Indus Valley Times

ଅପରେସନ ସିନ୍ଦୁର ପରାକ୍ରମ ଶୋଭାଯାତ୍ରା, ପଣ୍ଡିତ ନାରାୟଣ ମିଶ୍ରଙ୍କ ପ୍ରତିମୂର୍ତ୍ତି ଅନାଵରଣ

 Breaking News

ଅପରେସନ ସିନ୍ଦୁର ପରାକ୍ରମ ଶୋଭାଯାତ୍ରା, ପଣ୍ଡିତ ନାରାୟଣ ମିଶ୍ରଙ୍କ ପ୍ରତିମୂର୍ତ୍ତି ଅନାଵରଣ

ଅପରେସନ ସିନ୍ଦୁର ପରାକ୍ରମ ଶୋଭାଯାତ୍ରା, ପଣ୍ଡିତ ନାରାୟଣ ମିଶ୍ରଙ୍କ ପ୍ରତିମୂର୍ତ୍ତି ଅନାଵରଣ
May 17
09:12 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୭/୫: ଜମ୍ମୁ କାଶ୍ମୀର ପହଲଗାଁ ଆତଙ୍କୀ ଆକ୍ରମଣରେ ଭାରତ ସରକାରଙ୍କ ଆତଙ୍କି ଲୋପନ୍ ମିଲିଟାରୀ କଡା ପଦକ୍ଷେପ ଅପରେସନ ସିନ୍ଦୂର ପ୍ରତିରକ୍ଷା ବିଭାଗର ଏକ ବିରାଟ ସଫଳତା ଆଣିଥିବା ବେଳେ ଭାରତ ସୁରକ୍ଷାରେ ପ୍ରତ୍ୟେକ ନାଗରିକ ଙ୍କ ମୂଲ୍ୟବୋଧ ଅବିସ୍ମରଣୀୟ ବୋଲି ଶନିବାର ପୂର୍ବାହ୍ନରେ ଖୋର୍ଦ୍ଧା ସଦର ମହକୁମାର ପ୍ରାଣ ନାଥ ମହାବିଦ୍ୟାଳୟ ପଡ଼ିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ବିଶାଳ ଅପରେସନ ସିନ୍ଦୂର ପରାକ୍ରମ ଶୋଭାଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଉଦବୋଧନ ଦେଇଛନ୍ତି ।
ପ୍ରାଣନାଥ ମହାବିଦ୍ୟାଳୟ ପଡ଼ିଆରୁ ଦେଶ ଭକ୍ତି ନାରା, ସ୍ଲୋଗାନ ର ପ୍ରକମ୍ପିତ ଧ୍ବନିରେ ବାଇକ୍ ଶୋଭାଯାତ୍ରା ମୁକୁନ୍ଦ ପ୍ରସାଦ ଛକ, ଚଣ୍ଡିଛକ, ବସ୍ ଷ୍ଟାଣ୍ଡ,ବ୍ଲକ ଛକ ପ୍ରାୟ ୫ କିଲୋମିଟର ରାସ୍ତା ପରିକ୍ରମା କରିବା ସହ ମଙ୍ଗଳା ନଗର ଠାରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ବାଜପୁର ଗାନ୍ଧୀ ପଣ୍ଡିତ ନାରାୟଣ ମିଶ୍ରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି କୁ ମୁଖ୍ୟ ଅତିଥି ମାନ୍ୟବର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ, ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରାଣା ଅନାବରଣ କରି ଥିଲେ ।
ସେଠାରୁ ବି .ଆର .ଆମ୍ବେଦକର ମାର୍ଗ ଦେଇ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପରିସରରେ ପହଞ୍ଚି ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ୧କୋଟି ୫ଲକ୍ଷ ବ୍ୟୟ ଅଟକଳ ରେ ନିର୍ମିତ ଜିଲାପାଠାଗାର ଓ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ନବୀକରଣ ଗୃହକୁ ଉଦ୍ଘାଟନ କରି ଜିଲ୍ଲା ପାଠାଗାର ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଦାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କହି ଆଗାମୀ ଦିନରେ ପ୍ରତ୍ୟେକ ବ୍ଲକରେ ପାଠାଗାର ଖୋଲାଯାଇ ବିଦ୍ୟାର୍ଥୀ ଓଛାତ୍ରଛାତ୍ରି ମାନଙ୍କୁ ବିଦ୍ୟା ଅର୍ଜନ ଓ ନିଜର ଭବିଷ୍ୟତ ଗଢ଼ିବା ପାଇଁ ପ୍ରକ୍ରିୟାକରଣ ବ୍ୟବସ୍ଥାକୁ ସରଳୀକରଣ କରାଯିବ ବୋଲି ମାନ୍ୟବର ସାଂସଦ ପ୍ରକାଶ କରିଥିଲେ ।
