Indus Valley Times

ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ସାଧାରଣ ବୈଠକ ଅନୁଷ୍ଠିତ, ଜିଲ୍ଲା ପରିଷଦର ନବ ନିର୍ମିତ ସଭାଗୃହ ଉଦଘାଟନ

 Breaking News

ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ସାଧାରଣ ବୈଠକ ଅନୁଷ୍ଠିତ, ଜିଲ୍ଲା ପରିଷଦର ନବ ନିର୍ମିତ ସଭାଗୃହ ଉଦଘାଟନ

September 27
11:31 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୨୮/୯ : ଶୁକ୍ରବାର ପୂର୍ବାହ୍ନରେ ଓଡ଼ିଶାର ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଯୋଗଦେଇ ୧୪ କୋଟି ୩୫ ଲକ୍ଷ ବ୍ୟୟ ଅଟକଳରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅତିରିକ୍ତ କୋଠା ଏବଂ ୧ କୋଟି ୩୦ ଲକ୍ଷ ବ୍ୟୟ ଅଟକଳରେ ନବନିର୍ମିତ ଜିଲ୍ଲାପରିଷଦ, ଖୋରଧାଙ୍କ ନବନିର୍ମିତ ସଭାଗୃହକୁ ଉଦ୍ଘାଟିତ କରି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।
ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଥିଲେ ଯେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅତିରିକ୍ତ ନୂତନ କୋଠା ଏବଂ ଜିଲ୍ଲା ପରିଷଦ ନବନିର୍ମିତ ସଭାଗୃହ ହେବା ଦ୍ବାରା ରାଜଧାନୀ ଭୁବନେଶ୍ୱରକୁ ଅନାର୍ଭୁକ୍ତ କରୁଥିବା ଖୋର୍ଦ୍ଧା ଜିଲ୍ଲାର ସମ୍ମାନ ବୃଦ୍ଧି ହେବା ସହ ସମସ୍ତ ସରକାରୀ କାର୍ଯ୍ୟ ଗୁଡିକ ସୁଚାରୁରୂପେ ସମ୍ପାଦନ ସହ କାର୍ଯ୍ୟାଳୟ ବାତାବରଣ କାର୍ଯ୍ୟଧାରା ଓ ସୋନ୍ଦର‌୍ୟ୍ୟତା ବଜାୟ ରହିବ ବୋଲି ମତବ୍ୟକ୍ତ ପ୍ରଦାନ କରିଥିଲେ ।
ପରେ ଜିଲ୍ଲାପରିଷଦ କାର୍ଯ୍ୟାଳୟ ନୂତନ ସଭାଗୃହରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତି ରୂପଶ୍ରୀ ରାଣୀ ଗୁମାନ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ସାଧାରଣ ବୈଠକରେ ଯୋଗଦେଇ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବା, ଚାଷୀ ମାନଙ୍କୁ ସାର ଠିକ୍ ସମୟରେ ଯୋଗାଇବା, ବିଭିନ୍ନ ସ୍କୁଲ, ଅଙ୍ଗନୱାଡ଼ି କେନ୍ଦ୍ରରେ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧି କରାଇବା, ବନ୍ଦ ରଖାଯାଇଥିବା ପ୍ରାଥମିକ ସ୍କୁଲ ଗୁଡିକୁ ଚାଲୁ କରିବା ଆଦି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଦିଗରେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ବି