍ଯ୍ୟକ୍ରମରେ ସମାଜର ସବୁ ବର୍ଗର ପିଲାଙ୍କ ସହିତ ପ୍ରତ୍ୟକ୍ଷ ଅନୁଭୂତି ମିଳିଥାଏ ଯାହା ଛାତ୍ରଛାତ୍ରୀ ମାନଙ୍କ ଜିଜ୍ଞାସା ସୃଷ୍ଟି କରି ଆଗକୁ ବଢାଇବାର ଜ୍ଞାନ ଆହରଣ ଓ ସ୍ବପ୍ନ ବାସ୍ତବତାରେ ପରିଣତ କରିବା ,ଏବଂ ସଚ୍ଚୋଟ ସରଳ ପଣିଆ ଓ ଉତ୍ତୋରତ୍ତର ଅଭିବୃଦ୍ଧି ଘଟାଇ ପଥ ପରିଷ୍କାର କରିଥାଏ ।
ଏଣୁ ଛାତ୍ରଛାତ୍ରୀ ମାନେ ଦୃଢ଼ ସଂକଳ୍ପ ନେଇ ନିଜର ସରଳ ପଣିଆ ଓ ସମ୍ୱେଦନଶିଳତା କୁ ବଜାୟ ରଖି ମଣିଷ ପଣିଆ ମନୋଭାବ ନେ଼ଇ ନିଜର ଜୀବନର ଲକ୍ଷ୍ୟରେ ପହଞ୍ଚନ୍ତୁ ବୋଲି ମୁଖ୍ୟ ଅତିଥି ଶ୍ରୀ ଅମ୍ରତ ୠତୁରାଜ ଜିଲାପାଳ ଖୋର୍ଦ୍ଧା ନିଜ ଅଭିଭାଷଣରେ ଆହ୍ଵାନ ଦେଇଥିଲେ ।
ମୁଖ୍ୟବକ୍ତା ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଜ୍ୟୋତି ଶଙ୍କର ସାହୁ ଯୋଗଦେଇ କହିଲେ ଯେ ସୁରଭି ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ। ଏହା ଏକ ସୁଯୋଗ ଯାହା ଛାତ୍ରଛାତ୍ରୀ ମାନଙ୍କୁ ସମାଜ ଓ ରାଷ୍ଟ୍ରରେ ପରିଚିତ କରିଥାଏ।
ସ୍ବଚ୍ଛତାକୁ ଛାତ୍ରଛାତ୍ରୀ ମାନେ ଆପଣେଇବା , ଭଲ ମଣିଷ ହେବା ପାଇଁ ଧର୍ଯ୍ୟ ଶକ୍ତି ରଖିବା, ସହନଶୀଳତା ରଖି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଭକ୍ତି ପ୍ରଦର୍ଶନ କରି ନିଜ ମଧ୍ୟରେ ଥିବା ଦକ୍ଷତାକୁ ପ୍ରତିପାଦିତ କରି ରାଷ୍ଟ୍ରର ଟେକ ରଖିବାକୁ ପରାମର୍ଶ ଦେଇଥିଲେ ।
ମୁଖ୍ୟବକ୍ତା ଶ୍ରୀ ସାହୁ ଜିଲ୍ଲା ପ୍ରଶାସନର ଯେଉଁ ଲକ୍ଷ୍ୟ ମଡେଲ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କରିବା, ମଡେଲ ପ୍ରାଥମିକ ବିଦ୍ୟାଳୟ ଓ ଜୀବନ ଜୀବିକାର ଉତ୍ଥାନ କରି ଖୋର୍ଦ୍ଧା ଜିଲ୍ଲାକୁ ସମଗ୍ର ରାଷ୍ଟ୍ରରେ ୨୦୩୬ ଭିଜନରେ ଏକ ନମ୍ୱର୍ କରିବାକୁ ଛାତ୍ରଛାତ୍ରୀ ମାନେ ନିଜର ଦକ୍ଷତାକୁ ଗୁରୁତ୍ଵ ଦେଇ ୨୦୩୬ ଭିଜନକୁ ସାକାର କରନ୍ତୁ ବୋଲି ବକ୍ତବ୍ୟ ରଖିଥିଲେ ।
ବିଶିଷ୍ଟ ଅତିଥି ଭାବେ ଖ୍ୟାତନାମା କଣ୍ଠ ଶିଳ୍ପୀ ରବିନ୍ଦ୍ର ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସତ୍ୟ ପଥରେ ଯିବା, ଭଲ ମଣିଷ ହେବା ପାଇଁ ପିତାମାତା, ଗୁରୁଜନଙ୍କ ଆଶ୍ରିବାଦ ନେଇ ନିଜର ମନୋବଳ ଦୃଢ଼ ରଖି ମାନବ ବାଦ ଧର୍ମରେ ଜିଲ୍ଲାର ନାମ ଟେକ ରଖନ୍ତୁ ବୋଲି କହିଥିଲେ।
