Indus Valley Times

କୋରେଇ ବିଧାୟକଙ୍କ ଦ୍ୱାରା ରଣପୁର ଗ୍ରାମପଂଚାୟତରେ ୧୫ କୋଟି ବ୍ୟୟରେ ୪ ଗୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଗୋଟିଏ ପ୍ରକଳ୍ପର ଶୁଭ ଉଦ୍‌ଘାଟନ

 Breaking News

କୋରେଇ ବିଧାୟକଙ୍କ ଦ୍ୱାରା ରଣପୁର ଗ୍ରାମପଂଚାୟତରେ ୧୫ କୋଟି ବ୍ୟୟରେ ୪ ଗୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଗୋଟିଏ ପ୍ରକଳ୍ପର ଶୁଭ ଉଦ୍‌ଘାଟନ

କୋରେଇ ବିଧାୟକଙ୍କ ଦ୍ୱାରା ରଣପୁର ଗ୍ରାମପଂଚାୟତରେ ୧୫ କୋଟି ବ୍ୟୟରେ ୪ ଗୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଗୋଟିଏ ପ୍ରକଳ୍ପର ଶୁଭ ଉଦ୍‌ଘାଟନ
April 29
17:36 2026

ଅକ୍ଷୟ ରାଉତଙ୍କ ରିପୋର୍ଟ
କୋରେଇ, ୨୯/୪ : ମଙ୍ଗଳବାର କୋରେଇ ବ୍ଲକ୍ ଅନ୍ତର୍ଗତ ରଣପୁର ଗ୍ରାମପଂଚାୟତରେ ୪ ଗୋଟି ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ସ୍ଥାପନ ଏବଂ ଗୋଟିଏ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଥିଲେ କୋରେଇର ମାନ୍ୟବର ବିଧାୟକ ତଥା ଯାଜପୁର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାସନାୟକ ।
ମଙ୍ଗଳବାର ସକାଳ ୧୦ ଘଟିକା ସମୟରେ ମାନ୍ୟବର ବିଧାୟକ ଶ୍ରୀ ଦାସନାୟକଙ୍କୁ କର୍ମୀମାନେ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ ରଣପୁର ଛକ ଠାରୁ ମା’ ସାଆଁଳା ଠାକୁରାଣୀ ପୀଠ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।
ପ୍ରଥମେ ମାନ୍ୟବର ବିଧାୟକ ରଣପୁର ରାଜସ୍ୱ ନିରୀକ୍ଷକ ନୂତନ କାର‌୍ୟ୍ୟାଳୟ ନିର୍ମାଣ ନିମନ୍ତେ ଶିଳାନ୍ୟାସ କରିଥିଲେ ।
ଏହି ପ୍ରକଳ୍ପର ଅଟକଳ ପରିମାଣ ୧ କୋଟି ୧୩ ଲକ୍ଷ ଟଙ୍କା । ତା’ପରେ ରଣପୁର ଛକଠାରେ ରଣପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ନିର୍ମାଣ ନିମନ୍ତେ ଶିଳାନ୍ୟାସ କରିଥିଲେ ।
ଏହି ପ୍ରକଳ୍ପର ଅଟକଳ ପରିମାଣ ୪୬ ଲକ୍ଷ ଟଙ୍କା । ତା’ପରେ ସାଆଁଳା ଗ୍ରାମ୍ୟ ଉନ୍ନୟନ ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ ନିମନ୍ତେ ଶିଳାନ୍ୟାସ କରିଥିଲେ ।
ଏହି ପ୍ରକଳ୍ପର ଅଟକଳ ପରିମାଣ ୭ କୋଟି ୧୪ ଲକ୍ଷ ଟଙ୍କା । ସେଠାରୁ ମଟର ସାଇକେଲ ଶୋଭାଯାତ୍ରାରେ ଯାଇ ଚିଙ୍ଗୁଡିପୁର ରାଧାକୃଷ୍ଣ କମ୍ୟୁନିଟି ସେଂଟରର ଶୁଭ ଉଦ୍‌ଘାଟନ କରିଥିଲେ ।
ଏହି ପ୍ରକଳ୍ପର ଅଟକଳ ପରିମାଣ ୪ ଲକ୍ଷ ୬୫ ହଜାର ଟଙ୍କା । ଶେଷରେ ରଣପୁର ଠାରୁ ଶବରସାହି ପର‌୍ୟ୍ୟନ୍ତ ବୈତରଣୀ ନଦୀ ଡାହାଣ ପାଶ୍ୱର୍ ନଦୀବନ୍ଧର ସୁଦୃଢୀକରଣର ଶିଳାନ୍ୟାସ କରିଥିଲେ ।
