Indus Valley Times

ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ (କେଡିୟୁଜେ) ପକ୍ଷରୁ ସାଧାରଣ ପରିଷଦ ବୈଠକ ଓ ବନ୍ଧୁ ମିଳନ

 Breaking News

ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ (କେଡିୟୁଜେ) ପକ୍ଷରୁ ସାଧାରଣ ପରିଷଦ ବୈଠକ ଓ ବନ୍ଧୁ ମିଳନ

February 08
22:09 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୮/୨: ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡମାନତିର ସ୍ଥିତ ମା ରାମଚଣ୍ଡୀ ଙ୍କ ପବିତ୍ର ପୀଠରେ ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିଅନର ସାଧାରଣ ପରିଷଦ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ସଭାପତି ତପନ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ରାଜ୍ୟ ସମ୍ପାଦକ ପ୍ରସନ୍ନ କୁମାର ପାଇକରାୟ ଯୋଗଦେଇ ଜିଲ୍ଲା ସଂଗଠନର କାର୍ଯ୍ୟପନ୍ଥା ସମ୍ପର୍କରେ ପରାମର୍ଶ ଦେଇଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ଲୋହିତ ନାରାୟଣ ମହାପାତ୍ର ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସୁଶାନ୍ତ କୁମାର ବିଶ୍ବାଳ, ଜିଲ୍ଲା ଉପସଭାପତି ସୟଦ ଅନସର୍ ଅଲ୍ଲୀ ,ବେଗୁନିଆ ବ୍ଲକ ସମ୍ପାଦକ ଚନ୍ଦନ କୁମାର ସୁନ୍ଦରାୟ,ଜଟଣୀ ବ୍ଲକ ସମ୍ପାଦକ ଶ୍ରୀକାନ୍ତ ପ୍ରଧାନ,ଟାଙ୍ଗୀ ବ୍ଲକ ସମ୍ପାଦକ ହିମାଂଶୁ ଭୁଷଣ ଚମ୍ପତିରାୟ ନିଜ ନିଜ ବ୍ୟକ୍ତବ୍ୟରେ ସଂଗଠନକୁ ପୂର୍ବାପେକ୍ଷା କିଭଳି ଆହୁରି ମଜଭୁତ କରାଯାଇ ପାରିବ ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ପ୍ରାରମ୍ଭରେ ଖୋର୍ଦ୍ଧା ବ୍ଲକ ସମ୍ପାଦକ ରାଜେଶ କୁମାର ମହାନ୍ତି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଧାନ କରିଥିବା ବେଳେ ପରିଶେଷରେ ବେଗୁନିଆ ବ୍ଲକ ସମ୍ପାଦକ ଶ୍ରୀ ସୁନ୍ଦରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଏହି ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଅଶୋକ ପଟ୍ଟନାୟକ, ରାଜେନ୍ଦ୍ର ପ୍ରସାଦ ନାୟକ, ସତ୍ୟ ନାରାୟଣ ସାମନ୍ତରାୟ, ସନ୍ଦୀପ କୁମାର ବର୍ମନ୍, ରମେଶ ସାମନ୍ତରାୟ, ଅଜିତ ମିଶ୍ର, ସେକ୍ ଅନୁୱର୍ ଅଲ୍ଲୀ, ତ୍ରିଲୋଚନ ବାଘସିଂହ, ହିମାଂଶୁ ଚମ୍ପତିରାୟ, ସିଦ୍ଧାର୍ଥ ମହାନ୍ତି, ପ୍ରକାଶ ପଟ୍ଟନାୟକ, ଶୁଭଲକ୍ଷ୍ମୀ ସାମନ୍ତରା, ମହମ୍ମଦ ଫଜଲୁର୍ ରହମନ୍ ଏବଂ ନୂତନ ସଦସ୍ୟ ରୂପେ ସଞ୍ଜୟ କୁମାର ଦାସ, ଶ୍ୟାମ ସୁନ୍ଦର ପଟ୍ଟନାୟକ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930