Indus Valley Times

୫୬ ବର୍ଷର ପରମ୍ପରା : କଳସ ଯାତ୍ରାରୁ ଆରମ୍ଭ ହେଲା ବାଲିଗୁଡାର ପ୍ରସିଦ୍ଧ ନବରାତ୍ର ଦୂର୍ଗାପୂଜା

 Breaking News

୫୬ ବର୍ଷର ପରମ୍ପରା : କଳସ ଯାତ୍ରାରୁ ଆରମ୍ଭ ହେଲା ବାଲିଗୁଡାର ପ୍ରସିଦ୍ଧ ନବରାତ୍ର ଦୂର୍ଗାପୂଜା

September 23
11:36 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୩/୯ : ଆରମ୍ଭ ହୋଇଛି ପାର୍ବଣ ଋତୁ । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ମହିଷା ମର୍ଦ୍ଦିନୀ ମାଆ ଦୂର୍ଗା। ମାଆଙ୍କ ଆବାହନ ଲାଗି ସବୁଠି ପ୍ରସ୍ତୁତି ଜୋରଦାର ଚାଲିଛି।
ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀଶ୍ରୀଶ୍ରୀ ମା’ ପାଟଖଣ୍ଡା ଦୂର୍ଗାପୂଜା ସମିତି ଆନୁକୂଲ୍ୟରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡାଙ୍କ ମନ୍ଦିର ପରିସରରେ ଥିବା ଦୂର୍ଗା ମଣ୍ଡପ ରେ ବହୁ ପ୍ରତିକ୍ଷିତ ୫୬ ବର୍ଷ ର ପରମ୍ପରା କୁ ପାଥେୟ କରି ଜିଲ୍ଲା ପ୍ରସିଦ୍ଧ ନବରାତ୍ରୀ ଦୁର୍ଗାପୂଜା ସୋମବାର ଠାରୁ ଆରମ୍ଭ ହୋଇଛି।
ଏ ନେଇ ସ୍ଥାନୀୟ ମା’ ପାଟଖଣ୍ଡାଙ୍କ ମନ୍ଦିର ନିକଟରୁ ଏକ ବିରାଟ ପଟୁଆରରେ ସଂକୀର୍ତ୍ତନ, ଘଣ୍ଟ ଓ ବାଦ୍ୟ ବାଜଣା ସହ ଶତାଧିକ ମହିଳା ଭକ୍ତ ଖଡ଼ଗ ନଦୀ ଅଭିମୁଖେ ବାହାରି ନଦୀରୁ କଳସ ରେ ପାଣି ଆଣି ମା ‘ ଙ୍କ ପୀଠ ରେ ସ୍ଥାପନା କରାଯାଇଛି । ସୋମବାର ଠାରୁ ନବ ଦିନ ବ୍ୟାପୀ ବାଲିଗୁଡା ତଥା ଏହାର ଆଖ ପାଖ ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହୋଇଛି ମା’ଙ୍କ ନବରାତ୍ରି ଉପଚାର ପୂଜା ନୀତି ।
ମୂଳାଷ୍ଚମୀଠାରୁ ମହାଷ୍ଟମୀ ଯାଏ ରିତିନୀତି ଅନୁଯାଇ ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଚଣ୍ଡୀ ପାଠ, ମହାସ୍ନାନ, ହୋମ ଓ ସୂର୍ଯ୍ୟ ପୂଜା ଯଥା ରୀତିନୀତି ଅନୁଯାଇ ଚାଲିବ ।
ଏଥିରେ ପୂଜା କର୍ତ୍ତା ଭାବେ ସଂଗୀତା ପଣ୍ଡା ଓ ସନ୍ତୋଷ କୁମାର ପଣ୍ଡା ଦମ୍ପତିଙ୍କ ସମେତ ସମଗ୍ର ଅଞ୍ଚଳ କୁ ଶୁଦ୍ଧି କରଣ କରାଯାଇଥିଲା। ବରିଷ୍ଠ ଦକ୍ଷ ପୁରୋହିତ ଭାବେ ପଣ୍ଡିତ ପିତାମ୍ବର ରଥ, ପୂର୍ଣ୍ଣ ଚନ୍ଦ୍ର ଶତପଥି, ହିମାଂଶୁ ଶେଖର ଦାସ, ରାମକୃଷ୍ଣ ଆଚାର‌୍ୟ୍ୟ, ଅଶୋକ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ନିୟମିତ ପୂଜା କାର୍ଯ୍ୟକ୍ରମ ସମ୍ପାଦନା କରୁଛନ୍ତି ।