ଜିଲ୍ଲାପାଳଙ୍କ ଏତାଦୃଷ୍ୟ ଅଭିନବ ଯୋଜନା ପାଇଁ ମାନ୍ୟବର ସାଂସଦ ଭୂୟସୀ ପ୍ରଶଂସା କରିଥିଲେ । ସେହିପରି ସ୍ବାଧୀତନା ସଂଗ୍ରାମୀ ପଣ୍ଡିତ ନାରାୟଣ ମିଶ୍ରଙ୍କ ତ୍ୟାଗ ଓ ତୀତିକ୍ଷାର ପଟାନ୍ତର ନାହିଁ ବୋଲି ସାଂସଦ ଉଲ୍ଲେଖ କରି ପୂଜ୍ୟ ପୂଜାର ଖୋର୍ଧାମାଟି ପଣ୍ଡିତ ନାରାୟଣ ମିଶ୍ରଙ୍କ ଦେଶମାତ୍ରୁକା ସେବାରେ ଉତ୍ସର୍ଗୀ କୃତ କର୍ତ୍ତବ୍ୟ ପାଇଁ ଜନମାନସରେ ଚିରସ୍ମରଣୀୟ ହୋଇରହିବେବୋଲି ପ୍ରକାଶ କରିଥିଲେ।
ଏହି ପରିପ୍ରେକ୍ଷୀରେ ଜିଲା ପାଠାଗାର ପରିସରରେ ଆୟୋଜିତ ସମାରୋହରେ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇ ତିରଙ୍ଗା ଶୋଭାଯାତ୍ରାର ମୂଳ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରି ଭାରତର ଅଖଣ୍ଡତା ଓ ଅପରେସନ ସିନ୍ଦୂର ସମଗ୍ର ବିଶ୍ୱକୁ ସ୍ତବଧ କରିଦେଇଛି ବୋଲି କହି ଜାତି ଧର୍ମ ବର୍ଣ୍ଣ ଭାଷା ଲିଙ୍ଗ କୁ ଭୁଲି ଭାରତ ବିଶାଳ ଗଣତନ୍ତ୍ରର ଅଖଣ୍ଡତା କୁ ବଜାୟ ରଖିଲେ ପାକିସ୍ତାନର କୌଣସି ଆତଙ୍କବାଦୀ କି ବିଶ୍ଵର ଯେ କୌଣସି କୁଶକ୍ତି ଭାରତୀୟଙ୍କ ଦେଶଭକ୍ତି ଓ ଅଖଣ୍ଡତା ଆଗରେ ମୁଣ୍ଡ ନୁଆଇଁ ବାକୁ ବାଧ୍ୟ ହେବ ବୋଲି ବିଧାୟକ ପ୍ରକାଶ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମରେ ଜିଲାପାଳ ଚଞ୍ଚଳ ରାଣା , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମ୍ରିତ ପାଲ ସିଂହ, ଜିଲ୍ଲା ଭାଜପା ସଭାପତି ଶ୍ରୀ ବିଶ୍ୱ ରଞ୍ଜନ ବଡ଼ଜେନା, ଖୋର୍ଦ୍ଧା ସଦର ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ପ୍ରିୟଦର୍ଶିନୀ ଯୋଗଦେଇ ଥିଲେ। ଅତିରିକ୍ତ ଜିଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏବଂ ଜିଲ୍ଲାପ୍ରଶାସନ ,ଖୋର୍ଦ୍ଧା ବ୍ଲକ ଓ ଖୋର୍ଦ୍ଧା ପୌରପରିଷଦ ସହଯୋଗରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ହୋଇଥିଲା ।
ସଭାରେ ଉପଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡା ଯୋଗଦେଇଥିବା ବେଳେ ସଂଗ୍ରାମୀ ନାରାୟଣ ସ୍ମୃତି ପରିଷଦର ଉପଦେଷ୍ଟା, ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ମିଶ୍ରଙ୍କ ପୁତ୍ରବଧୂ ତଥା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ମନୋରମା ନନ୍ଦ (ମିଶ୍ର) ଏଥିରେ ଯୋଗଦେଇ ଥିଲେ ।
