Indus Valley Times

ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୩.୦

 Breaking News

ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୩.୦

October 22
20:05 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୨/୧୦ : ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୩.୦ ଅକ୍ଟୋବର ୧୦ ତାରିଖରୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ୬୦ ଦିବସ ବ୍ୟାପୀ ଜିଲ୍ଲାରେ ସଚେତନତା ଅଭିଯାନର ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଞ୍ଜନ ମିତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀନିବାସ ମହାନ୍ତି ଯୋଗଦେଇ କହିଲେ ,ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସମାଜରେ ମୁଣ୍ଡ ବ୍ୟଥାର କାରଣ ହୋଇଛି ।
ଯୁବକ ମାନେ କୁସଂଗରେ ପଡ଼ି ପଥ ଭ୍ରଷ୍ଟ ହୋଇ ନିଜର, ପରିବାରର, ସମାଜର ଓ ରାଷ୍ଟ୍ରର ହିତ ସାଧନରେ ପ୍ରତିବନ୍ଧକ ହେଉଛନ୍ତି।
ତମାଖୁ ସେବନ ଦ୍ଵାରା କର୍କଟ ରୋଗରେ ଆକ୍ରାନ୍ତ ହୋଇ ପ୍ରତିବର୍ଷ ସାରା ବିଶ୍ବରେ ୮୦ ଲକ୍ଷରୁ ଅଧିକ ବ୍ୟକ୍ତି ମୃତ୍ୟୁ ବରଣ କରୁଛନ୍ତି ।
ତମାଖୁ ର ବେଆଇନ କାରବାର ପାଇଁ ବ୍ୟାପକ ଚଢାଉ ଓ ତମାଖୁ ବ୍ୟବହାରର କ୍ଷତି ସୁଦୂର ପ୍ରଚାର ପ୍ରସାର ହେଲେ ସମାଜରେ ଏଭଳି ଭୟାନକ ରୋଗ ସଂକ୍ରମଣରୁ ସୁରକ୍ଷା ଦିଆଯାଇ ପାରିବ ବୋଲି କହିଥିଲେ ।
ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମିତ୍ର କହିଲେ ,ତମାଖୁ ସେବନ ଦ୍ଵାରା ଭାରତ ବର୍ଷରେ ପ୍ରତିବର୍ଷ କର୍କଟ, ହୃଦରୋଗ, ଶ୍ୱାସ ଜନିତ ରୋଗ, ମଧୁମେହ ମସ୍ତିସ୍କାଘାତ ରୋଗରେ ପଡି ୨୮ ଲକ୍ଷରୁ ଅଧିକ ବ୍ୟକ୍ତି ମୃତ୍ୟୁ ମୁଖରେ ପଡ଼ିଥାନ୍ତି ।
ତମାଖୁ ଧୁଆଁରେ ୭୦୦୦ ରୁ ଅଧିକ ମାରାତ୍ମକ ରାସାୟନିକ ପଦାର୍ଥ ରହିଛି ସେଥିରୁ ୬୯ ଗୋଟି କର୍କଟ ରୋଗର କାରଣ ଅଟେ ।
ଧୁମହିନ ତମାଖୁରେ ୩୦୦୦ ରୁ ଅଧିକ ମାରାତ୍ମକ ରାସାୟନିକ ପଦାର୍ଥ ରହିଛି ସେଥିରୁ ୨୮ ଗୋଟି କର୍କଟ ରୋଗର କାରଣ ଅଟେ ।
ଏହି ପରିପ୍ରେକ୍ଷୀରେ ଡାକ୍ତର ମିତ୍ର କହିଥିଲେ ତମାଖୁ ସେବନ ଅଭ୍ୟାସ ଛାଡ଼ିବା ସମ୍ଭବ । ନିଜର ଦୃଢ଼ ମାନସିକତା ରଖି ନିଶା ଛାଡିବାର ଦିନ, ତାରିଖ ଶୀଘ୍ର ବାଛନ୍ତୁ, ବନ୍ଧୁ ଓ ପରିବାର ଜନକୁ ଜଣାନ୍ତୁ, ଧୁମ ପାନ ମୁକ୍ତ ସ୍ଥାନରେ ରୁହନ୍ତୁ, ଯୋଗ ଓ ଧ୍ୟାନ ଅଭ୍ୟାସ କରନ୍ତୁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ, ଡାକ୍ତରଙ୍କ ପରାମର୍ଶ ନେଇ ନିଜର ଦୃଢ଼ ମାନସିକତା ବଜାୟ ରଖି ନିଶା ଛାଡ଼ି ପରିବାର ଓ ସମାଜର ଯୁବକ ମାନେ ଆଦର୍ଶ ହୋଇ ରାଷ୍ଟ୍ର ହିତ ସାଧନାରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଆଗକୁ ଆଗକୁ ବଢ଼ିବାକୁ ଆହ୍ଵାନ ଦେଇଥିଲେ ।
ଏହି ଅବସରରେ ତମାଖୁମୁକ୍ତ ଯୁବା ଅଭିଯାନ ୩.୦ ଓଡ଼ିଶା ୧୦ ଅକ୍ଟୋବର ୯ ଡିସେମ୍ବର ୨୦୨୫ ପ୍ରଚାର ପତ୍ର ଓ ପ୍ରାଚୀର ପତ୍ରକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ଅବସରରେ ଡାକ୍ତର ସୁଶାନ୍ତ ବିଶ୍ଵାଳ ଅଭିଯାନର ୬୦ ଦିବସ ବ୍ୟାପୀ ୬ ଗୋଟି ରଣନୀତି ତଥା ତମାଖୁ ର କ୍ଷତିକାରକ ପ୍ରଭାବ ଉପରେ ଜନସଚେତନତା ବୃଦ୍ଧି କରିବା,ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଅନୂପାଳନକୁ ବୃଦ୍ଧି କରିବା, ତମାଖୁମୁକ୍ତ ଗ୍ରାମ ପାଇଁ ପ୍ରୟାସ କରିବା, କୋଟପା COTPA,୨୦୦୩ ଏବଂ PECA,୨୦୧୯ ର ପ୍ରବତନକୁ ବୃଦ୍ଧି କରିବା, ସାମାଜିକ ଗଣମାଧ୍ୟମ ର ପ୍ରସାରକୁ ବୃଦ୍ଧି କରିବା ସହ ଦକ୍ଷତା ବିକାଶ ଏବଂ ସମସ୍ତ କାର୍ଯ୍ୟନ୍ଵୟନ ବିଭାଗ ସମ୍ମିଳିତରେ ଜିଲ୍ଲାର ଯୁବକ ମାନଙ୍କୁ କିଭଳି ତମାଖୁ ବର୍ଜନ ନିମନ୍ତେ ସଚେତନତା କରାଯିବ ସେ ସମ୍ବନ୍ଧରେ ବିସ୍ତୃତ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରିଥିଲେ ।
ବୈଠକରେ ଅବକାରୀ ଅଧିକ୍ଷକ ଶ୍ରୀମତୀ ସୁମତି ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଜୟ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟଜିତ ପଟେଲ, ନିବେଦିତା ଭଟ୍ଟ, ସିପିଏମ ଏଲିରା ମହାପାତ୍ର ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ତମାଖୁ ମୁକ୍ତ ଅଭିଯାନର ସଫଳତା ଦିଗରେ ଆଲୋକପାତ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031