ଏହି ପ୍ରକଳ୍ପର ଅଟକଳ ପରିମାଣ ୬ କୋଟି ୬୨ ଲକ୍ଷ ଟଙ୍କା । ଏହି ପ୍ରକଳ୍ପ ଗୁଡିକ ନିର୍ମାଣ ହେଉଥିବା ଜାଣି ଆଜି ରଣପୁର ପଂଚାୟତବାସୀ ବହୁତ ଖୁସି ପ୍ରକଟ କରିଛନ୍ତି ।
ଆଜି ପ୍ରଗତିର ନୂଆ ଅଧ୍ୟାୟ ଲେଖୁଛି କୋରେଇ । ରଣପୁର ଗ୍ରାମପଂଚାୟତର ଗମନାଗମନ, ସ୍ୱାସ୍ଥ୍ୟ, ରାଜସ୍ୱ, ବନ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ଆଜି ଏକ ନୂତନ ଫର୍ଦ୍ଦ ଯୋଡି ହୋଇ ପ୍ରଗତିର ନୂଆ ଅଧ୍ୟାୟ ଦେଖିଲା କୋରେଇ ।
ଆଗାମୀ ଦିନରେ କୋରେଇର ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା, ରାଜସ୍ୱ, ପାନୀୟଜଳ, ବନ୍ୟା ନିୟନ୍ତ୍ରଣ, କ୍ରୀଡା କ୍ଷେତ୍ରରେ ବିଭିନ୍ନ ପ୍ରକାର ପ୍ରକଳ୍ପର ଖୁବ୍ ଶୀଘ୍ର ଶୁଭ ଭିତିପ୍ରସ୍ତର ସ୍ଥାପନ ହେବାକୁ ଯାଉଅଛି ବୋଲି ଶ୍ରୀ ଦାସନାୟକ କହିଥିଲେ । ବର୍ତମାନ କୋରେଇ ବିକାଶର ସାରଥି ସାଜିଛନ୍ତି ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାସନାୟକ ।
ଏହି ଶିଳାନ୍ୟାସ ଓ ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନଳିନୀପ୍ରଭା ଜେନା, ରଣପୁର ଗ୍ରାମପଂଚାୟତ ସୁକାନ୍ତି ସାହୁ, ଗୌରପୁର ସରପଂଚ ସତ୍ୟାନନ୍ଦ ମହାପାତ୍ର, ବ୍ରାହ୍ମଣୀଦେବୀ ମଣ୍ଡଳ ସଭାପତି ରାକେଶ ଜେନା, କନ୍ତୋର ପୂର୍ବତନ ସମିତି ସଭ୍ୟ ଅଶୋକ କୁମାର ବାରିକ, ତୁଳତୀ ପୂର୍ବତନ ସରପଂଚ ଦିପ୍ତିମୟୀ କୁଅଁର, ବରୁଣ୍ଡେଇ ପୂର୍ବତନ ସମିତି ସଭ୍ୟା ଜୟନ୍ତୀ ସାହୁ, ଅସନଝର ସରପଂଚ ମମତା ମଞ୍ଜରୀ ସ୍ୱାଇଁ, ପାଟରଙ୍ଗା ସରପଂଚ ରଞ୍ଜନ ଦାସ, କନ୍ତୋର ସରପଂଚ ସାରଙ୍ଗ ପ୍ରଧାନ, ବରୁଣ୍ଡେଇ ସମିତି ସଭ୍ୟ ରଶ୍ମିରଞ୍ଜନ ପରିଡା, ବନ୍ଦାଳୋ ସରପଂଚ ବିଷ୍ଣୁ ଚରଣ ରଥ, ସାଦକପୁର ସରପଂଚ ରବିନ୍ଦ୍ର ବେହେରା, ଅନ୍ଧାରୀ ପୂର୍ବତନ ସମିତି ସଭ୍ୟ କୁଳମଣୀ ଦାସ, ରଣପୁର ଗ୍ରାମପଂଚାୟତର ପ୍ରତାପ କୁମାର ସାହୁ, ପ୍ରସନ୍ନ ମିଶ୍ର, ତ୍ରିଲୋଚନ ପହି, ଅର୍ନ୍ତଯ୍ୟାମୀ ସାହୁ, ତାପସ ବେହେରା, ନୀଳମଣି ବେହେରା, ସରୋଜ ସାହୁ, ଗୌରାଙ୍ଗ ଜେନା, ଗଣେଶ୍ୱର ଘଡାଇ, ହିମାଂଶୁ ନାୟକ, ପ୍ରଶାନ୍ତ ମଲ୍ଲିକ, ଗୋପାଳ ସାହୁ, ପ୍ରହଲ୍ଲାଦ ଜେନା, ସୁବ୍ରତ ସ୍ୱାଇଁ, ସୁରେଶ ବେହେରା, ଶୁଭଞ୍ଜନ ଦାସ, ନୀଳମାଧବ ଚକ୍ର, ସରୋଜ ରାଉତ, ଜନ୍ମେଜୟ ସାହୁ, ପ୍ରକାଶ ସାହୁ, ହିମାଂଶୁ ପାଢୀ, ବୀରକିଶୋର ଦାସ, ମନୋଜ ଦାସ, ନକୁଳ ସାମନ୍ତରାୟ, ଦିବାକର ମହାପାତ୍ର, ରାଜେନ୍ଦ୍ର ଗାହାଣ, ଚିନ୍ତାମଣି ରାଉତ, ରମେଶ ଭୂୟାଁ, ପ୍ରମୁଖ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031