ସ୍ବର୍ଗତ ମିଶ୍ରଙ୍କ ନାତି ଶ୍ରୀ ସୁଜିତ ମିଶ୍ର ସ୍ବାଧୀନତା ସଂଗ୍ରାମରେ ପଣ୍ଡିତ ନାରାୟଣ ମିଶ୍ରଙ୍କ ତ୍ୟାଗ ଓ ଆଦର୍ଷାବଳି ଏବଂ ଖୋର୍ଦ୍ଧା ମାଟିକୁ ତାଙ୍କ ଅବଦାନ ସମ୍ଵନ୍ଧରେ ଆଲୋକପାତ କରିଥିଲେ। ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ମଞ୍ଚ ସଂଯୋଜନା କରିଥିଲେ।
ଏହି ପରିପ୍ରେକ୍ଷୀରେ ପଣ୍ଡିତ ମିଶ୍ରଙ୍କ ପୁତ୍ରବଧୂଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ସଂଗ୍ରାମୀ ନାରାୟଣ ସ୍ମୃତି ପରିଷଦର ଟ୍ରଷ୍ଟି ଡ଼.ଧୀରେନ୍ଦ୍ର ନନ୍ଦ, ଟ୍ରଷ୍ଟି ଜୟଦେବ ମିଶ୍ର, ଟ୍ରଷ୍ଟି ନୃସିଂହନାଥ ମିଶ୍ର, ଅକ୍ଷୟକୁମାର ଦାଶ, ବରିଷ୍ଠ ସାମ୍ବାଦିକ ସୁଜିତ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।
ସମାରୋହକୁ ଆଞ୍ଚଳିକ ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଆରମ୍ଭ କରାଯାଇଥିଲା ।
ପାଠାଗାରର ନୂତନ ୫ ଜଣ ଦୈନିକ ପାଠକ ପାଠିକା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି କିଟବ୍ୟାଗ ପ୍ରଦାନ କରିଥିଲେ । ସେହିପରି ଅତିଥି ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ପୌର ପରିଷଦ ନିର୍ବାହୀ ଅଧିକାରୀ ରିଜୱାନ କାକ୍ୱାବ, ଖୋର୍ଦ୍ଧା ବି ଡି ଓ, ଖିରାଦ୍ଵି ତନୟା ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କୁସୁମ କୁମାରୀ ପ୍ରହରାଜ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ ହୀଆଲ୍,ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଅଜୟ ବେହେରା, ଜିଲ୍ଲା ପଂଚାୟତ ଅଧିକାରୀ ଶ୍ରୀ ଶ୍ୟାମଲେନ୍ଦୂ ନାୟକ , ଜିଲ୍ଲା ମଙ୍ଗଳ ଅଧିକାରୀ ଡ.ଗିତାଂଶୁ ଦାଶ ଙ୍କ ସମେତ ଜିଲାକାର୍ଯ୍ୟାଳୟର ସମସ୍ତ ଡେପୁଟି କଲେକ୍ଟର,ସହକାରୀ କଲେକ୍ଟର,ସମସ୍ତ କର୍ମଚାରୀ, ବିଭିନ୍ନ ବରିଷ୍ଠ ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ ଡ଼ିପାର୍ଟ ମେଣ୍ଟ ଯନ୍ତ୍ରୀ, ବୁଦ୍ଧିଜୀବୀ,ଏନ୍ ସି ସି, ସ୍କାଉତ୍ ଗାଇଡ, ଶିକ୍ଷକ ଶିକ୍ଷୟତ୍ରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ସହର ର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ଅପରେସନ ସିନ୍ଦୁର ପରାକ୍ରମ ଶୋଭାଯାତ୍ରା ଓ ଦିବସର ସମସ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031