Indus Valley Times

ସନ୍ଥ ସିରୋମଣି ଶ୍ରୀ ଗୁରୁ ରବିଦାସ ଜୀଙ୍କ ୬୫୦ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ‘ସମରସତା ସଂକଳ୍ପ ଅଭିଯାନ’ ଅନୁଷ୍ଠିତ

 Breaking News

ସନ୍ଥ ସିରୋମଣି ଶ୍ରୀ ଗୁରୁ ରବିଦାସ ଜୀଙ୍କ ୬୫୦ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ‘ସମରସତା ସଂକଳ୍ପ ଅଭିଯାନ’ ଅନୁଷ୍ଠିତ

ସନ୍ଥ ସିରୋମଣି ଶ୍ରୀ ଗୁରୁ ରବିଦାସ ଜୀଙ୍କ ୬୫୦ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ‘ସମରସତା ସଂକଳ୍ପ ଅଭିଯାନ’ ଅନୁଷ୍ଠିତ
August 09
21:05 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୯/୮ : ସନ୍ଥ ସିରୋମଣି ଶ୍ରୀ ଗୁରୁ ରବିଦାସ ଜୀଙ୍କ ୬୫୦ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ \’ସମରସତା ସଂକଳ୍ପ ଅଭିଯାନ\’ ରେ ଆମ ବୌଦ୍ଧ ବଲାସିଙ୍ଗାରୁ ଯାଇଥିବା ପୁଣ୍ୟ ମୃତ୍ତିକା ଏବଂ ସନ୍ଥ ରବିଦାସଙ୍କ ଜନ୍ମସ୍ଥଳୀ ଉତ୍ତର ପ୍ରଦେଶର ବାରାଣସୀ (କାଶୀ) ନିକଟସ୍ଥ ସିଅର ଗୋବର୍ଦ୍ଧନପୁର ଗ୍ରାମରୁ ଆସିଥିବା ପୁଣ୍ୟ ମୃତ୍ତିକାକୁ ମିଶ୍ରଣ କରି ତାହା ଗତ କାଲି ରାଜ୍ୟ କାର୍ଯ୍ୟାଳୟ ଭୁବନେଶ୍ଵରରୁ କଳସଜୋଗେ ରାଜ୍ୟର ସମସ୍ତ ଜିଲ୍ଲାକୁ ପ୍ରେରଣ କରାଜାଇଥିଲା ।
ସେହି କଳସ ଆଜି ଆମ ଜିଲ୍ଲାରେ ପହଂଚିବା ପରେ ବୌଦ୍ଧ ନଗର ବାପୁଜୀ ନଗର ଠାରେ ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ଉପସ୍ଥିତିରେ ନଗର ପରିକ୍ରମା କରାଗଲା ।
ଶେଷରେ କଳସକୁ ବଲସିଙ୍ଗା ସ୍ଥିତ ମହୁଲ ମୂଳ ପିଠରେ ରଖାଗଲା । ପରବର୍ତ୍ତି ସମୟରେ ଏହା ସମଗ୍ର ଜିଲ୍ଲାରେ ଭ୍ରମଣ କରିବ । ଉକ୍ତ କାର୍ଯ୍ୟକ୍ରମରେ ଅନୁସୁଚିତ ଜାତି ମୋର୍ଚ୍ଚା ଜିଲ୍ଲା ସଭାପତି ରାମଚନ୍ଦ୍ର ତାଣ୍ଡି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ରଚରଣ ମହାନ୍ତି, ଜିଲ୍ଲା ଉପ ସଭାପତି ଶ୍ୟାମସୁନ୍ଦର ପୁରୋହିତ, ଜିଲ୍ଲା ସମ୍ପାଦକ ରାଜକୁମାର ମେହେର ଏବଂ ଦଳର ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930