Indus Valley Times

ନବୀନଙ୍କ ନୂଆ ଟିମ୍‌କୁ ନୂଆ ଦାୟିତ୍ୱ

 Breaking News

ନବୀନଙ୍କ ନୂଆ ଟିମ୍‌କୁ ନୂଆ ଦାୟିତ୍ୱ

ନବୀନଙ୍କ ନୂଆ ଟିମ୍‌କୁ ନୂଆ ଦାୟିତ୍ୱ
June 05
21:34 2022

ଭୁବନେଶ୍ୱର,୫ ।୬: ନବୀନଙ୍କ ନୂଆ ଟିମ୍ ସାମିଲ ହୋଇଛନ୍ତି ନୂଆ ଚେହେରା । ଆଉ ନୂଆ ଚେହେରାଙ୍କୁ ମିଳିଛି ନୂଆ ଦାୟିତ୍ୱ । ସରକାରୀ ଦଳ ମୁଖ୍ୟ ସଚେତକ ଥିବା ପ୍ରମିଳା ମଲ୍ଲିକ ଏବେ ରାଜସ୍ୱ ଓ ବିପର‌୍ୟ୍ୟୟ ପରିଚାଳନା, ଉଷା ଦେବୀଙ୍କୁ ନଗର ଉନ୍ନୟନ, ପ୍ରତାପ ଦେବଙ୍କୁ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ବିଭାଗ ମିଳିଛି ।
ସେହିପରି ଅତନୁ ସବ୍ୟସାଚୀ ନାୟକ ହୋଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସହ ସମବାୟ ବିଭାଗର ମନ୍ତ୍ରୀ । ପ୍ରଦୀପ ଅମାତଙ୍କୁ ଗୁରୁତ୍ୱପୂର୍ଣ୍ଣ ଜଙ୍ଗଲ ଓ ପରିବେଶ ସହ ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ ବିଭାଗ ମିଳିଛି ।
ସେପଟେ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିବା ରୋହିତ ପୂଜାରୀଙ୍କୁ ଉଚ୍ଚଶିକ୍ଷା, ରାଜେନ୍ଦ୍ର ଢ଼ୋଲକିଆଙ୍କୁ ଯୋଜନା ଓ ସଂଯୋଜନା, ବାସନ୍ତୀ ହେମ୍ବ୍ରମଙ୍କୁ ମହିଳା ଓ ଶିଶୁବିକାଶ ସହ ମିଶନ ଶକ୍ତି, ଶ୍ରୀକାନ୍ତ ସାହୁଙ୍କୁ ଶ୍ରମ, ପ୍ରୀତିରଂଜନ ଘଡ଼େଇଙ୍କୁ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଅଶ୍ୱିନୀ ପାତ୍ରଙ୍କୁ ପର‌୍ୟ୍ୟଟନ, ସଂସ୍କୃତି, ଓଡ଼ିଆ ଭାଷା ଓ ଅବକାରୀ, ରୀତା ସାହୁଙ୍କୁ ହସ୍ତତନ୍ତ ଓ ବୟନ ଶିଳ୍ପୀ ମନ୍ତ୍ରୀ କରାଯାଇଛି । ତେବେ ବିଭାଗ ବଣ୍ଟନ ବେଳେ କାହାକୁ ରିପିଟ୍ ତ ଆଉ କାହାର ହୋଇଛି ପ୍ରମୋସନ୍ । ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କୁୁ ମିଳିଛି କୃଷି ବିଭାଗ । ଟୁକୁନି ସାହୁଙ୍କୁ ଜଳ ସମ୍ପଦ ଓ ବାଣିଜ୍ୟ ପରିବହନ ବିଭାଗର ମନ୍ତ୍ରୀ କରାଯାଇଛି । କ୍ରୀଡ଼ା ଓ ଆଇଟି ବିଭାଗ ମନ୍ତ୍ରୀ ଥିବା ତୁଷାରକାନ୍ତି ବେହେରାଙ୍କ ପୂର୍ବ ପଦବୀ ବଜାୟ ରଖିବା ସହ ଗୃହରାଷ୍ଟ୍ର ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିିତ୍ୱ ଦିଆଯାଇଛି ।
ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀଙ୍କୁ ଅବକାରୀ ବିଭାଗରୁ ବାଦ୍ ଦେଇ ସଂସଦୀୟ ବ୍ୟପାର ମନ୍ତ୍ରୀ କରାଯାଇଛି । ସେହିପରି ଜଗନ୍ନାଥ ସାରକା ପୂର୍ବରୁ ଥିଲେ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ । ଏବେ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରି ଆଇନ ବିଭାଗ ଦିଆଯାଇଛି । ପ୍ରଫୁଲ୍ଲ ମଲ୍ଲିକ, ନବ ଦାସ, ସମୀର ରଂଜନ ଦାଶ ଏବଂ ଅଶୋକ ପଣ୍ଡାଙ୍କୁ ରିପିଟ୍ କରାଯାଇଛି । ଗତଥର ୧୧ ବିଧାୟକଙ୍କୁ କ୍ୟାବିନେଟ୍ ପାହ୍ୟା ଓ ୯ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଥିଲା । ଏଥର କିନ୍ତୁ ୧୩ ଜଣଙ୍କୁ କ୍ୟାବିନେଟ୍ ଓ ୮ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031