Indus Valley Times

କାଳବୈଶାଖୀ ଓ ଗ୍ରୀଷ୍ମର ମୁକାବିଲା ପାଇଁ ପ୍ରସ୍ତୁତ ଟିପିଏନଓଡିଏଲ : ଉତ୍ତର ଓଡ଼ିଶାରେ ଆବଶ୍ୟକ ହେବ ୧୫ଶହ ମେଗାୱାଟ ବିଜୁଳି

 Breaking News

କାଳବୈଶାଖୀ ଓ ଗ୍ରୀଷ୍ମର ମୁକାବିଲା ପାଇଁ ପ୍ରସ୍ତୁତ ଟିପିଏନଓଡିଏଲ : ଉତ୍ତର ଓଡ଼ିଶାରେ ଆବଶ୍ୟକ ହେବ ୧୫ଶହ ମେଗାୱାଟ ବିଜୁଳି

April 05
19:22 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର, ୫/୪: ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀକୁ ଦୃଷ୍ଟିରେ ରଖି ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ଗତ କିଛିବର୍ଷ ମଧ୍ୟରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେବା ସହ ଏହି ଦିଗରେ ପ୍ରୟାସକୁ ଦ୍ଵିଗୁଣିତ କରିଛି। ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଉତ୍ତର ଓଡ଼ିଶାର ଶୀର୍ଷ ଚାହିଦା ପ୍ରାୟ ୧୫୦୦ ମେଗାୱାଟ୍ ହେବା ନେଇ ଟିପିଏନଓଡିଏଲ ଆକଳନ କରିଛି।
ଯାହାକି ବିଗତ ବର୍ଷର ଚାହିଦା ୧୩୯୩ ମେଗାୱାଟ ଠାରୁ ୧୦୭ମେଗାୱାଟ ଅଧିକ। ଆବଶ୍ୟକ ଥିବା ଚାହିଦାର ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ମଧ୍ୟ ଗ୍ରହଣ କରିଛି ଟିପିଏନଓଡିଏଲ ।
ମିଳିଥିବା ସୂଚନା ମୁତାବକ ୩୩ କେଭି, ୧୧ କେଭି ତାର, ଟ୍ରାନ୍ସଫରମର୍‌ର ପ୍ରତିଷେଧମୂଳକ ଓ ବିଭ୍ରାଟ ଜନିତ ରକ୍ଷଣାବେକ୍ଷଣ, ଫ୍ୟୁଜ୍ କଲ୍ ଅଭିଯୋଗର ତ୍ୱରିତ ମୁକାବିଲା ଏବଂ ସବଷ୍ଟେସନଗୁଡ଼ିକର ବାର୍ଷିକ ରକ୍ଷଣାବେକ୍ଷଣ ଚୁକ୍ତି ପାଇଁ ଟିପିଏନ୍‌ଓଡିଏଲ୍ ପକ୍ଷରୁ ବିଜନେସ୍ ଆସୋସିଏଟସ୍‌ମାନଙ୍କୁ ନିଯୁକ୍ତ କରାଯାଇଛି।
ସେହିପରି ଚବିଶ ଘଂଟିଆ ପିଏସ୍‌ସିସି କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ଭାବେ ପରିଚାଳନା ସାଙ୍ଗକୁ ଏକ ଉତ୍ସର୍ଗୀକୃତ ୨୪ ଘଂଟିଆ କଲ୍ ସେଂଟର ସ୍ଥାପନ କରାଯାଇଛି। ସ୍ଥାନୀୟ ଟିମ୍, ସର୍କଲ ଏପିଏସ୍‌ସିସି ଓ ବାଲେଶ୍ୱର ପିଏସ୍‌ସିସିର ମୁଖ୍ୟ ନିୟନ୍ତ୍ରଣ କକ୍ଷ ସହ ସମନ୍ୱୟ ରକ୍ଷା କରିବା ପାଇଁ ସର୍କଲ୍ ଓ ଡିଭିଜନ ସ୍ତରୀୟ ନିୟନ୍ତ୍ରଣ କକ୍ଷ ମଧ୍ୟ ସ୍ଥାପନ କରାଯାଇଛି ।
