Indus Valley Times

ଗଜପତି : ବହୁ ଚର୍ଚ୍ଚିତ କଟାମୁଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଆଜୀବନ ସଜା ଶୁଣାଇଲେ ଜିଲ୍ଲା ଦୌରାଜଜ୍

 Breaking News

ଗଜପତି : ବହୁ ଚର୍ଚ୍ଚିତ କଟାମୁଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଆଜୀବନ ସଜା ଶୁଣାଇଲେ ଜିଲ୍ଲା ଦୌରାଜଜ୍

ଗଜପତି : ବହୁ ଚର୍ଚ୍ଚିତ କଟାମୁଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଆଜୀବନ ସଜା ଶୁଣାଇଲେ ଜିଲ୍ଲା ଦୌରାଜଜ୍
May 18
21:14 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୮/୫ : ବହୁ ଚର୍ଚ୍ଚିତ କଟାମୁଣ୍ଡ ମାମଲାରେ ଆଜି ମୁଖ୍ୟ ଅଭିଯୁକ୍ତଙ୍କୁ ଆଜୀବନ ସଜା ଶୁଣାଇଲେ ଗଜପତି ଜିଲ୍ଲା ଦୌରାଜଜ୍ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତି ।
୨୦୨୩ ମସିହାରେ ଗଜପତି ଜିଲ୍ଲାର କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମର ବହୁ ଚର୍ଚ୍ଚିତ ଚାଞ୍ଚଲ୍ୟକର ତଥା ବିଭତ୍ସ ହତ୍ୟାକାଣ୍ଡ ଭଳି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି ମାନ୍ୟବର ଗଜପତି ଜିଲ୍ଲା ଦୌରା ଜଜ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତି ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୦୨ରେ କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମର ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରଶେଖର କାର୍ଜି ଓରଫ ମୁନା (୩୯ବର୍ଷ)ଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଜୋରିମାନାର ସଜା ଶୁଣାଇଛନ୍ତି ।
ଅନ୍ୟପକ୍ଷରେ ପ୍ରମାଣ ନଷ୍ଟ କରିବା ଅପରାଧରେ ଧାରା ୨୦୧ ଅନୁଯାୟୀ ଦୁଇ ବର୍ଷର ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିବା ସହ ଜୋରିମାନା ଅନାଦେୟ ହେଲେ ଆହୁରି ଦୁଇ ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି।
ସରକାରଙ୍କ ପକ୍ଷରୁ ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ଏହି ମାମଲାର ପରିଚାଳନା କରୁଥିବା ବେଳେ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଏମ୍ ଲୋକନାଦମ, ଗୌରହରି କରସୁଧା ପଟ୍ଟନାୟକ ତାଙ୍କୁ ଏହି ମାମଲାରେ ଯଥାର୍ଥ ସହଯୋଗର ହାତ ବଢାଇଥିବାର ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ , ତା ୨୫-୦୫-୨୦୨୩ ରିଖ ଗୁରୁବାର ଦିନ ଏତଲାକାରି ଯୁବରାଜ ସାହୁ (୬୦ ବର୍ଷ) ନିଜ ଜମିକୁ ଯାଇଥିବା ସମୟରେ ତାଙ୍କ ଝିଅ ଲାବନ୍ୟା ଘର ଆଗରେ ବସିଥିଲେ। ସେହି ସମୟରେ ଅଭିଯୁକ୍ତ ଚନ୍ଦ୍ରଶେଖର କାର୍ଜି ଓରଫ ମୁନା ଏକ ବ୍ୟାଗ ଆଣି ଲାବନ୍ୟାଙ୍କ ସମ୍ମୁଖରେ ରଖିଦେଇଥିଲେ ଓ ବ୍ୟାଗ ଖୋଲି ଦେଖିବାକୁ କହିଥିଲେ।
ପରେ ଯେତେବେଳେ ଲାବନ୍ୟା ସେ ବ୍ୟାଗ ଖୋଲି ସେଥିରେ ଏକ କଟା ମୁଣ୍ଡ ଦେଖିବାକୁ ପାଇଥିଲେ, ସେତେବେଳେ ସେ ସ୍ତବ୍ଧ ହୋଇ ଯାଇଥିଲେ। ସେହି କଟାମୁଣ୍ଡଟି ଅଭିଯୁକ୍ତଙ୍କର ସ୍ତ୍ରୀ ଉର୍ମିଳା କାର୍ଜୀଙ୍କର ଥିଲା।
ପରେ ସେ ବିଚଳିତ ହୋଇ ଭୟରେ ପାଟି କରି ଡାକ ପକାଇବାରୁ ଗାଁ ଲୋକ ଏକାଠି ହୋଇ ଅଭିଯୁକ୍ତଙ୍କୁ ଖୋଜିବାକୁ ଆରମ୍ଭ କରି ପରେ ତାଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲେ।
କିନ୍ତୁ ଅଭିଯୁକ୍ତଜଣଙ୍କ ଇତି ମଧ୍ୟରେ ହତ୍ୟାରେ ବ୍ୟବହୃତ ହୋଇଥିବା ଟାଙ୍ଗିଆ ଓ ବ୍ୟାଗକୁ କେଉଁଆଡ଼େ ଲୁଚାଇ ଦେଇଥିଲେ। ପରେ ଯୁବରାଜଙ୍କ ଏତଲା କ୍ରମେ କାଶୀନଗର ଥାନା ମାମଲା ନମ୍ବର ୬୦/୨୩ରେ ମାମଲା ପଞ୍ଜିକୃତ ହୋଇ ହତ୍ୟାକାଣ୍ଡର ଛାନବିନ କରିବା ସମୟରେ ଅଭିଯୁକ୍ତଜଣଙ୍କ ପୋଲିସ ହେପାଜତରେ ରହି ନିଜ ଦୋଷ ସ୍ୱୀକାର କରିବା ସହ ଲୁଚାଇ ରଖିଥିବା ରକ୍ତଲଗା ଟାଙ୍ଗିଆକୁ ପୋଲିସକୁ ଦେଖାଇଥିଲା।
ସୂଚନାଯୋଗ୍ୟ, ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଏପରି କାଣ୍ଡ ଭିଆଇଥିବା କଥା ଅଭିଯୁକ୍ତଜଣଙ୍କ ଗ୍ରାମବାସୀଙ୍କ ଆଗରେ ମାନିଥିଲେ।
ସେହିପରି ମାମଲାର ଗମ୍ଭୀରତାକୁ ନଜରରେ ରଖି ତତ୍କାଳୀନ ସବ ଇନ୍ସପେକ୍ଟର ସିନ୍ଧୁ ସାରକା ଉକ୍ତ ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ।
ଆଜି ୨୦ଜଣ ବଳିଷ୍ଠ ସାକ୍ଷୀ ପ୍ରମାଣ ତଥା ଦସ୍ତାବିଜକୁ ଆଧାର କରି ମାନ୍ୟବର ନ୍ୟାୟାଧୀଶ ଅଭିଯୁକ୍ତଙ୍କୁ ଆଜୀବନ ସଜା ଶୁଣାଇଛନ୍ତି। ସୂଚନାଯୋଗ୍ୟ, ଏହି ମାମଲାର ଅନ୍ୟ ଅଭିଯୁକ୍ତଙ୍କର ଶୁଣାଣି ବେଳେ ମୃତ୍ୟୁ ହୋଇଯାଇଥିବାରୁ କେବଳ ମୁଖ୍ୟ ଅଭିଯୁକ୍ତଙ୍କୁ ସଜା ଶୁଣା ଯାଇଥିଲା।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031