ଏ ନେଇ ମା\’ ପାଟଖଣ୍ଡା ଦୂର୍ଗାପୂଜା ସମିତିର ଶକ୍ତି ପୀଠରେ ସ୍ୱତନ୍ତ୍ର ପୂଜା ବିଧି ଆରମ୍ଭ ହୋଇଛି । ୯ ଦିନ ଧରି ନବ ଦୂର୍ଗା ବେଶରେ ମାଆ ଭକ୍ତଙ୍କୁ ଦର୍ଶନ ଦେବେ ।
ସେପଟେ ମଣ୍ଡପରେ କଲିକତା ର ସୁଦକ୍ଷ ଶିଳ୍ପୀ ମାନଙ୍କ ଦ୍ୱାରା ମାଆଙ୍କ ମୂର୍ତ୍ତି ସାଜସଜ୍ଜା ସହ ଭୁବନେଶ୍ୱରର ଦକ୍ଷ କାରିଗର ମାନଙ୍କ ଦ୍ୱାରା ସୁଉଚ୍ଚ ତୋରଣ ମାନ ଶେଷ ହୋଇ ସହର କୁ ଆକର୍ଷିତ କରିପାରିଛି ।
ମା’ ଙ୍କୁ ଦର୍ଶନ କରିବା ପାଇଁ ପ୍ରଥମ ଦିନରୁ ହିଁ ଭକ୍ତ ଙ୍କ ଆଗମନ ହେବାରେ ଲାଗିଛି ।
ଅନ୍ୟପଟେ ପୂଜାକୁ ସୁରୁଖୁରୁରେ ସମାପନ କରିବା ଲାଗି ପୂଜା କମିଟି ସହ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିବା ବିଷୟ ପୂଜା କମିଟିର ସଭାପତି ସନ୍ୟାସୀ ପାତ୍ର ଓ ସମ୍ପାଦକ ସୁଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି। ଏଥିରେ ସମିତି ର ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି।
ପ୍ରବଳ ବର୍ଷା ପରେ ପୁଣି କଳିଙ୍ଗା ଘାଟିରେ ଅଘଟଣ: ପଥର ଖସିବା ପରେ ନିର୍ମାଣ କାମ ବନ୍ଦ
କନ୍ଧମାଳ, ୨୩/୯ : କଳିଙ୍ଗା ଘାଟିରେ ସୋମବାର ପୁଣି ଅଘଟଣ । ପ୍ରବଳ ବର୍ଷା ପରେ ପୁଣି ଖସିଲା ପଥର । ନିର୍ମାଣ କାର‌୍ୟ୍ୟ ଚାଲିଥିବା ବେଳେ ପଥର ଖସିଲା । ପ୍ରବଳ ବର୍ଷା ଏବଂ ପଥର ଖସିବା କାରଣରୁ ବନ୍ଦ ରହିଲା ନିର୍ମାଣ କାର୍ଯ୍ୟ ।
ଭୁସ୍ଖଳନ ପରେ ରାସ୍ତା କାମ ଚାଲିଥିବା ବେଳେ ପୁଣି ପାହାଡ ପାଣି ଆସି ସେସବୁ ଧୋଇ ନେଲା ।ସେପଟେ ଗତ ରାତ୍ରିରେ ମଧ୍ୟ ପଥର ଖସିଥିବା ସୂଚନା ରହିଛି । ଲଗାଣ ବର୍ଷା ଫଳରେ ପୁନରୁଦ୍ଧାର କାମ ପାଇଁ ବିଛା ଯାଇଥିବା ସାମଗ୍ରୀ ପୁଣି ଧୋଇ ଯାଇଛି ।
ତେବେ ବର୍ଷା ବଢିଲେ ଅଘଟଣ ଘଟୁଛି । ପୁଣି ଥରେ ଅଘଟଣ ହେବା ଫଳରେ ରାଞ୍ଚି – ବିଜୟୱାଡା କରିଡ଼ର ରାସ୍ତାରେ ଗାଡି ଚଳାଚଳ ନେଇ ପୁଣି ବିଳମ୍ବ ହେବା ସମ୍ଭାବନା ଦେଖାଦେଇଛି ।