ଡି ଓ ମାନେ ଯେଉଁ ପ୍ରକଳ୍ପ ଗୁଡ଼ିକ ସୁପାରିଶ କରୁଛନ୍ତି ସେଗୁଡିକ ସଂପୃକ୍ତ ପଂଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷା ମାନଙ୍କ ସହ ବିଚାର ବିମର୍ଷ କରି ସେମାନଙ୍କ ସମ୍ମାନ ଯେପରି ବ୍ୟାହତ ନହୁଏ ସେଥିପ୍ରତି ଧ୍ୟାନ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ମାନ୍ୟବର ବିଧାୟକ, ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ କହିଲେ ଜିଲ୍ଲାରେ ଚାଷ କ୍ଷେତର ମାଟି ଉର୍ବରତା ବଜାୟ ରଖିବାକୁ ହେଲେ ଜୈବ ପଦ୍ଧତି କୃଷି କ୍ଷେତ୍ରରେ ଆପଣେଇବାକୁ କହିଥିଲେ କ୍ଷ ବିଧାୟକ ଜଟଣୀ ଶ୍ରୀ ବିଭୂତି ଭୂଷଣ ବଳବନ୍ତରାୟ କହିଲେ ଛତାବର ଆଦିବାସୀ ବହୁଳ ଗ୍ରାମ ପଂଚାୟତରେ ବିଶୁଦ୍ଧ ପିଇବା ପାଣି ର ସମସ୍ୟା ଲାଗି ରହିଥିବା ବେଳେ ତାହାର ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ଆମ୍ରିତ୍ ଋତୁରାଜ ଜିଲ୍ଲାର ସମସ୍ତ ବ୍ଲକରେ କେଉଁଠି କେଉଁଠି ଆଇରନ ପାଣି ନଳ କୂପର ପଡୁଛି, ତାହାର ବିସ୍ତୃତ ତାଲିକା କରି ଜିଲ୍ଲାପାଳଙ୍କୁ ପ୍ରଦାନ କରିବାକୁ ଜିଲ୍ଲାପାଳ ଅଧିକ୍ଷଣ ଯନ୍ତ୍ରୀ,ଗ୍ରାମ୍ୟ ପାନୀୟଜଳ ଓ ପରିମଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ଜିଲ୍ଲାରେ ଚାଲିଥିବା ୯ ଗୋଟି ମେଗା ପାଇପ୍ ଲାଇନ୍ ଜଳ ପ୍ରକଳ୍ପ ଗୁଡ଼ିକର ବିଳମ୍ବକୁ ନେଇ ମାନ୍ୟବର ମନ୍ତ୍ରୀ ସମସ୍ତ ବିଧାୟକ, ପ୍ରକଳ୍ପ କାର୍ଯ୍ୟ କାରୀ ସଂସ୍ଥା, ଜିଲ୍ଲାପାଳଙ୍କୁ ନେଇ ସ୍ୱତନ୍ତ୍ର ଭାବେ ଏକ ଆଲୋଚନା ବୈଠକ ଡାକିବାକୁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ମାନ୍ୟବର ବିଧାୟକ, ବେଗୁନିଆ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ନିଜ ବକ୍ତବ୍ୟରେ ଗ୍ରାମାଞ୍ଚଳ ସମସ୍ୟା ଗୁଡ଼ିକୁ ଗୁରୁତ୍ଵ ପ୍ରଦାନ କରାଯାଇ ମାନବ ସେବାହିଁ ମାଧବ ସେବା ମନ୍ତ୍ରରେ ସମସ୍ତେ ଅନୁପ୍ରାଣିତ ହୋଇ ସ୍ବଚ୍ଛତା ବଜାୟ ରଖିବା ପାଇଁ ମତବ୍ୟକ୍ତ କରିଥିଲେ । ମାନ୍ୟବର ବିଧାୟକ ଜୟଦେବ ଶ୍ରୀଯୁକ୍ତ ନବ କିଶୋର ମଲ୍ଲିକ ଯୋଗଦେଇ ଜୟଦେବ ନିର୍ବାଚନ ମଣ୍ଡଳୀର ରାସ୍ତାଘାଟ ମରାମତି ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ କହିଥିଲେ ଯେ ସମସ୍ତ ଜିଲ୍ଲାପରିଷଦ ସଦସ୍ୟ/ସଦସ୍ୟା, ପଂଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା ଆସନ୍ତା ଅକ୍ଟୋବର ୧୦ ତାରିଖ ସୁଦ୍ଧା ନିଜ ନିଜ ଜୋନ ଓ ପଂଚାୟତ ସମିତିର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ରାସ୍ତାର ପ୍ରସ୍ତାବ ଜିଲ୍ଲାପରିଷଦକୁ ଦେବାକୁ ପରାମର୍ଶ ଦେଇଥିଲେ ।
ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ଗୋପୀନାଥ ମହାରଣା ଆୟତପୁର ଗ୍ରାମ ପଞ୍ଚାୟତ ବେଲଡ଼ିହ ଗ୍ରାମୀଣ ସେତୁ, ନରେନ୍ଦ୍ରପୂର୍ ଗ୍ରାମ ପଞ୍ଚାୟତ ବରଡିହ ଗ୍ରାମକୁ ସଂଯୋଗ କରୁଥିବା ସେତୁ, କାର୍ଯ୍ୟରେ ଅହେତୁକ ବିଳମ୍ବ ଦିଗରେ, ବାଣପୁର ଚିକିତ୍ସାଳୟରେ ଡେପୁଟେଶନରେ ଥିବା ଡାକ୍ତର ଓ କର୍ମଚାରୀଙ୍କ ନିର୍ଦ୍ଦେଶ ବାତିଲ କରିବା, ସଠିକ୍ ସମୟରେ ଚାଷୀଙ୍କୁ ସାର ଯୋଗାଇବା ଆଦି କାର୍ଯ୍ୟ ଗୁଡ଼ିକୁ ତ୍ୱରାନ୍ୱିତ କରିବା ଦିଗରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଏହି ପରି ପ୍ରେକ୍ଷିରେ ଜିଲ୍ଲାପାଳ କହିଲେ ପ୍ରସ୍ତାବ ଗୁଡିକ ଯଥାର୍ଥ,ଏ ଦିଗରେ ସମସ୍ତ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଇଅଛି ଓ ଖୁବ୍ ଶୀଘ୍ର ସମାଧାନ ହେବ ବୋଲି ପ୍ରକାଶ କରିଥିଲେ ।
ପ୍ରାରମ୍ଭରେ ବିଗତ ବୈଠକର ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଦୃଢ଼ୀକରଣ କରାଯାଇଥିଲା ।
ଜିଲ୍ଲାପରିଷଦ ସଭାପତି ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନ ସିଂ ଚଳିତ ବୈଠକର ଗ୍ରାମ୍ୟ ଉନ୍ନୟନ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଉଠା ଜଳସେଚନ ବିଭାଗ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ, ସ୍ଵାସ୍ଥ୍ୟ ବିଭାଗ, ଶିକ୍ଷା ଓ କୃଷି ବିଭାଗ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ,ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଉପରେ ଆଲୋଚନା କରାଯାଇ ବିଭିନ୍ନ ଜନ କଲ୍ୟାଣ ଯୋଜନା ଅଗ୍ରଗତି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ।
ସୂଚନା ଅନୁଯାୟୀ ପ୍ଲାନ୍ ସ୍କିମରେ ୧୫୦ କୋଟି ଟଙ୍କାର ୮୧ ଗ୍ରାମୀଣ ରାସ୍ତା ଓ ସେତୁ ବନ୍ଧ ଯୋଜନାରେ ୧୭ ଗୋଟି ପ୍ରକଳ୍ପ କାର‌୍ୟ୍ୟ ପ୍ରସ୍ତାବ ଅଛି ।
ଏହି ପ୍ରସଙ୍ଗରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ପ୍ରକଳ୍ପର ୨୫ କିଲୋମିଟର ଗ୍ରାମ୍ୟ ନିର୍ମାଣ ରାସ୍ତା ପୂର୍ତ୍ତ ବିଭାଗ ଅଧିନରେ କାର୍ଯ୍ୟକାରିତା ପାଇଁ ପ୍ରସ୍ତାବ ଅଛି । କୁହୁଡ଼ି ଗ୍ରାମ୍ୟ ଉନ୍ନୟନ ରାସ୍ତା ମରାମତି,କୁହୁଡ଼ି ସୋରଣ ପୁର ରାସ୍ତା ନିର୍ମାଣ ହେବ ।