୧୧ କେଭି ଓ ଏଲ୍‌ଟି ତାରର ରକ୍ଷଣାବେକ୍ଷଣ ପାଇଁ ଏଏମ୍‌ସି ଅଧୀନରେ ୭ହଜାରରୁ ଅଧିକ ବିଏ କର୍ମଚାରୀଙ୍କୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପାଇଁ ନିୟୋଜନ କରାଯାଇଛି। ପିଏସ୍‌ଏସ୍ ଓ ୩୩ କେଭି ଲାଇନ୍‌ର ରକ୍ଷଣାବେକ୍ଷଣ ଲାଗି ଅତିରିକ୍ତ ଯାନ ସହିତ ବିଏ କର୍ମଚାରୀ ମଧ୍ୟ ମୂତୟନ କରାଯାଇଛି।
ଜରୁରିକାଳୀନ ସ୍ଥିତି ପାଇଁ ଡିଜି ସେଟ ବ୍ୟବସ୍ଥା ସାଙ୍ଗକୁ ଯେକୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ଉପକରଣର ସ୍ୱତନ୍ତ୍ର ଭଣ୍ଡାର ପ୍ରତି ସର୍କଲ ସ୍ତରରେ ସ୍ଥାପନ କରାଯାଇଛି।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଜନସ୍ବାସ୍ଥ୍ୟ କେନ୍ଦ୍ରକୁ ଅଗ୍ରାଧିକାର ଭିତ୍ତିରେ ବିଦ୍ୟୁତ୍ ଯୋଗାଣ ସ୍ବାଭାବିକ କରିବା, ଜରୁରୀକାଳୀନ ସମୟରେ ଓସଡମା ସହ ସମ୍ପର୍କ ସ୍ଥାପନର ବ୍ୟବସ୍ଥା ସାଙ୍ଗକୁ ସୁରକ୍ଷା କ୍ଷେତ୍ରରେ ମଧ୍ୟ ବ୍ୟାପକ ପ୍ରସ୍ତୁତି ହୋଇଛି। ଗ୍ରୀଷ୍ମ ପ୍ରବାହ ସ୍ଥିତିରେ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଜୁଳି ସେବା ଯୋଗାଇବା ପାଇଁ ନିୟୋଜିତ ହୋଇଥିବା କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ମଧ୍ୟ ଗୁରୁତ୍ଵ ଦିଆଯିବା ସହ ଏନେଇ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି।
ସେହିପରି କାଳବୈଶାଖୀରେ ସମ୍ଭାବ୍ୟ ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ତ୍ବରିତ ସମାଧାନ ଦିଗରେ ଗୁରୁତ୍ବ ଦେଇ କମ୍ପାନୀ କାଳବୈଶାଖୀ ଜନିତ ଆହ୍ବାନର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛି। ପରିଚାଳନାଗତ ସାମର୍ଥ୍ୟକୁ ବୃଦ୍ଧି କରିବା ସହିତ ଭିଭିଭୂମି ସୁଦୃଢ଼ୀକରଣ ଏବଂ ଅଧିକ ସମ୍ବଳ ନିୟୋଜିତ କରିବା ଦିଗରେ ଟିପିଏନଓଡିଏଲ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି।
କାଳବୈଶାଖୀ ସମୟରେ ତୁରନ୍ତ ବିଦ୍ୟୁତ ପୁନଃଯୋଗାଣ କରିବା ସକାଶେ ଆବଶ୍ୟକୀୟ ସରଞ୍ଜାମ ସହ ୭ହଜାରରୁ ଅଧିକ ଗ୍ରାଉଣ୍ଡ ଷ୍ଟାଫ ନିୟୋଜିତ କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031