ଗତ ୧୬ ତାରିଖ ଅପରାହ୍ନରେ ବାଦଲଫଟା ବର୍ଷା ଯୋଗୁଁ ପରେ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟ ଏକ ଛୋଟ ଝରଣାରେ ଭୁସ୍ଖଳନ ଘଟି ପାହାଡ଼ ଶିଖରରୁ ବଡ଼ବଡ଼ ପଥର, ଗଛ, ମାଟି ରାସ୍ତାକୁ ଖସିବା ସହ ୩୦ଫୁଟ ରାସ୍ତା ସମ୍ପୂର୍ଣ୍ଣ ଧୋଇ ନେଇଯାଇଥିଲା।
ଫଳରେ ଦକ୍ଷିଣ ଓଡ଼ିଶାରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସହର ସମେତ କନ୍ଧମାଳ ଜିଲ୍ଲାକୁ ଗମନାଗମନ ବିଚ୍ଛିନ୍ନ ହୋଇଯାଇଥିଲା। ୧୫୭ ନମ୍ବର ଜାତୀୟ ରାଜପଥରେ ଏହିଭଳି ଭୁସ୍ଖଳନ ଦୃଶ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିଦ ହଜେଇ ଦେଇଥିଲା।
ବିଭାଗୀୟ ଅଧିକାରୀ ଯନ୍ତ୍ରୀଗଣ ଘଟଣାସ୍ଥଳରେ ପହଞ୍ଚି କିଭଳି ଏହି ରାସ୍ତା କମ ସମୟ ଭିତରେ ଯାତାୟତ ନିମନ୍ତେ ସୁବନ୍ଦୋବସ୍ତ କରାଯାଇପାରିବ ତାର ବ୍ୟବସ୍ଥା କରୁଥିବା ବେଳେ ଏବେ ପୁଣି ଥରେ ପଥର ଖସିଛି ।
କଳିଙ୍ଗା ଘାଟିରେ ଗତ ୧୬ ତାରିଖ ଦିନ ଘଟିଥିବା ଭୂସ୍ଖଳନ ସବୁଦିନ ପାଇଁ ମନେ ରହିବ। ପୂର୍ବରୁ ଏଠାରେ ଏତେ ବଡ଼ ଅଘଟଣ ଘଟି ନଥିଲା। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି।
କଳିଙ୍ଗା ଘାଟିରେ କାର‌୍ୟ୍ୟ କରୁଥିବା ଏକ ବାହାର ରାଜ୍ୟର ଏକ ଠିକା କମ୍ପାନି ଅଧିକାରୀଙ୍କ ସହ ଆଲୋଚନା କରି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେବା ପରେ ଉକ୍ତ ରାସ୍ତା କାର୍ଯ୍ୟକୁ ଠିକା କମ୍ପାନି ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରିଥିବା ବେଳେ ବର୍ଷା ବାଧକ ସାଜିଛି।
ଠିକା କମ୍ପାନି ବିଭିନ୍ନ ଯନ୍ତ୍ରପାତି ବ୍ୟବହାର କରି ଘାଟିର ଡାହାଣ ପାର୍ଶ୍ଵରେ ଥିବା ପାହାଡ଼ର ପାଣିର ଦିଗ ପରିବର୍ତ୍ତନ ସହ ପଥରର କିଛି ଅଂଶକୁ ବ୍ଳାଷ୍ଟିଂ କରି ଅସ୍ଥାୟୀ ରାସ୍ତା ନିର୍ମାଣରେ ଲାଗିପଡିଥିବା ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ରାସ୍ତାରୁ ସମ୍ପୂର୍ଣ୍ଣ ପଥର ମାଟି ତଳକୁ ଖସେଇବା ପରେ ବାଲି ବସ୍ତା ପକେଇ, ମାଟି ପକେଇ ସମତଳ କାର୍ଯ୍ୟ ଆରମ୍ଭ ହୋଇଥିଲା।
ଆଉ କିଛି ଦିନ ଭିତରେ ଅସ୍ଥାୟୀ ରାସ୍ତା କାର୍ଯ୍ୟ ଶେଷ ହେବା ନେଇ ଆଶା ଦେଖା ଦେଇଥିବା ବେଳେ ପୁଣି ଏକ ଅଘଟଣ ନିର୍ମାଣ କାମରେ ବାଧା ସୃଷ୍ଟି କରିଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930