Indus Valley Times

ଖୋରଧା ରେ ଡ୍ରଗ୍ସ ମାଫିଆଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ; ୧୭୫ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

 Breaking News

ଖୋରଧା ରେ ଡ୍ରଗ୍ସ ମାଫିଆଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ; ୧୭୫ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

ଖୋରଧା ରେ ଡ୍ରଗ୍ସ ମାଫିଆଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ; ୧୭୫ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ
August 01
21:43 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧/୮ : ଖୋରଧା ଜିଲ୍ଲାରେ ନିଶା ମାଦ୍ରକ ଦିନକୁ ଦିନ ସଂଗଠିତ ରୂପ ନେଉଥିବା ବେଳେ ଏହାର ମେରୁଦଣ୍ଡ ଭାଙ୍ଗିବା ପାଇଁ ଜିଲ୍ଲା ପୁଲିସ ବଡ଼ ଧରଣର ଅଭିଯାନ ଆରମ୍ଭ କରିଛି। ମାତ୍ର ୪୮ ଘଣ୍ଟା ମଧ୍ୟରେ ଖୋରଧା ଆଦର୍ଶ ଥାନା ଓ ଶିଳ୍ପାଞ୍ଚଳ ଥାନା ପୁଲିସ ପକ୍ଷରୁ କରାଯାଇଥିବା ଦୁଇଟି ପୃଥକ ଗୁଇନ୍ଦା ସୂଚନା ଭିତ୍ତିକ ଚଢ଼ାଉରେ ୧୭୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି।
ଜବତ ନିଶାଦ୍ରବ୍ୟର ବେଆଇନ ବଜାର ମୂଲ୍ୟ ପ୍ରାୟ ୧୭.୫୦ ଲକ୍ଷ ଟଙ୍କା ବୋଲି ପୁଲିସ ସୂଚନା ଦେଇଛି।
ଏହି ଚଢ଼ାଉରେ ଦୁଇଜଣ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଏକ ପଲସର ମୋଟର ସାଇକେଲ ଓ ଏକ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି।
ଗୁଇନ୍ଦା ନେଟୱର୍କକୁ ଅଧିକ ସକ୍ରିୟ କରାଯାଉଥିବାରୁ ଆଗାମୀ ଦିନରେ ଆହୁରି ବଡ଼ ଧରଣର ଖୁଲାସା ହେବାର ସମ୍ଭାବନା ଥିବା ପୁଲିସ ସୂତ୍ରରୁ ସଙ୍କେତ ମିଳିଛି।
ଶନିବାର ଖୋରଧା ଏସ୍‌.ଡି.ପି.ଓ.ଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌.ଡି.ପି.ଓ. ପଙ୍କଜ କୁମାର ମାଝୀ କହିଛନ୍ତି ଯେ, ମାଦକ କାରବାର ବିରୋଧରେ ଖୋରଧା ପୁଲିସ \’ଶୂନ୍ୟ ସହନଶୀଳତା\’ ନୀତି ଆପଣାଇଛି। କେବଳ ଖୁଚୁରା ବେପାରୀଙ୍କୁ ଧରିଲେ ସମସ୍ୟାର ସମାଧାନ ହେବ ନାହିଁ।
