Indus Valley Times

ଦକ୍ଷତା ବିକାଶ ତଥା ଜ଼ିଲ୍ଲା ନିୟୋଜନ କାର୍ଯ୍ୟାଳୟ ବୌଦ୍ଧ ଦ୍ୱାରା ଅନୁଷ୍ଠିତ

 Breaking News

ଦକ୍ଷତା ବିକାଶ ତଥା ଜ଼ିଲ୍ଲା ନିୟୋଜନ କାର୍ଯ୍ୟାଳୟ ବୌଦ୍ଧ ଦ୍ୱାରା ଅନୁଷ୍ଠିତ

July 30
18:45 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩୦/୭ : ସ୍ଵଳ୍ପକାଳୀନ ପ୍ରଶିକ୍ଷଣ ର ମାନ୍ୟତା ପତ୍ର ୨୩ଜଣ ପ୍ରଶୀକ୍ଷାର୍ଥୀଙ୍କୁ ଦେବା ସଂଗେ ସଂଗେ ନିଯୁକ୍ତି ପତ୍ର ମଧ୍ୟ ପାଇଛନ୍ତି ।
ଏହି ସଭା ରେ ଅତିରିକ୍ତ ଜ଼ିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଉପ ଜ଼ିଲ୍ଲାପାଳ, ସାଧାରଣ ପରିଚାଳକ, ଜିଲ୍ଲା ଶିଳ୍ପ କେନ୍ଦ୍ର ଏବଂ ଜିଲ୍ଲା କଲ୍ୟାଣ ଅଧିକାରୀ,ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଉପସ୍ଥିତ ଥିଲେ। ବୌଦ୍ଧ ଜ଼ିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀ ଅଜୟ କୁମାର ଦାଶ ସଭା ପରିଚାଳନା କରିଥିଲେ।
ଏହି ଜିଲ୍ଲାରେ ପ୍ରଥମ କରି ଏହିଭଳିଆ ପ୍ରଶିକ୍ଷଣ ମାର୍ଚ୍ଚ ୧ ତାରିଖରୁ ୩୦ ଜଣ ପ୍ରାର୍ଥୀଙ୍କୁ ନେଇ ଡାଟାପ୍ରୋ କମ୍ପ୍ୟୁଟର ପ୍ରା ଲି ଦ୍ଵାରା ସୋଲାର ପେନାଲ ଇଂସ୍ଟଲଲେସନ ଟେକ୍ନିସିଆନ୍ ୪୫୦ ଘଣ୍ଟିଆ(୬୫ ଦିନ) ରେ ଶେଷ ହୋଇ ମୂଲ୍ୟାୟନ ମଧ୍ୟ ହୋଇଥିଲା।, ସେଥି ମଧ୍ୟ ରୁ ୨୩ ଜଣ ପ୍ରାର୍ଥୀ ପରୀକ୍ଷାରେ ଉତୀର୍ଣ୍ଣ ହେଇଥିଲେ।
ସେମାନଙ୍କ ମଧ୍ୟରୁ ୧୮ ଜଣ ନିଯୁକ୍ତି ପାଇଛନ୍ତି ହାଇଦରାବାଦ ର ଏକ ଘରୋଇ ଅନୁଷ୍ଠାନରେ ଏବଂ ପରବର୍ତୀ ସମୟ ରେ ଆଉ ୫ ଜଣ ମଧ୍ୟ ଯିବେ. ପ୍ରକାଶ ଥାଉକି ଯେ ଓଡିଶା ସରକାର ଙ୍କର ଏଇ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ରେ ଦଶମ ଶ୍ରେଣୀ ପାସ୍ ପ୍ରାର୍ଥୀ ପଞ୍ଜିକରଣ କରେଇ ପାରିବେ ଏବଂ ଯେଉଁଠି ପଢିବା ରହିବ ଖାଇବା ପିନ୍ଧିବା ସବୁ ସୁବିଧା ସରକାର ଯୋଗାଇ ଦେଉଛନ୍ତି।ଏହି ପ୍ରଶିକ୍ଷଣ ନିରବଚ୍ଛିନ୍ନ ଭାବରେ ଚାଲୁଅଛି।
ସମସ୍ତ ଅତିଥି ନୂଆକରି ନିଯୁକ୍ତିରେ ଜାଉଥିବା ପିଲାମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଭବିଷ୍ୟତ ଉଜ୍ଜ୍ୱଳ କାମନା କରିଥିଲେ।ସର୍ବଶେଷରେ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀ ଦାଶ ଉପସ୍ଥିତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସଭା ରେ ନିୟୋଜନ କାର‌୍ୟ୍ୟଳୟ ର ବରିଷ୍ଠ ସହାୟକ ଦିନେଶ ବଢାଇ କନିଷ୍ଠ ସହାୟକ ରମାକାନ୍ତ ମିର୍ଦ୍ଧା ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ଡମ୍ବରୁଧର ଖାଲକୋ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31