ସେହିପରି ସଭାପତି ଭାଷଣରେ ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ ଅତିଥି ପରିଚୟ ପ୍ରଦାନ କରି ସୁରଭି ୨୦୨୫ ର ଉଦେଶ୍ୟ ଓ ଆଭିମୁଖ୍ୟ ସ୍ପଷ୍ଟ କରି କହିଲେ ଛାତ୍ରଛାତ୍ରୀ ମାନଙ୍କ ସହ ପାଠ୍ୟକ୍ରମ କାର୍ଯ୍ୟ କଳାପ ସମ୍ଭାବନା ଓ ଅନ୍ତର୍ନିହିତ ଶକ୍ତିର ବିକାଶ, ବାହାର ଜଗତ ସହ ସେମାନଙ୍କୁ ଯୋଡ଼ି ରାଷ୍ଟ୍ରର କର୍ଣ୍ଣଧାର ହୋଇ ଗଢ଼ିତୋଳିବା ସୁରଭର ମୁଖ୍ୟ ଲକ୍ଷ୍ୟ ବୋଲି ଅଭିଭାଷଣ ରଖିଥିଲେ।
ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଜୟ କୁମାର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ଋତୁରାଜ ଓ ଅତିଥି ମାନେ ଶ୍ରୀ ଗଣେଶ ଙ୍କ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଓ ସମସ୍ତ ଅତିଥିମାନଙ୍କୁ ଉପଢ଼ୌକନ ଏବଂ ଚାରା କୁଣ୍ଡ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।
କଣ୍ଠଶିଳ୍ପୀ ରବୀନ୍ଦ୍ର ମହାପାତ୍ର ତାଙ୍କର ମଧୁର କଣ୍ଠରେ ଜଗନ୍ନାଥ ଭଜନ ଗାୟନ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡି.ପ୍ରଜ୍ଞା ପରମିତା ଜେନା, ରଶ୍ମିବାଳା ପରିଡ଼ା,ବିଜେବି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଭୁ ପ୍ରସାଦ ସେନାପତି ମଞ୍ଚାଶୀନ ଥିଲେ।
ଦ୍ୱିତୀୟ ଭାଗରେ ମୁଖ୍ୟ ଅତିଥି ରୁପଶ୍ରୀ ରାଣୀ ଗୁମାନସିଂ, ମୁଖ୍ୟବକ୍ତା ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ, ପ୍ରତାପ ଚନ୍ଦ୍ର ବେଉରା, ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଉପସଭାପତି ,ଗୋପୀନାଥ ମହାରଣା, ଖୋର୍ଦ୍ଧା ବ୍ଲକର ସମସ୍ତ ସିଆରସିସି ବିଜେବି ଉଚ୍ଚ ବିଦ୍ୟାଳୟର କର୍ମକର୍ତ୍ତା, ଅଗାଧୁ ସେଠୀ, ରବି ନାରାୟଣ ପଣ୍ଡା, ମୃତ୍ୟୁଞ୍ଜୟ ମହାପାତ୍ର, ଯୁଧିଷ୍ଟିର ସାହୁ ଯୋଗଦେଇ ସୁରଭି କାର୍ଯ୍ୟକ୍ରମର ବିଭିନ୍ନ ଦିଗ ସମ୍ଵନ୍ଧରେ ଆଲୋକ ପାତ କରିଥିଲେ ଓ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରଜ୍ଞା ପରମିତା ଜେନା ଧନ୍ୟବାଦ ଦେଇଥିଲେ।
ଦିବସରେ ସମସ୍ତ ସିଆରସିସି, ବିଆରସିସି, ବ୍ଲକ୍ ଶିକ୍ଷା ଅଧିକାରୀ, ଛାତ୍ରଛାତ୍ରୀ, ପ୍ରତିଯୋଗୀ, ଅଭିଭାବକ , ଜନ ପ୍ରତିନିଧି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ। ଦିବସରେ ପ୍ରଥମ ଅଧିବେଶନରେ ବିଙ୍କିମ୍ ଚନ୍ଦ୍ର ଚଟୋପାଧ୍ୟାୟଙ୍କ ବନ୍ଦେ ମାତରଂ ଜାତୀୟ ସ୍ଲୋଗାନ ତଥା ସଙ୍ଗୀତ ବାଦନ କରାଯାଇ ସମ୍ମାନ ପ୍ରଦର୍ଶନ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930