ତେଣୁ ପ୍ରତ୍ୟେକ ଏନ୍‌.ଡି.ପି.ଏସ୍‌. ମାମଲାରେ ପଛ ଓ ଆଗ ଲିଙ୍କର ତଦନ୍ତ କରି ସମ୍ପୂର୍ଣ୍ଣ ରାକେଟର ପର୍ଦ୍ଦାଫାସ କରାଯାଉଛି।
ପ୍ରଥମ ଚଢ଼ାଉ ଜୁଲାଇ ୩୧ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପରମାର ସ୍ମିତ ପରୋଷୋତ୍ତମଦାସଙ୍କ ନିର୍ଦ୍ଦେଶକ୍ରମେ ଗଡ଼ଦ୍ୱାରସାହି ତାରିଣୀ ମନ୍ଦିର ନିକଟରେ କରାଯାଇଥିଲା। ପୁଲିସ ଉପ-ନିରୀକ୍ଷକ ସସ୍ମିତା ବେହେରାଙ୍କ ନେତୃତ୍ୱରେ ହୋଇଥିବା ଏହି ଅଭିଯାନରେ ସାଗୁଆନ ବଗିଚାର ସନ୍ତୋଷ ରାଉତରାୟ ଓରଫ ପିଣ୍ଟୁ (୨୭)ଙ୍କ ନିକଟରୁ ୧୫୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା, ଯାହାର ବଜାର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା।
ଅନ୍ୟପକ୍ଷରେ ଅଗଷ୍ଟ ୧ରେ ଶିଳ୍ପାଞ୍ଚଳ ଥାନା ପୁଲିସ ଖୋରଧା-ପୁରୀ ମୁଖ୍ୟ ରାସ୍ତାର ଗଡ଼ଚଣ୍ଡୀ ମନ୍ଦିର ନିକଟରେ ଚଢ଼ାଉ କରି ଅରବିନ୍ଦ ନଗରର ସୋନୁ ଓରଫ ସୌମ୍ୟରଞ୍ଜନ ସାହୁ (୨୩) ଙ୍କୁ ଗିରଫ କରିଥିଲା।
ତାଙ୍କ ନିକଟରୁ ୨୫.୫୦ ଗ୍ରାମ ବ୍ରାଉନ ସୁଗାର, ଏକ ପଲସର-୨୨୦ ମୋଟର ସାଇକେଲ ଓ ଏକ ମୋବାଇଲ ଫୋନ ଜବତ କରାଯାଇଥିଲା।
ଜବତ ନିଶାଦ୍ରବ୍ୟର ମୂଲ୍ୟ ପ୍ରାୟ ୨.୫୦ ଲକ୍ଷ ଟଙ୍କା। ଖୋରଧା ଜିଲ୍ଲାରେ ଗତ କିଛି ମାସ ଧରି ବ୍ରାଉନ ସୁଗାର ଜବତ ଘଟଣା ବଢ଼ିଚାଲିଥିବାରୁ ଜିଲ୍ଲା ଏକ ପ୍ରମୁଖ ଟ୍ରାଞ୍ଜିଟ୍ କରିଡରରେ ପରିଣତ ହେଉଛି କି ନାହିଁ, ତାହା ନେଇ ପ୍ରଶ୍ନ ଉଠୁଛି। ପୁଲିସ କହିଛି, ଜବତ ଘଟଣା ପଛରେ ଥିବା ସଂଗଠିତ ଗୋଷ୍ଠୀ ର ମୂଳକୁ ଖୋଜିବା ପାଇଁ ତଦନ୍ତକୁ ଆହୁରି ବ୍ୟାପକ କରାଯାଇଛି।
ଏସ୍‌.ଡି.ପି.ଓ. ଶ୍ରୀ ମାଝୀ ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟଠାରୁ ଦୂରେ ରହିବାକୁ ଆହ୍ୱାନ ଜଣାଇବା ସହ ସାଧାରଣ ଲୋକଙ୍କୁ ମାଦକ କାରବାର ସମ୍ପର୍କିତ ସୂଚନା ପୁଲିସକୁ ଯୋଗାଇବାକୁ ଅନୁରୋଧ କରିଛନ୍ତି।
ଜିଲ୍ଲାକୁ ମାଦକ ଦ୍ରବ୍ୟ ମୁକ୍ତ କରିବା ପାଇଁ ଆଗାମୀ ଦିନରେ ଏଭଳି ଗୁଇନ୍ଦା ସୂଚନାଭିତ୍ତିକ ଚଢ଼ାଉ ଆହୁରି ଜୋରଦାର କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ଆଦର୍ଶ ଥାନାଧିକାରୀ ସଞ୍ଜୟ କୁମାର ନାୟକ, ଶିଳ୍ପାଞ୍ଚଳ ଥାନାଧିକାରୀ ଉମେଶ ସାହୁ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031