Indus Valley Times

ଓଡ଼ିଶା ପ୍ରଶାସନିକ ସେବାରେ ୨୫ ତମ ସ୍ଥାନରେ ରହି ଅର୍ଜିତ ହରିଚନ୍ଦନଙ୍କ କୃତିତ୍ୱ

 Breaking News

ଓଡ଼ିଶା ପ୍ରଶାସନିକ ସେବାରେ ୨୫ ତମ ସ୍ଥାନରେ ରହି ଅର୍ଜିତ ହରିଚନ୍ଦନଙ୍କ କୃତିତ୍ୱ

ଓଡ଼ିଶା ପ୍ରଶାସନିକ ସେବାରେ ୨୫ ତମ ସ୍ଥାନରେ ରହି ଅର୍ଜିତ ହରିଚନ୍ଦନଙ୍କ କୃତିତ୍ୱ
May 29
09:07 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା , ୨୯/୫: ଭାଲିଆବାଡ଼ି ଗ୍ରାମର ଅର୍ଜିତ ହରିଚନ୍ଦନ -୨୦୨୫ ମସିହାରେ ଅନୁଷ୍ଠିତ ଓଡ଼ିଶା ପ୍ରାଶାସନିକ ସେବାରେ କୃତିତ୍ୱର ସହିତ ୨୫ ତମ ସ୍ଥାନରେ ରହି ସଫଳତା ପାଇଛନ୍ତି ।
ସେ କୌଣସି କୋଚିଂ ନ ନେଇ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ କରି ତୃତୀୟ ପ୍ରଚେଷ୍ଟାରେ ଏହି ସଫଳତା ପାଇଛନ୍ତି କ୍ଷ ଅର୍ଜିତ ତାଙ୍କର ପ୍ରାଥମିକ ଶିକ୍ଷା ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷାଦାନ ଆରମ୍ଭ କରି ପରବର୍ତ୍ତୀ ମୁହୂର୍ତ୍ତରେ ଖୋରଧା ଡି.ଏ.ଭି ସ୍କୁଲରେ ମାଧ୍ୟମିକ ଶିକ୍ଷା ସମାପ୍ତ ପରେ ଭୁବନେଶ୍ୱର ପୋଖରୀପୁଟ ଡି.ଏ.ଭି ସ୍କୁଲରୁ ଉଚ୍ଚ ମାଧ୍ୟମିକ ଏବଂ ଗୁଣୁପୁର ଜି.ଆ.ଇ.ଟି ରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ ଡିଗ୍ରୀ ହାସଲ କରିବା ପରେ ଭୁବନେଶ୍ୱର ସ୍ଥିତ ଟି.ସି.ଏସ କମ୍ପାନୀରେ କାର୍ଯ୍ୟରତ ଥିଲେ ଏବଂ ପରବର୍ତ୍ତୀ ମୁହୂର୍ତ୍ତ ରେ ଚାକିରୀ ଛାଡ଼ି ଓଡ଼ିଶା ପ୍ରାଶାସନିକ ସେବା ପରୀକ୍ଷା ନିମନ୍ତେ ପ୍ରସ୍ତୁତି ଚଳାଇଥିଲେ ।
ଅର୍ଜିତ ୨୦୨୩ ମସିହାରେ ପ୍ରଥମ ଥର ଓଡ଼ିଶା ପ୍ରାଶାସନିକ ସେବା ପରୀକ୍ଷା ସଫଳତା ପାଇ ନଥିବା ବେଳେ ୨୦୨୪ ମସିହାରେ ଅଳ୍ପ ମାର୍କ ପାଇଁ ମୌଖିକ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିଲେ ।
୨୦୨୫ ମସିହାରେ ତୃତୀୟ ଥର ପ୍ରଚେଷ୍ଠାରେ ୨୫ ତମ ସ୍ଥାନରେ ରହି ଓଡ଼ିଶା ପ୍ରାଶାସନିକ ସେବା ପରୀକ୍ଷାରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ତାଙ୍କ ପିତା ପ୍ରମୋଦ କୁମାର ହରିଚନ୍ଦନ ଅନୁସୂଚିତ ଜାତି ଓ ଜନଜାତି ସେବାଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରି ଚାକିରି ଅବସର ନେଇଛନ୍ତି ।
ମାଆ ସଂଗୀତା ହରିଚନ୍ଦନ ଜଣେ ଗୃହିଣୀ । ଅର୍ଜିତ ତାଙ୍କର ଏହି ସଫଳତା ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶିର୍ବାଦ ଏବଂ ତାଙ୍କ ପିତାମାତାଙ୍କ ପ୍ରେରଣା ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲି କହିଥିଲେ ।
ବର୍ତ୍ତମାନ ଡିଜିଟାଲ ଯୁଗରେ ଏ. ଆଇ କୌଶଳକୁ ବ୍ୟବହାର କରି ଜଣେ ସାଧାରଣ ଲୋକ ଯେପରି ତ୍ୱରିତ ନ୍ୟାୟ ପାଇପାରିବ ସେଥି ପ୍ରତି ସେ ଯତ୍ନବାନ ହେବା ସହିତ ଭାରତୀୟ ପ୍ରସାଶନିକ ସେବା ପରୀକ୍ଷା ନିମନ୍ତେ ପ୍ରସ୍ତୁତି ଚଳାଇବେ ବୋଲି କହିଥିଲେ । ତାଙ୍କର ଏହି ସଫଳତା ଯୋଗୁଁ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031