Indus Valley Times

କାଉନସିଲରଙ୍କ ଘରୁ ଉଦ୍ଧାର ହେଲା ୪ ମାସର ଶିଶୁ ପୁତ୍ର

 Breaking News

କାଉନସିଲରଙ୍କ ଘରୁ ଉଦ୍ଧାର ହେଲା ୪ ମାସର ଶିଶୁ ପୁତ୍ର

November 09
18:57 2024

ବାଲେଶ୍ୱର, ୯/୧୧ : ବିଜେଡି କାଉନ୍‌ସିଲରଙ୍କ ଘରୁ ଶିଶୁ ପୁତ୍ର ଉଦ୍ଧାର। ବେଆଇନ୍ ଭାବେ ନିଜ ଘରେ ୪ ମାସର ଶିଶୁପୁତ୍ରକୁ ରଖିଥିଲେ। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ରେମୁଣା ଏନ୍‌ଏସିରୁ ଆସିଛି। CWC ଅଧିକାରୀ ଓ ପୁଲିସ୍ ବିଜେଡି କାଉନ୍‌ସିଲରଙ୍କ ଘରେ ଚଢ଼ଉ କରି ଶିଶୁ ପୁତ୍ରକୁ ଉଦ୍ଧାର କରିଛନ୍ତି।
ରେମୁଣା ଏନ୍‌ଏସି ୧୧ ନମ୍ୱର ୱାର୍ଡର ବିଜେଡି କାଉନ୍‌ସିଲର ହେଉଛନ୍ତି ପାନମଣୀ ମୁର୍ମୁ। ତାଙ୍କ ଘରେ ତାଙ୍କ ତୁଳସୀ ରହୁଛନ୍ତି। ଅଭିଯୋଗ ଅନୁସାରେ ସିଏ ତାଙ୍କ ଘରେ ୪ ମାସର ଶିଶୁ ପୁତ୍ରକୁ କେଉଁଠୁ ଆଣି ରଖିଥିଲେ। ଏପରିକି ଶିଶୁ ପୁତ୍ରକୁ ଜଗିବା ପାଇଁ ୧୦ ବର୍ଷର ଝିଅଟିଏ ଘରେ ରଖିଥିବା ଅଭିଯୋଗ ହୋଇଥିଲା। ଏନେଇ ବାଲେଶ୍ୱର ଜିଲ୍ଲାପାଳଙ୍କଠାରେ ଲିଖିତ ଅଭିଯୋଗ ହୋଇଥିଲା।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି CWC ଅଧିକାରୀ ଓ ରେମୁଣା ଥାନା ଅଧିକାରୀ ବିଜେଡି କାଉନ୍‌ସିଲର ପାନମଣୀଙ୍କ ଘରେ ଚଢ଼ଉ କରିଥିଲେ। ହେଲେ ସେତେବେଳେ ପାନମଣୀ ଘରେ ନଥିଲେ। ସିଏ ୧୦ ବର୍ଷର ଝିଅକୁ ନେଇ ପଳାଇ ଯାଇଥିବା ଅଭିଯୋଗ ହେଉଛି। ତେବେ ତାଙ୍କ ଝିଅ ତୁଳସୀ ପାଖରେ ୪ ମାସର ଶିଶୁ ପୁତ୍ର ଥିବା ଦେଖିବାକୁ ପାଇଥିଲେ। ଛୁଆ କାହାର? କେଉଁଠୁ ଆଣିଲ? ଏମିତି ନାନା ପ୍ରଶ୍ନ ପଚାରିଥିଲେ CWC ଅଧିକାରୀ ଓ ପୁଲିସ୍‌। ଜବାବରେ ତୁଳସୀ କହିଥିଲେ, ଆମେ ପୁଅକୁ ପୋଷ୍ୟ ସନ୍ତାନ କରିଛୁ। ହେଲେ ପୋଷ୍ୟ ସନ୍ତାନ ପାଇଁ ଆବଶ୍ୟକ ହେଉଥିବା କୌଣସି କାଗଜପତ୍ର ଦେଖାଇ ପାରିନଥିଲେ। ତେଣୁ କାଉନସିଲରଙ୍କ ଘରୁ ଉଦ୍ଧାର ହେଲା ୪ ମାସର ଶିଶୁ ପୁତ୍ର
