Indus Valley Times

ଆଜି ହେଉଛି ବିଶ୍ୱ ପଖାଳ ଦିବସ :ଓଡିଶାର ପାରମ୍ପରିକ ଖାଦ୍ୟ

 Breaking News

ଆଜି ହେଉଛି ବିଶ୍ୱ ପଖାଳ ଦିବସ :ଓଡିଶାର ପାରମ୍ପରିକ ଖାଦ୍ୟ

ଆଜି ହେଉଛି ବିଶ୍ୱ ପଖାଳ ଦିବସ :ଓଡିଶାର ପାରମ୍ପରିକ ଖାଦ୍ୟ
March 20
09:15 2021

ଭୁବନେଶ୍ୱର, ୨୦/୩: ଓଡ଼ିଶାର ପାରମ୍ପରିକ ଖାଦ୍ୟ ହେଉଛି ପଖାଳ । ଗରୀବ ହେଉ କି ଧନୀ ହେଉ ଖରାଦିନ ଆସିଲେ ଲୋକମାନେ ପଖାଳ ଖାଇବାକୁ ଭଲ ପାଆନ୍ତି । ୨୦୧୨ ମସିହାରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ରୁପେ ପାଳନ କରାଯାଏ । ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଓଡ଼ିଆଙ୍କ ପାରମ୍ପାରିକ ଖାଦ୍ୟ ବଞ୍ଚାଇ ରଖିବାକୁ ଏହି ପଖାଳ ଦିବସ ପାଳନ ହୁଏ ।
ପଖାଳ ପାଇଁ ଓଡ଼ିଶା ତଥା ଓଡ଼ିଆ ଲୋକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ପଖାଳ ଗଣ୍ଡେ ଖାଇ ତୋରାଣି ଟିକେ ପିଇ ଦେଲେ ଆହାଃ କି ଶାନ୍ତି ଲାଗେ । ପୂର୍ବରୁ ହେଉ କି ଏବେ ଆଧୁନିକ ଯୁଗରେ ହେଉ ଲୋକଙ୍କ ପାଖରେ ମଧ୍ୟ ଏହି ପଖାଳର ମହତ୍ୱ ନିଆରା । ବିଶ୍ୱର ସମସ୍ତ ସ୍ଥାନରେ ଥିବା ଓଡ଼ିଆଙ୍କ ପାରମ୍ପାରିକ ଖାଦ୍ୟ ରୂଚି ପଖାଳ। ପଖାଳ ଟିକେ ଖାଇଦେଲେ, ସତେ ଯେମିତି ଥକ୍କାପଣ ଦୂର ହୋଇଗଲା ଭଳି ଲାଗେ । କେବଳ ରାଜ୍ୟରେ ରହୁଥିବା ଓଡ଼ିଆ ନୁହଁନ୍ତ ରାଜ୍ୟ ବାହାରେ ରହୁ୍ଥିବା ଓଡ଼ିଆ ଲୋକ ଏହି ଦିନକୁ ପଖାଳ ଦିବସ ଭାବେ ପାଳନ କରନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031