Indus Valley Times

ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ ଇଞ୍ଜିନିୟର ମାନଙ୍କ ପାଇଁ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ‘ବୈଦ୍ୟୁତିକ ଯାନ ପ୍ରଯୁକ୍ତିବିଦ୍ୟା’ କ୍ଷେତ୍ରରେ ବ୍ଲେଣ୍ଡେଡ଼ ମୋଡ଼ ଏମ.ଟେକ୍ କାର୍ଯ୍ୟକ୍ରମ ଆରମ୍ଭ

 Breaking News

May 29
20:20 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୯/୫ : ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ଏକ ଅଗ୍ରଣୀ ସ୍ୱଚ୍ଛ ଶକ୍ତି-କେନ୍ଦ୍ରିତ ଶିକ୍ଷା ଏବଂ ଦକ୍ଷତା ପ୍ଲାଟଫର୍ମ, ଇଭିଆକାଡ଼ ସହିତ ରଣନୈତିକ ସହଯୋଗରେ ବିକଶିତ ବୈଦ୍ୟୁତିକ ଯାନ (ଇଭି) ପ୍ରଯୁକ୍ତିବିଦ୍ୟାରେ ବ୍ଲେଣ୍ଡେଡ-ମୋଡ୍ ଏମ.ଟେକ୍ କାର୍ଯ୍ୟକ୍ରମ ଆରମ୍ଭ କରିବାର ଘୋଷଣା କରିଛି।
ବୃତ୍ତିଗତ ମାନଙ୍କୁ ସେମାନଙ୍କ କ୍ୟାରିଅର ଜାରି ରଖିବା ସହିତ ଇଭି ସିଷ୍ଟମ, ବ୍ୟାଟେରୀ ପ୍ରଯୁକ୍ତିବିଦ୍ୟା, ଚାର୍ଜିଂ ଭିତ୍ତିଭୂମି ଏବଂ ଯାନବାହନ ସମନ୍ୱୟରେ ଉନ୍ନତ ବିଶେଷଜ୍ଞତା ହାସଲ କରିବାରେ ସାହାଯ୍ୟ କରିବା ପାଇଁ ଇଭି ପ୍ରଯୁକ୍ତିବିଦ୍ୟାରେ ଏହି ବ୍ଲେଣ୍ଡେଡ ମୋଡ଼ ଏମ.ଟେକ୍ ଡିଜାଇନ୍ କରାଯାଇଛି। ଅଟୋମୋଟିଭ୍ ଶିଳ୍ପରେ ଇଭି କ୍ଷେତ୍ରରେ ଆଗ୍ରହୀ ଦକ୍ଷ ବୃତ୍ତିଗତଙ୍କ ପାଇଁ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ୨୪ ଜୁଲାଇ ୨୦୨୬ ରୁ ଆରମ୍ଭ ହେବାକୁ ଯାଉଛି।
ଏହି ଅଭିନବ ଏବଂ ନମନୀୟ ଶିକ୍ଷା ମଡେଲ ମାଧ୍ୟମରେ ଇଭି କ୍ଷେତ୍ରରେ ନିଜର କ୍ୟାରିଅରକୁ ଆଗକୁ ବଢ଼ାଇବାକୁ ଇଚ୍ଛୁକ ଶିଳ୍ପ ଏବଂ ସମ୍ବନ୍ଧିତ କ୍ଷେତ୍ରର ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଆବେଦନପତ୍ର ଖୋଲା ଅଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930