ବାଲେଶ୍ୱର, ୯/୧୧ : ବିଜେଡି କାଉନ୍‌ସିଲରଙ୍କ ଘରୁ ଶିଶୁ ପୁତ୍ର ଉଦ୍ଧାର। ବେଆଇନ୍ ଭାବେ ନିଜ ଘରେ ୪ ମାସର ଶିଶୁପୁତ୍ରକୁ ରଖିଥିଲେ। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ରେମୁଣା ଏନ୍‌ଏସିରୁ ଆସିଛି। CWC ଅଧିକାରୀ ଓ ପୁଲିସ୍ ବିଜେଡି କାଉନ୍‌ସିଲରଙ୍କ ଘରେ ଚଢ଼ଉ କରି ଶିଶୁ ପୁତ୍ରକୁ ଉଦ୍ଧାର କରିଛନ୍ତି।
ରେମୁଣା ଏନ୍‌ଏସି ୧୧ ନମ୍ୱର ୱାର୍ଡର ବିଜେଡି କାଉନ୍‌ସିଲର ହେଉଛନ୍ତି ପାନମଣୀ ମୁର୍ମୁ। ତାଙ୍କ ଘରେ ତାଙ୍କ ତୁଳସୀ ରହୁଛନ୍ତି। ଅଭିଯୋଗ ଅନୁସାରେ ସିଏ ତାଙ୍କ ଘରେ ୪ ମାସର ଶିଶୁ ପୁତ୍ରକୁ କେଉଁଠୁ ଆଣି ରଖିଥିଲେ। ଏପରିକି ଶିଶୁ ପୁତ୍ରକୁ ଜଗିବା ପାଇଁ ୧୦ ବର୍ଷର ଝିଅଟିଏ ଘରେ ରଖିଥିବା ଅଭିଯୋଗ ହୋଇଥିଲା। ଏନେଇ ବାଲେଶ୍ୱର ଜିଲ୍ଲାପାଳଙ୍କଠାରେ ଲିଖିତ ଅଭିଯୋଗ ହୋଇଥିଲା।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି CWC ଅଧିକାରୀ ଓ ରେମୁଣା ଥାନା ଅଧିକାରୀ ବିଜେଡି କାଉନ୍‌ସିଲର ପାନମଣୀଙ୍କ ଘରେ ଚଢ଼ଉ କରିଥିଲେ। ହେଲେ ସେତେବେଳେ ପାନମଣୀ ଘରେ ନଥିଲେ। ସିଏ ୧୦ ବର୍ଷର ଝିଅକୁ ନେଇ ପଳାଇ ଯାଇଥିବା ଅଭିଯୋଗ ହେଉଛି। ତେବେ ତାଙ୍କ ଝିଅ ତୁଳସୀ ପାଖରେ ୪ ମାସର ଶିଶୁ ପୁତ୍ର ଥିବା ଦେଖିବାକୁ ପାଇଥିଲେ। ଛୁଆ କାହାର? କେଉଁଠୁ ଆଣିଲ? ଏମିତି ନାନା ପ୍ରଶ୍ନ ପଚାରିଥିଲେ CWC ଅଧିକାରୀ ଓ ପୁଲିସ୍‌। ଜବାବରେ ତୁଳସୀ କହିଥିଲେ, ଆମେ ପୁଅକୁ ପୋଷ୍ୟ ସନ୍ତାନ କରିଛୁ। ହେଲେ ପୋଷ୍ୟ ସନ୍ତାନ ପାଇଁ ଆବଶ୍ୟକ ହେଉଥିବା କୌଣସି କାଗଜପତ୍ର ଦେଖାଇ ପାରିନଥିଲେ। ତେଣୁ CWC ଅଧିକାରୀ ଶିଶୁ ପୁତ୍ରକୁ ଉଦ୍ଧାର କରି ନିଜ ହେପାଜତରେ ରଖିଛି।
ସେପଟେ ଶିଶୁ ପୁତ୍ର ରଖିବା ନେଇ ପାନମଣୀ ମୁର୍ମୁ ବା CWCଅଧିକାରୀ ଓ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନି।
ଅଧିକାରୀ ଶିଶୁ ପୁତ୍ରକୁ ଉଦ୍ଧାର କରି ନିଜ ହେପାଜତରେ ରଖିଛି। ସେପଟେ ଶିଶୁ ପୁତ୍ର ରଖିବା ନେଇ ପାନମଣୀ ମୁର୍ମୁ ବା CWC ଅଧିକାରୀ ଓ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031