ସେହିପରି ହଂସପାଳ ନିଆଳି ମାଧପୁର ରାସ୍ତା ନିର୍ମାଣ ହେବ । ବାଲିଅନ୍ତା ଓ ବାଲିପାଟଣା ବ୍ଲକ୍ ଆଇରନ ପାଣି ଜୋନ ହୋଇଥିବାରୁ ସେଗୁଡ଼ିକର ୨ ୟୁନିଟ୍ ଉପରେ ଯେଉଁ ଅଙ୍ଗନୱାଡ଼ି କେନ୍ଦ୍ର ଆଇରନ ପାଣି ଅଛି ତାହାର ମାପକ କରିବାକୁ ଜିଲ୍ଲାପାଳ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ଗ୍ରାମ ପଞ୍ଚାୟତ ୱାରୀ କେଉଁ ପଂଚାୟତରେ ପାଣି ଲେୟାର କେତେ ପୁଟ ରେ ପଡୁଛି ତାହାର ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ସୂଚନା କ୍ରମେ ଜିଲ୍ଲାରେ ୫୦୩ ଡାକ୍ତର ପଦବୀ ଥିବା ବେଳେ ୨୨୩ ଖାଲି ଅଛି ।
ଜିଲ୍ଲାରେ ଆୟୁଷ୍ମାନ ଆରୋଗ୍ୟ କାର୍ଡ ବଣ୍ଟନର ୬୭ ଶତକଡା ସଫଳତା ମିଳିଛି । ପ୍ରଧାନମନ୍ତ୍ରୀ ବୟୋ ବନ୍ଦନା କାର୍ଡ ଜିଲ୍ଲାରେ ୪୦ ହଜାର ବଣ୍ଟା ଯାଇଛି । ଜିଲ୍ଲାରେ ଏମ ଡି ଡି ରୋଗ ଚିକିତ୍ସାକୁ ତ୍ୱରାନ୍ୱିତ କରାଯାଇଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସି ଟି ସ୍କାନ ତୁରନ୍ତ କାର୍ଯ୍ୟକ୍ଷମ ପାଇଁ ବିଭାଗକୁ ଚିଠି ଲେଖିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ପ୍ରତ୍ୟେକ ବି ଡି ଓ ନିଜ ଅଧୀନରେ ବର୍ଷରେ ୧୦ ଗୋଟି ଗ୍ରାମ ଆଦର୍ଶ ଗ୍ରାମ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଚିଲିକା ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ପାଇଁ ଡି ପି ଆର ପ୍ରସ୍ତୁତ ହୋଇ ସାରିଛି ବୋଲି ମାନ୍ୟବର ମନ୍ତ୍ରୀ ସୂଚନା ଦେଇଥିଲେ । ବୈଠକରେ ବନଖଣ୍ଡ ଅଧିକାରୀ ଲାଡେ ଗଜାନନ ଦୟାନନ୍ଦ,ମାନ୍ୟବର ସାଂସଦ ଭୁବନେଶ୍ୱରଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଦିଲ୍ଲୀପ ହୋତା ଯୋଗଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ଜିଲ୍ଲା ପରିଷଦ ଜୋନ୍ ସଦସ୍ୟା, ସଦସ୍ୟ, ପଂଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷା, ସମସ୍ତ ବି ଡି ଓ, ସମସ୍ତ ଲାଇନ୍ ଡିପାର୍ଟର୍ମେଣ୍ଟ ଅଧିକ୍ଷଣ ଯନ୍ତ୍ରୀ,ନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା,ବରିଷ୍ଠ ଜିଲ୍ଲା ସ୍ତରୀୟ ଅଧିକାରୀ, ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଅଂଶ ଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930