Indus Valley Times

କମିଲା କାଳବୈଶାଖୀ, ପାରଦ ୪୩ ଟପିଲା: କଲବଲ କରୁଛି ଅସହ୍ୟ ଗୁଳୁଗୁଳି

 Breaking News

କମିଲା କାଳବୈଶାଖୀ, ପାରଦ ୪୩ ଟପିଲା: କଲବଲ କରୁଛି ଅସହ୍ୟ ଗୁଳୁଗୁଳି

କମିଲା କାଳବୈଶାଖୀ, ପାରଦ ୪୩ ଟପିଲା: କଲବଲ କରୁଛି ଅସହ୍ୟ ଗୁଳୁଗୁଳି
April 21
09:25 2025

ଭୁବନେଶ୍ୱର, ୨୧/୪ : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ ଅନୁଯାୟୀ, ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି, ବିଶେଷକରି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଏପ୍ରିଲ ୨୪ ଏବଂ ୨୫ ତାରିଖରେ ଏହା ୪୫ ଡିଗ୍ରି ସେଲସିୟସ ଅତିକ୍ରମ କରିପାରେ।
କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ଏବଂ ବର୍ଷା ଯୋଗୁ ଗରମରୁ ଅଳ୍ପ ସମୟ ପାଇଁ ମୁକ୍ତି ପାଇବା ପରେ ତାପମାତ୍ରା ପୁଣି ଥରେ ବୃଦ୍ଧି ପାଇବା ଆରମ୍ଭ କରିଛି। ପଶ୍ଚିମ ଓଡ଼ିଶାର ଅନେକ ସହରରେ ତାପମାତ୍ରା ରବିବାର ୪୦ ଡିଗ୍ରି ସେଲସିୟସ ଉପରେ ରେକର୍ଡ କରାଯାଇଛି।
ଆଇଏମଡି ପୂର୍ବାନୁମାନ ଅନୁଯାୟୀ, ଗ୍ରୀଷ୍ମ ପ୍ରବାହ ସ୍ଥିତି ଆହୁରି ତୀବ୍ର ହେବାର ଆଶା କରାଯାଉଛି, ଆଗାମୀ ଦିନରେ ତାପମାତ୍ରା ଆହୁରି ୪ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ରାଜ୍ୟରେ ପୁଣିଥରେ ତାପମାତ୍ରା ଉପରମୁହାଁ ହୋଇଛି। ପଶ୍ଚିମ ଓଡ଼ିଶାରେ ସୋମବାର ମୁଣ୍ଡଫଟା ଖରା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ କିଛି ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ୍ ପାର୍ ହେବାର ସମ୍ଭାବନା ରହିଛି। ଗୁଳୁଗୁଳି ଜାରି ରହିବ। କାଳବୈଶାଖୀ ସମ୍ଭାବନା ଏବେ ନାହିଁ ।
ଏପ୍ରିଲ ୨୫ ତାରିଖ ମଧ୍ୟରେ ତାପମାତ୍ରା ଖସିବାର ଆଶା ନାହିଁ। ଏପ୍ରିଲ ୨୬ ତାରିଖବେଳକୁ କାଳବୈଶାଖୀ ହୋଇପାରେ। କିନ୍ତୁ ପ୍ରଚଣ୍ଡ ତାତିରୁ ନିସ୍ତାର ଆଶା କମ୍ ରହିଛି। ଏପ୍ରିଲ ୨୧ ତାରିଖ ସୋମବାର ୧୦ଟି ସ୍ଥାନରେ ପାରଦ ୪୦ ଡିଗ୍ରି ଡେଇଁବ ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31